ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିନା ଭିସାରେ ୫୭ଦେଶ ବୁଲି ପାରିବେ ଭାରତ । ଶକ୍ତିଶାଳୀ ପାସପୋର୍ଟ ଭାବେ ଶୀର୍ଷରେ ସିଙ୍ଗାପୁର । ବିନା ପାସପୋର୍ଟ ରେ ଯାତ୍ରା କରିବା ଉପରେ କଟକଣା ଲାଗିଥାଏ । କିନ୍ତୁ ଏବେ ଭାରତର ପାସପୋର୍ଟ ଅଧିକ ଶକ୍ତିଶାଳୀ ହୋଇଛି । ଗତବର୍ଷ ତୁଳନା ୫ଟି ସ୍ଥାନ ଉପରକୁ ଉଠିଛି । ଏଣିକି ବିନା ଭିସାରେ ୫୭ଟି ଦେଶରେ ମୁକ୍ତ ଭାବରେ ବୁଲାବୁଲି କରିପାରିବେ ଭାରତ ।
ମଙ୍ଗଳବାର ପ୍ରକାଶିତ ହେନେଲି ପାସପୋର୍ଟ ଇଣ୍ଡେକ୍ସ ଭାରତ ୮୦ତମ ସ୍ଥାନରେ ପହଞ୍ଚିଛି । ତେବେ ୨୦୨୨ମସିହାରେ ପ୍ରକାଶିତ ରିପୋର୍ଟ ଠାରୁ ୫ଟି ସ୍ଥାନ ଉପରକୁ ଉଠିଛି ଭାରତ । ଏବେ ଟଗୋ ଏବଂ ସେନେଗାଲ ଭଳି ଦେଶ ସହିତ ଭାରତର ସ୍ଥାନ ସମାନ ସ୍ତରରେ ପହଞ୍ଚିଛି । ତେବେ ରିଆଙ୍କିଂ ପାଇଁ ଅନ୍ତର୍ଜାତୀୟ ପରିବହନ ସଙ୍ଘରୁ ନିଆଯାଇଛି । ତେବେ ଏଣିକି ଭାରତୀୟ ମାନେ ୫୭ଦେଶକୁ ବନା ଭିସାରେ ଯାତ୍ରା କରିପାରିବେ । ଅର୍ଥାତ୍ ଭିସା ଫ୍ରି ଅଥବା ଭିସା ଅନ ଅରାଭିଲ ଆକ୍ସେସ ମିଳିଛି ।
ତେବେ ଏହାର ଅର୍ଥ ହେଉଛି ଆପଣ ପାସପୋର୍ଟ ନେଇ ୫୭ଦେଶକୁ ଯାଇ ବୁଲାବୁଲି କରିପାରିବେ । କିନ୍ତୁ ଏହି ୫୭ଦେଶକୁ ଯିବା ପାଇଁ ଭିସା ଆବଶ୍ୟକ ହେବ ନାହିଁ । ଯଦିଓ କେତେକ ଦେଶରେ ଆବଶ୍ୟକ ହେବ ତେବେ ଆପଣ ସେଠାରେ ପହଞ୍ଚିବା ମାତ୍ରେ ବିମାନ ବନ୍ଦରରେ ଆପଣଙ୍କୁ ଭିସା ମିଳିଯିବ । ଭାରତୀୟ ନାଗରିକ ମାନେ ଏଣିକି ପାସପୋର୍ଟ ବ୍ୟବହାର କରି ଇଣ୍ଡନେସିଆ, ଥାଇଲାଣ୍ଡସ, ରୋଣ୍ଡା, ଜାମାଇକା, ଶ୍ରୀଲଙ୍କା, ଭଳି ଦେଶକୁ ଯାତ୍ରା କରିପାରିବେ ।
ତଥାପି ୧୭୭ଦେଶକୁ ଯିବାକୁ ଭିସା ଆବଶ୍ୟକ ହେବ । ତେବେ ଏହି ଦେଶ ଗୁଡିକ ମଧ୍ୟରେ ରହିଛି ଚିନ୍, ଜାପାନ, ଋଷ୍, ଆମେରିକା ଏବଂ ୟୁରୋପୀୟ ର ସମସ୍ତ ଦେଶ ଅର୍ନ୍ତଭୁକ୍ତ । ଭାରତୀୟ ନାଗରିକ ମାନଙ୍କୁ ଏହି ସବୁ ଦେଶରେ ଭିସା ଆବେଦନ କରିବାକୁ ପଡିବ । କିନ୍ତୁ କିଛି ଦେଶ ଅଛି ସେଠାରେ ପହଞ୍ଚିବା ପରେ ଭିସା ଉପଲବ୍ଧ କରନ୍ତି । ତେବେ ଦୀର୍ଘ ବର୍ଷ ଧରି ଜାପାନ ଏହି ରିଆଙ୍କିଂ ରେ ଏକ ନମ୍ବର ସ୍ଥାନରେ ରହିଥିଲା । କିନ୍ତୁ ଚଳିତ ବର୍ଷ ସିଙ୍ଗାପୁର ପ୍ରଥମ ସ୍ଥାନରେ ରହିଛି ।
ଜାପାନ ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ନୁହେଁ । ତେବେ ସିଙ୍ଗାପୁର ଏହି ରିଆଙ୍କର ଏକ ନମ୍ବର ସ୍ଥାନକୁ ଉଠିବା ପରେ ବିନା ଭିସାରେ ୧୯୨ଟି ଦେଶରେ ପ୍ରବେଶ କରିବାର ଅନୁମତି ଦିଆଯାଇଛି । ତେବେ ପ୍ରକାଶିତ ଏହି ରିପୋର୍ଟରେ ୨୨୭ଦେଶ ଏବଂ ୧୯୯ ପାସପୋର୍ଟ ଅର୍ନ୍ତଭୁକ୍ତ କରାଯାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।