ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚଳିତ ବର୍ଷ ରାଜ୍ୟରେ ପଢୁଥୁବା ନବମ ଓ ଦଶମ ଶ୍ରେଣୀରେ ପଢୁଥୁବା ଛାତ୍ରଛାତ୍ରୀଙ୍କ ଲାଗି ଜାରି ହେଲା ଆଉ କିଛି ନୂଆ ସୂଚନା । ଚଳିତବର୍ଷ ୨୦୨୩- ୨୪ ହାଇସ୍କୁଲର ନବମ ଓ ଦଶମ ପରୀକ୍ଷା ପାଇଁ ନୂଆ ଢାଞ୍ଚା କରାଯିବା କୋର୍ଟ ପକ୍ଷରୁ ଘୋଷଣା କରାଯାଇଛି । କରୋନା ସମୟରେ ଉଭୟ ନବମ ଓ ଦଶମ ଶ୍ରେଣୀରେ ଚାରୋଟି ଇଣ୍ଟରନନାଲ ଆସିସମେଣ୍ଟ ସମେତ ବର୍ଷ ଆଧାରରେ ଏସ୍-୧ ଏବଂ ବର୍ଷ ଶେଷରେ ଏସ୍-୨ ପରୀକ୍ଷା କରାଯାଉଥିଲା ।
ତେବେ ମୂଲ୍ୟାୟନ ପ୍ରକ୍ରିୟା ମଧ୍ୟ ଚାରୋଟି ଇଣ୍ଟରନନାଲ ୨ଟି ଏସ୍ କୁ ଆଧାର କରି କରାଯାଉଥିଲା । ଚଳିତ ଶିକ୍ଷା ବର୍ଷରେ ମାଟ୍ରିକ ପରୀକ୍ଷା ବର୍ଷ ଶେଷକୁ ଗୋଟିଏ ପରୀକ୍ଷା ହେବ ଓ ଏହା ନମ୍ବର ବିଶିଷ୍ଟ ହେବ । ଏଥିରେ ୫୦ନମ୍ବର ସଂକ୍ଷିପ୍ତ ପ୍ରଶ୍ନ ଅବଜେକ୍ଟିଭ ଓ ଅବଶିଷ୍ଟ ୫୦ ଦୀର୍ଘ ଉତ୍ତର ମୂଳକ ବା ସବଜେକ୍ଟିଭ ପ୍ରଶ୍ନ ଆସିବ ବୋଲି ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି ।
ହେଲେ ମାଧ୍ୟମିକ ଶିକ୍ଷା ପରିଶୋଧ ବୋର୍ଡ ପକ୍ଷରୁ ଏଯାଏଁ ମ୍ୟାଟ୍ରିକ ପରୀକ୍ଷା ପ୍ରଶ୍ନ ପତ୍ର ଶୈଳୀ ମାର୍କ ଡିଷ୍ଟି୍ବ୍ୟିସନ ପରୀକ୍ଷାର ସଂପୂର୍ଣ୍ଣ ପାଠ୍ୟକ୍ରମ ପ୍ରକାଶ ପାଇଁ ନାହିଁ । ହେଲେ ଏ ସଂକ୍ରାନ୍ତରେ ଜିଲ୍ଲା ଶିକ୍ଷା ଅଧିକାରୀ ବା ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ କିଛି ଅବଗତ କରାଯାଇନାହିଁ କିମ୍ବା ବୋର୍ଡ ୱେବ୍ ସାଇଟ୍ ରେ ବି ଛଡା ଯାଇନାହିଁ । କିନ୍ତୁ ବଜାରରେ ମାଳ ମାଲ ଟେଷ୍ଟ ପେପର ବିକ୍ରୀ ଚାଲିଛି । ଏହାକୁ ନେଇ ହାଇସ୍କୁଲ ଛାତ୍ରଛାତ୍ରୀ ଅଭିଭାବକ ଦ୍ୱନ୍ଦରେ ପଡିଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।
ତେବେ ଯେଉଁ ସବୁ ଘରୋଇ ସଂସ୍ଥା ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଟେଷ୍ଟ ପେପର ପ୍ରସ୍ତୁତ କରୁଛନ୍ତି ସେଗୁଡ଼ିକ ଠିକ୍ କି ନାହିଁ ଯଦି ଠିକ୍ ତେବେ ପ୍ରଥମେ ସ୍କୁଲକୁ ମ୍ୟାଟ୍ରିକ ପ୍ରଶ୍ନ ପତ୍ର ଶୈଳୀ ବା ମାର୍କ ଡିଷ୍ଟି୍ବ୍ୟିସନ ନଆସିବା ପୂର୍ବରୁ ସେମାନଙ୍କ ପାଖକୁ ଗଲା କିପରି । ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।