ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବେଶ ବଦଳାଇ କରୁଥିଲେ ଏକାଧିକ ବାହାଘର । ୧୦ବର୍ଷରେ କରିସାରିଛନ୍ତି ୧୫ବିବାହ । ମାଟ୍ରିମୋନିରେ ଜାଲ ବିଛାଇ ସୁନ୍ଦରୀଙ୍କୁ କରୁଥିଲେ ଟାର୍ଗେଟ । କେତେବେଳେ ଡାକ୍ତର ତ କେତେବେଳେ ଇଞ୍ଜିନିୟର ତ କେତେବେଳେ ବିଲଡର ତ କେତେବେଳେ ଆଇଏଏସ୍ ଅଫିସରର ପରିଚୟ ଦେଇ ୧୦ବର୍ଷରେ କରିସାରିଛନ୍ତି ୧୫ବିବାହ ।
ମହେଶ କେବି ନାୟକ ଯିଏ ମ୍ୟାଟ୍ରମୋନିରେ ନକଲି ଆକାଉଣ୍ଟ କରି ଶିକ୍ଷିତା ହାଇ ପ୍ରୋଫାଇଲ ଓ ସୁନ୍ଦରୀ ମହିଳା ଓ ଝିଅଙ୍କୁ ଟାର୍ଗେଟ କରୁଥିଲେ । ମିଠା ମିଠା କଥା କହି ଫସାଉଥିଲେ ଆଉ ବାହା ହୋଇ ଫେରାର ହୋଇ ଯାଉଥୁଲେ । ଆଉ ପରେ ଖୋଜିଲା ବେଳକୁ ଆଉ ଧରା ଛୁଆଁ ଦେଉ ନଥିଲେ ଠକ ବର । କାହାକୁ କିଛି ସନ୍ଦେହ ଯେପରି ନହୁଏ ସେଥିପାଇଁ ମଧ୍ୟ ପ୍ରିପାଲ୍ନିଂ କରିଥିଲେ । ନକଲି କ୍ଲିନିକ ଖୋଲିବା ସହ କିଛି କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦେଇଥିଲେ । ଆଇଏଏସ ଅଫିସର ର ନକଲି ଆଇ କାର୍ଡ ମଧ୍ୟ କରିଥିଲେ ଆଉ ଏପରି ନିଜ ମାୟା ଜାଲରେ ସୁନ୍ଦରୀ ମହିଳାକୁ ଫସାଉଥିଲେ ।
ଆଉ କିଛି ଆଗ ପଛ ବିଚାର ନକରି ମହିଳା ମାନେ ମଧ୍ୟ ତାଙ୍କୁ ବିବାହ କରୁଥୁଲେ । ଆଉ ମଥାରେ ସିନ୍ଦୁର ଲାଗିଯିବା ପରେ ସତ ଘଟଣା ସାମ୍ନାକୁ ଆସୁଥୁଲା । ଆଉ ଏହାପରେ ଜାଗା ବଦଳାଇ ଦେଉଥିଲେ ଠକ ବର ମହେଶ କେବି ନାୟକ । ତେବେ ଅଭିଯୁକ୍ତର କାର୍ଯ୍ୟ କଳାପକୁ ନେଇ ତାଙ୍କର ୧୫ନଂ ସ୍ତ୍ରୀଙ୍କ ମନରେ ସନ୍ଦେହ ସ୍ରୁଷ୍ଟି ହୋଇଥିଲା ପରେ ସେ ପୋଲିସରେ ଅଭିଯୋଗ କରିଥିଲେ ।
ଅଭିଯୋଗ ଆଧାରରେ ମହେଶୁର ପୋଲିସ ଏକ ଟିମ୍ ଗଠନ କରି ମହେଶକୁ ଧରିବା ପାଇଁ ଜାଲ ବିଛାଇ ଥିଲେ । ୨୧ଦିନର ମିଶନ ପରେ ଶେଷରେ ପୋଲିସ ତାଙ୍କୁ ଗିରଫ କରିଛି । ଠକ ବର ମହେଶଙ୍କର ମୋଟ ୧୫ଟି ସ୍ତ୍ରୀ ଓ ୪ଟି ସନ୍ତାନ ରହିଛନ୍ତି । ତାଙ୍କର କାର୍ଯ୍ୟ କଳାପରେ ସନ୍ଦେହ ହେବା ପରେ ୧୫ଜଣ ସ୍ତ୍ରୀ ମଧ୍ୟରୁ ମହେଶଙ୍କର କିଛି ସତ୍ୟତା ଜାଣିବାକୁ ପାଇଲେ । ଲୋକ ଲଜ୍ୟାରେ ସାମ୍ନାକୁ ନଆସି ଚୁପ୍ ରହିଥିବା କୁହାଯାଇଛି ।
ତଦନ୍ତରୁ ପୋଲିସ ଏକଥା ଜାଣିବାକୁ ପାଇଁଛି ଯେ ମହେଶ ବିବାହ କରିବା ପରେ ମହିଳା ମାନଙ୍କ ଠାରୁ ସୁନା ଅଳଙ୍କାର ପଇସା ଓ ଅନ୍ୟାନ ଜିନିଷ ପତ୍ର ଲୋଟ୍ କରି ଫେରାର ହୋଇଯାଉଥୁଲା । ପରେ କୌଣସି ଯୋଗାଯୋଗ ରଖୁନଥିଲା । ଆଉ ଲୋଟ ଶିକାର ହୋଇଥିବା କିଛି ମହିଳା ପୂର୍ବରୁ ମଧ୍ ଥାନାର ଦ୍ୱାରସ୍ଥ ହୋଇଥିଲେ । ମହେଶକୁ ସନ୍ଦେହ ଘେରକୁ ତାର ଖରାପ ଇଂରାଜୀ କହିବା ଶୈଳି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।