ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏଟିଏମ କାର୍ଡଧାରୀ ମାନଙ୍କ ପାଇଁ ନୂଆ ନିୟମ । ଯଦି ଆପଣ ମଧ୍ୟ ଏଟିଏମ ବ୍ୟବହାର କରୁଛନ୍ତି ଆଉ ସେଥିରୁ ଟଙ୍କା ଉଠାଣ କରୁଛନ୍ତି ତାହାଲେ ଜାଣି ରଖନ୍ତୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆସିଲା ଆଉ କିଛି ନୂଆ ଅପଡେଟ୍ । ମୋବାଇଲ ଫୋନ୍ ବ୍ୟବହାରକାରୀ ମାନେ ଯେଉଁଭଳି ଭାବେ ନିଜ ନମ୍ବରକୁ ରଖି ଅପରେଟର ବଦଳାଇ ପାରୁଛନ୍ତି ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ଼ର ଆଗକୁ ସେହିଭଳି ସୁବିଧା ମିଳିବ ।
ଚଳିତ ବର୍ଷ ଅକ୍ଟୋବରରୁ ଭାରତୀୟ ରିଜର୍ଭ ବ୍ୟାଙ୍କ କାର୍ଡ ପ୍ରଟେବେଲିଟି ସୁବିଧା ଆରମ୍ଭ କରିବାକୁ ଯାଉଛନ୍ତି । ଏହାଦ୍ୱାରା ନିଜ ପସନ୍ଦର ସଂସ୍ଥା ଚୟନ କରିବାର ସ୍ୱାଧୀନତା ଗ୍ରାହକଙ୍କ ପାଖରେ ରହିବ । ଏନେଇ ରିଜର୍ଭ ବ୍ୟାଙ୍କ ସରକୁଲାର ଜାରି କରି ତାଉପରେ ମତାମତ ଲୋଡିଛନ୍ତି । ଡେବିଟ୍, କ୍ରେଡିଟ୍ ଓ ପ୍ରିପେଡ୍ କାର୍ଡ ବ୍ୟବହାର କରୁଥୁବା ଗ୍ରାହକ ମାନେ ସେମାନଙ୍କ ପସନ୍ଦର ନେଟୱର୍କ ଚୟନ କରିପାରିବେ ।
ଭିସା କାର୍ଡ, ମାଷ୍ଟର କାର୍ଡ, ରୂପିୟା ଆଦି ହେଉଛନ୍ତି କାର୍ଡ ନେଟୱର୍କ । ଗ୍ରାହକ ମାନେ ସେମାନଙ୍କ ଭିତରୁ ନିଜ ପସନ୍ଦର ନେଟୱର୍କ ଚୟନ କରିପାରିବେ । ଏବେ କମ୍ପାନୀ ଯେଉଁ କାର୍ଡ ଦେବ ତାହା ବ୍ୟବହାର କରିବା ବ୍ୟତୀତ ଲୋକଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । ତେବେ ରିଜର୍ଭ ବ୍ୟାଙ୍କର ସରକୁଲାର ଉପରେ ବ୍ୟାଙ୍କ ଓ ଜନସାଧାରଣ ଅଗଷ୍ଟ ୪ସୁଧା ନିଜ ମତାମତ ଦେଇପାରିବେ ।
ଏହାସହିତ ଭାରତରେ ଏକ ପାଞ୍ଚ କାର୍ଡ ନେଟୱର୍କ କମ୍ପାନୀ ରହିଛନ୍ତି । ସେମାନେ ହେଉଛନ୍ତି- ଭିସା କାର୍ଡ, ମାଷ୍ଟର କାର୍ଡ, ରୂପେ କାର୍ଡ, ଆମେରିକା ଏକ୍ସପ୍ରେସ କାର୍ଡ, ଟାଏନ୍ଦର କ୍ଲପ । ସେମାନଙ୍କର ଭିନ୍ୟ ଭିନ୍ୟ ବ୍ୟାଙ୍କ ସହ ସହଯୋଗୀତା ରହିଛି । ତେବେ ଖୁବ୍ ଶୀଘ୍ର ଅର୍ଥାତ୍ ଅକ୍ଟୋବରରୁ ଚୟନ କରିପାରିବେ ପସନ୍ଦ ନେଟୱର୍କ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।