ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜୁଲାଇ ମାସ ୨ତାରିଖ ଅର୍ଥାତ୍ ଆଜି । ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା । ଆଜି ୧୪ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନାକୁ ନେଇ ବା ୟେଲୋ ୱାର୍ଣିଂ ଜାରି କଲା ପାଣିପାଗ ବିଭାଗ । ଆଉ ଆସନ୍ତା କାଲିଠାରୁ ବର୍ଷା ସମ୍ଭାବନା । ପୁଣି ସୃଷ୍ଟି ହେବାକୁ ଯାଉଛି ଲଘୁଚାପ ।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାରା ଓଡିଶାକୁ ଛୁଇଁ ସାରିଥିଲେ ବି ତାହା ସାମାନ୍ୟ ଦୁର୍ବଳ ଥିବା ପରିଲକ୍ଷିତ ହୋଇଛି । ଆଉ ଏହା ଫଳରେ ରାଜ୍ୟରେ ଆସନା ରୂପ ବର୍ଷା ହେଉନାହିଁ । ତେବେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶିତ ରିପୋର୍ଟରେ ବି ଏହି କଥାକୁ କୁହାଯାଇଛି । ଆଉ ଆଜିଠାରୁ ସ୍ଥିତିରେ ଉନ୍ନତି ଆସିବା ସହ ବୃଷ୍ଟିପାତ ବୃନ୍ଧି ପାଇବା ଆଶା କରାଯାଉଛି ।
ତେବେ ଜୁଲାଇ ୪ତାରିଖରେ ଦକ୍ଷିଣ ଓଡିଶା ଆଉ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଆଉ ଏହାର ପ୍ରଭାବରେ ଉପକୂଳ ଦକ୍ଷିଣ ଓଡିଶା ଜିଲ୍ଲା ଗୁଡିକରେ ଆଜିଠାରୁ ୫ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆଜି ପାଇଁ ରାଜ୍ୟର ୧୪ଟି ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ସମ୍ଭାବନାକୁ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ଉକ୍ତ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରାଯାଇଛି ।
ସେସବୁ ଜିଲ୍ଲା ଗୁଡିକ ହେଲା- ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୁରଭଞ୍ଜ, କେନ୍ଦୁଝର ଆଉ ଢେଙ୍କାନାଳ । ଏସବୁ ଜିଲ୍ଲା ଗୁଡିକରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।