ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ପଢୁଥିବା ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ସରକାରଙ୍କ ତରଫରୁ ଜାରି ହେଲା ଆଉ କିଛି ବଡ ଘୋଷଣା । ଯାହା ଆପଣ ଜାଣି ରଖିବା ଜରୁରୀ । ସିବିଏସଇ ସ୍କୁଲରେ ଓଡିଆରେ ପାଠ ପଢା । ଏଣିକି ସିବିଏସଇ ଅନୁବନ୍ଦିତ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ବିକଳ୍ପ ଭାଷା ଭାବେ ମାତ୍ରୁ ଭାଷାରେ ଶିକ୍ଷା ଦାନ କରାଯିବ ।
ଏଥିରେ ଓଡ଼ିଆ ସମେତ ସମସ୍ତ ଭାରତୀୟ ଭାଷାରେ ପାଠ ପଢା ହେବ ବୋଲି ସିବିଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ କେନ୍ଦ୍ର ସରକାର ଦକ୍ଷତା ବିକାଶ ଓ ଉଦ୍ୟମିତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପୂର୍ବରୁ ସିବିଏସଇ ସ୍କୁଲ ରେ କେବଳ ଇଂରାଜୀ ଓ ହିନ୍ଦିରେ ପାଠ ପଢିବାର ବ୍ୟବସ୍ଥା ଥିଲା ।
ଏଣିକି ସମସ୍ତ ସିବିଏସଇ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ଓ ହିନ୍ଦୀ ଭାଷା ବ୍ୟତୀତ ପିଲାଙ୍କ ଇଛା ଅନୁସାରେ ଓଡିଆ ଓ ଅନ୍ୟାନ୍ୟ ଭାରତୀୟ ଭାଷାର ଶିକ୍ଷା ଦିଆଯିବ । ସମସ୍ତ ଭାରତୀୟ ଭାଷାରେ ପାଠ ପଢା ନେଇ ସିବିଏସଇ ବିଜ୍ଞପ୍ତି ମାତ୍ରୁ ଭାଷାରେ ପଢିଲେ ଛାତ୍ରଛାତ୍ରୀଙ୍କ ଚିନ୍ତନ ଶକ୍ତି ବୃନ୍ଧି ହେବ ।
ଏନେଇ ମଧ୍ୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି । ପ୍ରଧାନ କହିଛନ୍ତି ଯେ ମାତ୍ରୁ ଭାଷାରେ ପାଠ ପଢିଲେ ହିଁ ଛାତ୍ରଛାତ୍ରୀ ମାନେ ଭଲ ଭାବରେ ପାଠକୁ ବୁଝି ପାରିବେ । ମୂଳ ବିଷୟର ସ୍ପଷ୍ଟତା ଆସିବ । ଛାତ୍ରଛାତ୍ରୀଙ୍କର ଚିନ୍ତନ ଶକ୍ତି ବ୍ରୁବୃନ୍ଧି ପାଇବ । ଯାହା ଶିକ୍ଷା ନୀତିରେ ଉଦ୍ଦେଶ୍ୟ ରହିଛି । ସିବିଏସଇ ସ୍କୁଲ ଗୁଡିକର ଧୀରେ ଧୀରେ ଏହି ବ୍ୟବସ୍ଥାକୁ ଆପଣାଇବେ । ଏହି ପଦକ୍ଷେପ ଭାରତୀୟ ଭାଷା ଆଧାରିତ ଶିକ୍ଷାକୁ ବଢାଇବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।