ନବମ ଓ ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ସରକାର କଲେ ନୂଆ ଘୋଷଣା ଆସିଲା |

school

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ପଢୁଥୁବା ନବମ, ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସରକାର ପକ୍ଷରୁ ଜାରି ହେଲା ନୂଆ ଘୋଷଣା । ଏମାନଙ୍କ ଇ୍ୟଉନିଫର୍ମ ବଦଳିଲା । ଆମେ ଗଢିବୁ ଓଡିଶାର ଲଗୋ ନିୟମ । ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ହାଇ ସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଇ୍ୟଉନିଫର୍ମର ରଙ୍ଗ ବଦଳିଲା ।

ଏଣିକି ଚେକ୍ ସାର୍ଟ ଫୁଲ୍ ପ୍ୟାଣ୍ଟରେ ସ୍କୁଲ ଆସିବେ ଛାତ୍ର। ତେବେ ଛାତ୍ରୀଙ୍କ ଲାଗି ଚୋଡିଦାର ପଞ୍ଜାବୀ ସହ ଜ୍ୟାକେଟ ପୋଷାକ ରହିଛି । ସମସ୍ତେ ଜୋତା ମଉଜା ପିନ୍ଧି ଆସିବେ ସ୍କୁଲ । ଏଥି ସହିତ ଡ୍ରେସରେ ରହିବ ଆମେ ଗଢିବୁ ନୂଆ ଓଡିଶା ଲଗୋ । ସପ୍ତାହକୁ ୫ଦିନ ଛାତ୍ରଛାତ୍ରୀ ଇ୍ୟଉନିଫର୍ମ ପିନ୍ଧିବେ ଏବଂ ଗୋଟିଏ ଦିନ ଅର୍ଥାତ୍ ଶନିବାର ଛାତ୍ରଛାତ୍ରୀ ଟିସାର୍ଟ୍ ଓ ଟ୍ରାକ୍ ପେଣ୍ଟ ପିନ୍ଧି ବିଦ୍ୟାଳୟକୁ ଆସିବେ ।

school

ଆସନ୍ତା ଅଗଷ୍ଟ ୧୫ତାରିଖରୁ ସ୍କୁଲରେ ନୂଆ ଇ୍ୟଉନିଫର୍ମ ବଣ୍ଟନ ହେବ । ସଂପୂର୍ଣ୍ଣ ଘରେ ସ୍କୁଲ ପିଲାଙ୍କ ପରି ଇ୍ୟଉନିଫର୍ମ ପ୍ରସ୍ତୁତ କରାଯାଉଛି । ଏହି ପୋଷାକ ପ୍ରତି ପିଲାମାନେ ଆକର୍ଷିତ ହେବେ ବୋଲି ଶିକ୍ଷା ଅଧିକାରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ଏହାକୁ ବଣ୍ଟନ କରାଯିବ ।

ତେବେ ନୂଆ ଲୁକ୍ ନୂଆ ରଙ୍ଗର ପୋଷାକରେ ସ୍କୁଲ ଆସିବେ ଛାତ୍ରଛାତ୍ରୀ । ତେବେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଏ ସମସ୍ତ ପୋଷାକ ବଣ୍ଟନ କରାଯିବ । ଏଥିରେ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ଇ୍ୟଉନିଫର୍ମ ହଳେ ଟି ସାର୍ଟ ଟ୍ରାକ୍ ପେଣ୍ଟ ହଳେ ଜୋତା ଦୁଇ ହଳ ମଉଜା ସହ ହଳେ ଟୋପି ଦିଆଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *