ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମହିଳାଙ୍କ ପାଇଁ ଏଲଆଇସିରେ ଖାସ୍ ଯୋଜନା । ରଖିବେ ମାତ୍ର ୮୭ଟଙ୍କା ପାଇବେ ୧୧ଲକ୍ଷ । ମହିଳାକୁ ସ୍ୱାବଲମ୍ବୀ କରିବାକୁ ସରକାର ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ଦେଶରେ ମହିଳା ମାନଙ୍କୁ ଆର୍ଥିକ ସୁରକ୍ଷା ତଥା ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସରକାର ବିଭିନ୍ନ ଯୋଜନା ମଧ୍ୟ କରିଛନ୍ତି । କିପରି ମହିଳାମାନେ ସ୍ୱାବଲମ୍ବୀ ହୋଇପାରିବେ ସେମାନଙ୍କ ସଞ୍ଚୟ ବଢିପାରିବ ସେଥିପ୍ରତି ଦ୍ରୁଷ୍ଟି ଦିଆଯାଉଛି ।
ସାଧାରଣତଃ ଏଲଆଇସିକୁ ଲୋକମାନେ ସୁରକ୍ଷା ତଥା ସଞ୍ଚୟର ପ୍ରମୁଖ ମାଧ୍ୟମ ଭାବେ ଭାବିଥାନ୍ତି । ଅନ୍ୟ କୌଣସି ଯୋଜନାରେ ବିନିଯୋଗ କରିବା ପରିବର୍ତ୍ତେ ଏଲଆଇସିକୁ ବାଛିଥାନ୍ତି । ହେଲେ ଏଲଆଇସିର ଏମିତି ଗୋଟେ ପ୍ଲାନ୍ ଅଛି ଯେଉଁଥିରେ ଆପଣ ମାତ୍ର ୮୭ଟଙ୍କା ଲେଖାଏଁ ସଞ୍ଚୟ କରି ୧୧ଲକ୍ଷ ଟଙ୍କା ସଂଗ୍ରହ କରିପାରିବେ ।
ତେବେ ଏହି ଯୋଜନାର ନାଁ ହେଉଛି ଏଲଆଇସି ଆଧାର ଶିଳା ଯୋଜନା । ଏଥିପାଇଁ ନିବେଶକଙ୍କୁ ପ୍ରତିଦିନ ୮୭ଟଙ୍କା ସଞ୍ଚୟ କରିବାକୁ ପଡିବ । ଏହାକୁ ହିସାବକୁ ନେଲେ ବାର୍ଷିକ ୩୧ହଜାର ୭ଶହ ୫୫ ଟଙ୍କା ଆପଣଙ୍କ ସଞ୍ଚୟ ହେବ । ଯଦି ଆପଣ ଏହି ଯୋଜନାରେ ୧୦ବର୍ଷ ପାଇଁ ବିନିଯୋଗ କରନ୍ତି ତେବେ ଆପଣ ମୋଟ ୩ଲକ୍ଷ ୧୭ହଜାର ୫ଶହ ୫୦ଟଙ୍କା ଜମା କରିପାରିବେ । ଆଉ ଏହି ଯୋଜନାର ଅବଧି ୭୦ବର୍ଷ ରହିଛି ।
ଆପଣ ଏଥିରେ ଟଙ୍କା ରଖିଲେ ପରିପକ୍ୱତା ସମୟରେ ଆପଣଙ୍କୁ ୧୧ଲକ୍ଷ ଟଙ୍କା ମିଳିବ । ୮ ରୁ ୫୫ବର୍ଷ ମହିଳା ମାନେ ଏଲଆଇସିର ଏହି ଯୋଜନାରେ ବିନିଯୋଗ କରିପାରିବେ । ସେହିପରି ନିୟମ ଅନୁସାରେ ଏଲଆଇସିର ଆଧାର ଶୀଳା ଯୋଜନାରେ ସର୍ବନିମ୍ନ ରାଶି ୭୫ହଜାର ଟଙ୍କା ସ୍ଥିର କରାଯାଇଛି । ସର୍ବନିମ୍ନ ଅବଧି ସମୟ ୧୦ବର୍ଷ ରଖାଯାଇଛି । ସେହିପରି ନିବେଶକଙ୍କ ବୟସ ସର୍ବାଧିକ ୩୦ବର୍ଷ ରହିଥିବା ନେଇ କୁହାଯାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।