ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ଚାଷୀ ମାନଙ୍କ ପାଇଁ ଖୁସି ଖବର ଯଦି ଆପଣ ଜଣେ ଚାଷୀ ଯଦି ଆପଣ ଏଥିରେ ପଞ୍ଜିକୃତ କରିଛନ୍ତି ତେବେ ଜାଣି ରଖନ୍ତୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଅର୍ଥ ବହନ କରିବେ ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରିମିୟମ ଅର୍ଥ ବହନ କରିବେ ରାଜ୍ୟ ସରକାର ।
ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ୨୦୨୩ ଖରିବ୍ରୁତି ରୁ ୨୦୨୫- ୨୬ ରବିଋତୁ ପର୍ଯ୍ୟନ୍ତ ପଞ୍ଜିକୃତ ଚାଷୀଙ୍କ ଫସଲ ବୀମାର ପ୍ରିମିୟମ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପ୍ରଦାନ କରିବେ । ୨ହେକ୍ଟର ପର୍ଯ୍ୟଟନ ଚାଷ ଜମି ପାଇଁ ଚାଷୀଙ୍କୁ ପ୍ରିମିୟମ ଦେବାକୁ ପଡିବ ନାହିଁ । କେବଳ ପଞ୍ଜୀକରଣ ସମୟରେ ବ୍ୟାଙ୍କ ଖାତା ଭ୍ୟାଲିଡିଟି କରିବାକୁ ଟୁକନ ମୋନି ଭାବରେ ମାତ୍ର ୧ଟଙ୍କା ଚାଷୀଙ୍କ ଆକାଉଣ୍ଟରୁ କାଟିବ ।
ତେବେ ଦୁଇ ହେକ୍ଟର ଚାଷ ଜମିରୁ ଅଧିକ ଜମିର ଫସଲକୁ ବୀମା ଭୁକ୍ତ କରିବାକୁ ଆଗ୍ରହୀ ଚାଷୀ ବଳକା ଜମିର ପ୍ରିମିୟମ ନିଜେ ବହନ କରିବେ । ଏନେଇ ସମବାୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨୦୧୬ ରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଲାଗୁ ହୋଇଥିବା ବେଳେ ପ୍ରତି ୩ବର୍ଷରେ ଥରେ ଖୋଲା ବିଲ୍ଡିଂ ପ୍ରକ୍ରିୟା ନୂଆ ଇନସୁରାନ୍ସ କମ୍ପାନୀ ଚୟନ କରିଥାଏ ।
ତେବେ ଏହି ଯୋଜନାରେ ଖରିଦ ପାଇଁ ଚାଷୀଙ୍କୁ ବୀମା ରାଶିର ୨ପ୍ରତିଶତ ପ୍ରିମିୟମ ଆକାରରେ ପ୍ରଦାନ କରିବାକୁ ପଡିଥାଏ । ତେବେ ରବି ପାଇଁ ଏହା ୧.୫ ପ୍ରତିଶତ ଏବଂ ଲାଭ ଦାୟକ ଫସଲ ପାଇଁ ୫ପ୍ରତିଶତ ପ୍ରିମିୟମ ଦେବାକୁ ପଡିଥାଏ । ତେବେ ଯାହାକି ବଡ ଅପଡେଟ୍ ମୁତାବକ ଏଥର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅର୍ଥ ବହନ କରିବେ ରାଜ୍ୟ ସରକାର। ଯାହା ଆପଣଙ୍କୁ ପ୍ରିମିୟମ ଦେବାକୁ ପଡିବ ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।