ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସିଲା ମାନ୍ୟବର ହାଇକୋର୍ଟଙ୍କ ର ବଡ ନିର୍ଦ୍ଦେଶ । ଅଭିନେତା ବର୍ଷା ଓ ଅନୁଭବଙ୍କ ଛାଡପତ୍ର ବିବାଦ ମାମଲାରେ ଆଉ ଦିନ ଗଡିବ ନାହିଁ । ଦୁହେଁ ପୁରା ଆଇନ୍ ଅନୁଯାୟୀ ହୋଇଯିବେ ସବୁଦିନ ପାଇଁ ଅଲଗା । ବର୍ଷା ଅନୁଭବଙ୍କ ବିବାଦ କାହାଣୀ ଅକ୍ଟୋବର ମାସରେ ସବୁଦିନ ପାଇଁ ଶେଷ ହୋଇଯିବ । ନାଁ ବର୍ଷା ଅନୁଭବଙ୍କୁ ଏକାଠି କେବେ ହୁଏତ ଦେଖିବାକୁ ନମିଳିପାରେ ।
ଅଭିନେତା ଅନୁଭବ ମହାନ୍ତି ଆଉ ବର୍ଷା ପ୍ରିୟଦର୍ଶିନୀ ଦୁହିଁଙ୍କ ମଧ୍ୟରେ ଛାଡପତ୍ର ବିବାଦ ବହୁତ ଦିନରୁ ଚାଲି ଆସିଛି । ଏମିତି ଏ କଥାକୁ ନେଇ ବହୁତ ଚର୍ଚ୍ଚା ବି ହୋଇଛି । ଆଉ ଏକଥାକୁ ନେଇ ଦୁଇ ଜଣ ବହୁବାର ଫ୍ୟାମିଲି କୋର୍ଟ କୁ ବି ଦୌଡୁଛନ୍ତି । ହାଇକୋର୍ଟ ହେଉ କି ଫ୍ୟାମିଲି କୋର୍ଟ ହେଉ ବାରମ୍ବାର ଦୌଡିବା ସତ୍ତ୍ୱେ କୌଣସି ସମାଧାନ ବାହାରି ନଥିଲା ।
ଅକ୍ଟୋବର ମାସରେ ଦୁଇଜଣ ସବୁଦିନ ପାଇଁ ସଂପୂର୍ଣ୍ଣ ଭାବରେ ଅଲଗା ହେବାକୁ ଯାଉଛନ୍ତି । ଜଣେ ଜଣକ ପାଖରୁ ଛାଡପତ୍ର ନେଉଛନ୍ତି । ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାରେ ଏଭଳି ହାଇକୋର୍ଟ କିଛି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଅନୁଭବଙ୍କ ଛାଡପତ୍ର ନିବେଦନର ଶୁଣାଣି ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତିନିମାସ ଭିତରେ ଛାଡପତ୍ର ମାମଲା ଶେଷ କରିବାକୁ ପରିବାର ଅଦାଲତକୁ ନିର୍ଦ୍ଦେଶ ଦିଆଯାଇଛି ।
୪ସପ୍ତାହ ମଧ୍ୟରେ ଜବାବ୍ ସୁହାଲ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଜୁଲାଇ ୩୧ ସୁଧା ସରିବ ଜେରା ପ୍ରକ୍ରିୟା । ଅକ୍ଟୋବର ୩୧ସୁଧା ଛାଡପତ୍ର ମାମଲାରେ ହୋଇପାରେ ଫଇସଲା । ଆସିପାରେ ଶେଷ ନିଷ୍ପତ୍ତି । ପରିବାର ଅଦାଲତରେ ଫଇସଲା ବିଳମ୍ବ ହେଉଥିବା ଦର୍ଶାଇ ହାଇକୋର୍ଟ ଯାଇଥିଲେ ଅନୁଭବ । ସୁପରିମକୋର୍ଟ ନିର୍ଦ୍ଦେଶ ଉଲଘଂନ ହେଉଥିବା ଦର୍ଶାଇଥିଲେ ଅନୁଭବ । ଆଉ ଏବେ ହାଇକୋର୍ଟ କିଛି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।
ଅକ୍ଟୋବର ୩୧ସୁଧା ଛାଡପତ୍ର ମାମଲାରେ ଫଇସଲା ହୋଇଯାଇପାରେ । ତେବେ ଫ୍ୟାମିଲି କୋର୍ଟ କୁଆଡେ ବର୍ଷାକୁ ଅହେତୁକ ଅନୁକମ୍ପା ଦେଖାଉଥିବା ହାଇକୋର୍ଟରେ ଅଭିଯୋଗ ହୋଇଥିଲା । ଆଉ ଏବେ ହାଇକୋର୍ଟର ଏଭଳି ଆସିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ଯାହାକି ଜଣା ପଡିଛି ୪ସପ୍ତାହ ମଧ୍ୟରେ ଜବାବ ସୁହାଲ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଉ ତିନିମାସ ଭିତରେ ଛାଡପତ୍ର ମାମଲା ଶେଷ କରିବାକୁ କୁହାଯାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।