ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୀମା ପରେ ସାମ୍ନାକୁ ଆସିଲେ ଅଞ୍ଜୁ । ପାକିସ୍ତାନୀ ପ୍ରେମିକ ପାଇଁ ଡେଇଁଲେ ଭାରତର ସୀମା । ପବଜୀ ନୁହେଁ ଫେସବୁକରେ ହୋଇଥିଲା ପ୍ରେମ । ସ୍ୱାମୀକୁ ମିଛ କହି ପଳେଇଲେ ପାକିସ୍ତାନ । ପ୍ରେମ ପାଇଁ କିଏ ପାକିସ୍ତାନର ସୀମା ଡେଇଁ ଭାରତକୁ ଚାଲି ଆସୁଛି ତ କିଏ ପ୍ରେମ ପାଇଁ ଭାରତର ସୀମା ଡେଇଁ ପାକିସ୍ତାନକୁ ଚାଲି ଯାଉଛି । ଚାରିଆଡ଼େ ଚର୍ଚ୍ଚିତ ପ୍ରେମ କାହାଣୀ ହେଉଛି ସୀମା ହାଇଦର ଏବଂ ସଚିନଙ୍କ ପ୍ରେମ କାହାଣୀ ।
ଆଉ ଏହାରି ଭିତରେ ସାମ୍ନାକୁ ଆସୁଛି ଅଞ୍ଜୁଙ୍କ ପ୍ରେମ କାହାଣୀ । ପ୍ରେମ କରି ଏବେ ଭାରତର ସୀମା ଡେଇଁ ପାକିସ୍ତାନକୁ ଚାଲି ଯାଇଛନ୍ତି । ଫେସବୁକ ବନ୍ଧୁଙ୍କ ପ୍ରେମରେ ପଡି ରାଜସ୍ଥାନର ଭିଆଡ ଜିଲ୍ଲାରେ ରହୁଥୁବା ଅଞ୍ଜୁ ଫେସବୁକ ପ୍ରେମିକକୁ ଭେଟିବାକୁ ପାକିସ୍ତାନରେ ପହଞ୍ଚି ଯାଇଛନ୍ତି । ପ୍ରେମୀ ନଜରଲାଙ୍କ ସହ ଏବେ ଅଞ୍ଜୁ ପାକିସ୍ତାନର ଖଇବର ପଙ୍ଖତୁନଖୋ ରେ ରହିଥିବା ଜଣାପଡିଛି ।
ସେଠାରେ ମେଡିକାଲ ରିପ୍ରେଜେଣ୍ଟାଟିଭ୍ ଥିବା ନଜରଲାଙ୍କ ସହିତ ରହିବା ପାଇଁ ଅଞ୍ଜୁ ନିଷ୍ପତ୍ତି ନେଇସାରିଛନ୍ତି । ଅଞ୍ଜୁଙ୍କ ଭିସା ସମ୍ପର୍କରେ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଅଞ୍ଜୁଙ୍କ ପାକିସ୍ତାନ ଯାତ୍ରା ପାଇଁ ମେ ୪ରେ ପାକିସ୍ତାନ ଦ୍ୱାରା ଭିସା ଜାରି କରାଯାଇଥିଲା । ଏହି ଭିସାର ଅବଧି ୯୦ଦିନ ରହିଛି ଏବଂ ସେ ୱାଘା ବଡର ଦେଇ ପାକିସ୍ତାନରେ ପ୍ରବେଶ କରିଛନ୍ତି ।
ତେବେ ଅଞ୍ଜୁ କହିଛନ୍ତି ସେ ନଜରଲାଙ୍କୁ ପ୍ରେମ କରୁଛନ୍ତି ଏବଂ ତାଙ୍କୁ ଛାଡି ରହିପାରିବେ ନାହିଁ । ଅନ୍ୟ ପକ୍ଷରେ ଅଞ୍ଜୁ ତାଙ୍କ ପରିବାରକୁ ମିଛ କହି ଘର ଛାଡିଥିବା ଜଣା ପଡିଛି । ସେ ତାଙ୍କ ସ୍ୱାମୀ ଅରବିନ୍ଦଙ୍କୁ କହିଥିଲେ ଯେ କୌଣସି ବନ୍ଧୁକୁ ଭେଟିବା ପାଇଁ ଜୟପୁର ଯାଉଛନ୍ତି । ପରେ ଅରବିନ୍ଦ ଜାଣିପାରିଲେ ଯେ ତାଙ୍କ ପତ୍ନୀ ଭାରତର ସୀମା ଅତିକ୍ରମ କରି ପାକିସ୍ତାନୀ ପ୍ରେମିକଙ୍କ ପାଖକୁ ପଳାଇଛନ୍ତି । ଆଉ ଏହି ଘଟଣାରେ ଏବେ ତଦନ୍ତ ଜାରି ରଖିଛି ପୋଲିସ୍ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।