ପୁଣି ଆସିଲା ବଡ଼ ଖବର । କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା ଦେଲା ସୁପ୍ରିମକୋର୍ଟ ।

Court

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କେନ୍ଦ୍ର ସରକାରଙ୍କୁ ସୁପ୍ରିମ ଝଟକା । କେନ୍ଦ୍ରର ଅଧ୍ୟାଦେଶ ଉପରେ ନିଷ୍ପତ୍ତି ନେବେ ୫ଜଣିଆ ସମ୍ବାଧନିକ ଖଣ୍ଡପୀଠ । ସୁପ୍ରିମକୋର୍ଟର ଏହି ଅଧ୍ୟାଦେଶକୁ ଚ୍ୟାଲେଞ୍ଜ କରିଥିଲେ କେଜ୍ରିୱାଲ । କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ଉପରେ ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟର ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ। ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ବଦଳୀ ଓ ପୋଷ୍ଟିଂ ନେଇ କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ମାମଲାକୁ ସୁପ୍ରିମକୋର୍ଟ ଏକ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇଛନ୍ତି ।

ଏବେ ସାମ୍ବିଧାନିକ ପୀଠ ଏହି ଅଧ୍ୟାଦେଶର ବୈଧ୍ୟତା ଉପରେ ନିଷ୍ପତ୍ତି ନେବ । ମୁଖ୍ୟ ବିଚାରପତି ଦ୍ୱିୱାଇ ଚନ୍ଦ୍ରଚଣ୍ଡ କହିଛନ୍ତି ଯେ ଅଧ୍ୟାଦେଶ ମାଧ୍ୟମରେ ଦିଲ୍ଲୀ ବିଧାନସଭାର କ୍ଷମତା ପରିସରକୁ ସେବା ଗୁଡିକୁ ବାଦ୍ ଦେବା ଆଇନ୍ ଗତ ଠିକ୍ କି ନାହିଁ ସେନେଇ ଏକ ଲମ୍ବା ଶୁଣାଣି ଆବଶ୍ୟକ । ବୁଲେ ଯୋଗ୍ୟ ଜାତୀୟ ରାଜଧାନୀରେ ପୋଲିସ ଓ ଆଇନ ଶ୍ରୁଙ୍ଖଳା ଏବଂ ଜମି ବ୍ୟତୀତ ଅନ୍ୟ ସମସ୍ତ ସେବା ଉପରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିଛି ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ ।

Court

ହେଲେ ଏହାର ଏକ ସପ୍ତାହ ମଧ୍ୟରେ ସୁପ୍ରିମକୋର୍ଟର ରାୟକୁ ପ୍ରବାହୀନ କରିବା ପାଇଁ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଜାରି କରିଥିଲେ । ଦିଲ୍ଲୀରେ କେଜ୍ରିୱାଲ ସରକାର କେନ୍ଦ୍ରର ଏହି ଅଧ୍ୟାଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଗୁରୁବାର ବିଧାନ ବିଚାରପତି ଜସଟିସ୍ ଡି.ୱାଇ ଚନ୍ଦ୍ରଚୁଡ଼ , ଜସଟିସ୍ ବିଏସ ନରସିଂହ ଏବଂ ଜସଟିସ୍ ମନୋଜ ମିଶ୍ରାଙ୍କ ଏକ ଖଣ୍ଡ ପୀଠ ଏହି ମାମଲାକୁ ସୁପ୍ରିମକୋର୍ଟର ସମ୍ବିଧାନ ପୀଠକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

ବରିଷ୍ଠ ଓକିଲ ଅଭିଶେକ ମନୁ ସିଂ ବି ଦିଲ୍ଲୀ ସରକାରଙ୍କ ପକ୍ଷରୁ କୋର୍ଟରେ ପ୍ରତିନିଧିତ୍ୱ କରିଥିଲେ । ସେ ଯୁକ୍ତି ବାରିଥିଲେ ଯେ ଅଧ୍ୟାଦେଶ ଏକ ନିର୍ବାଚିତ ସରକାରଙ୍କ ଅଧିକାରକୁ କ୍ଷିର୍ଣ୍ନ କରୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *