ଫେବୃଆରୀ ୨୦ ରୁ ମାଟ୍ରିକ ପରୀକ୍ଷା । ଏହି ତାରିଖ ହେବ ଫର୍ମ ପୂରଣ ।

Matric exam

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚଳିତ ମାସ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଲାଗି ଜାରି ହେଲା ଆଉ କିଛି ବଡ ଘୋଷଣା । ଯାହାକି ୨୦୨୪ ବୋର୍ଡ ପରୀକ୍ଷା ତାରିଖ ଘୋଷଣା ହୋଇସାରିଛି । ଆଗୁଆ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ । ପରୀକ୍ଷା ଢାଞ୍ଚା ରେ ମଧ୍ୟ ପରିବର୍ତ୍ତନ କରାଯାଇଛି । କୋଭିଡ ଯୋଗୁ ଦୁଇଟି ସମଟିଭ୍ ପରୀକ୍ଷା ହେଉଥୁଲା ହେଲେ ଏଣିକି ପିଲାମାନେ ଗୋଟିଏ ବାର୍ଷିକ ପରୀକ୍ଷା ଦେବେ ।

ତେବେ ଫେବୃଆରୀ ୨୦ ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା । ଆସନ୍ତା ଅକ୍ଟୋବରରେ ହେବ ଫର୍ମ ପୂରଣ । ମାର୍ଚ୍ଚ ୧୨ରୁ ଆରମ୍ଭ ହେବ ମୂଲ୍ୟାଙ୍କନ । ସର୍ବନିମ୍ନ ୧୨ଦିନ ମଧ୍ୟରେ ମୂଲ୍ୟାଙ୍କନ ଶେଷ ହେବ । ତେବେ ପରୀକ୍ଷା ଢାଞ୍ଚା ସହ ପରୀକ୍ଷା ପନ୍ଧତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ୧୦୦ ମାର୍କ ବିଶିଷ୍ଟ ପରୀକ୍ଷାରେ ମାତ୍ର ୩୦ ମାର୍କ ସବଜେକ୍ଟିଭ୍ ପରୀକ୍ଷା ହେଉଥିଲା । ହେଲେ ଏବେ ପରୀକ୍ଷା ପଦ୍ଧତିରେ ପରବର୍ତ୍ତନ ୧୦୦ ମାର୍କ ରୁ ୫୦ ମାର୍କ ସବଜେକ୍ଟିଭ୍ ଓ ୫୦ ମାର୍କ ଅବଜେକ୍ଟିଭ ପ୍ରଶ୍ନ ଆସିବ ।

school

ସେହିପରି ଦଶମ ଶ୍ରେଣୀର ଅର୍ଧ ବାର୍ଷିକ ପରୀକ୍ଷାର ପ୍ରଶ୍ନ ପତ୍ର ବୋର୍ଡ ପ୍ରସ୍ତୁତ କରିବ । ଜିଲ୍ଲା ଶିକ୍ଷା ଅଧିକାରୀ ଏହି ପରୀକ୍ଷା ଆଯୋଜନ କରିବେ । ଛାତ୍ରଛାତ୍ରୀ ମାନେ ନିଜ ସ୍କୁଲରେ ଏହି ପରୀକ୍ଷା ଦେବେ । ତେବେ ମ୍ୟାଟ୍ରିକରେ ପରୀକ୍ଷା କରାଯିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷା ଚାପ କମିବା ସହ ପଢିବାକୁ ଅଧିକ ସମୟ ମିଳିବ ବୋଲି ସେମାନେ କହିଛନ୍ତି ।

ତେବେ ଚଳିତ ଶିକ୍ଷା ବର୍ଷରେ ପ୍ରାୟ ୫ଲକ୍ଷ ୩୩ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଫଳାଫଳ ଉପରେ କି ପ୍ରଭାବ ପକାଇବ ତାହା ସବୁଠୁ ବଡ କଥା । ତେବେ ଯାହାକି ବଡ ଅପଡେଟ୍ ମୁତାବକ ଫେବୃଆରୀ ୨୦ ରୁ ମାର୍ଚ୍ଚ ୪ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା ଆସନ୍ତା ଅକ୍ଟୋବରରେ ହେବ ଫର୍ମ ପୂରଣ । ମାର୍ଚ୍ଚ ୧୨ ରୁ ଆରମ୍ଭ ହେବ ମୂଲ୍ୟାଙ୍କନ ସର୍ବନିମ୍ନ ୧୨ଦିନ ମଧ୍ୟରେ ହେବ ମୂଲ୍ୟାଙ୍କନ ଶେଷ। ୧୦୦ ମାର୍କ ରୁ ୫୦ ମାର୍କ ସବଜେକ୍ଟିଭ୍ ୫୦ ମାର୍କ ହେବ ଅବଜେକ୍ଟିଭ। ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *