ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡର ସୁପରଷ୍ଟାର ଅନୁଭବ ବର୍ଷାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଛାଡପତ୍ର ଆବେଦନର ଶୁଣାଣି ଶୀଘ୍ର ଶେଷ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପାରିବାରିକ ମାମଲାକୁ ଆଗାମୀ ୩ମାସ ମଧ୍ଯରେ ଶେଷ ଶୁଣାଣି କରିବାକୁ ଫ୍ୟାମିଲି କୋର୍ଟକୁ କହିଛନ୍ତି ହାଇକୋର୍ଟ ।
ସେହିପରି ୪ସପ୍ତାହ ମଧ୍ୟରେ ମାମଲା ସମ୍ପର୍କରେ ସମପ୍ତ ଜବାବ୍ ସୁହାଲ ଶେଷ କରିବାକୁ କୁହାଯାଉଛି । ଚଳିତ ମାସ ଶେଷ ସୁଧା ଜୁଲାଇ ୩୧ତାରିଖ ସୁଧା ଜେରା ପ୍ରକ୍ରିୟା ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଅକ୍ଟୋବର ୩୧ ତାରିଖ ସୁଧା ଛାଡପତ୍ର ମାମଲାର ଫଇସଲା ହୋଇପାରେ ବୋଲି ଅନୁମାନ କରାଯାଉଛି ।
ଦୀର୍ଘ ଦିନରୁ ଫ୍ୟାମିଲି କୋର୍ଟରେ ଏହି ଛାଡପତ୍ର ମାମଲା ଚାଲିଥିବା ବେଳେ କୌଣସି ଶୁଣାଣି ହୋଇପାରୁ ନାହିଁ । ବିଜେଡି ସାଂସଦ ତଥା ଓଲିଉଡ ଷ୍ଟାର ଏନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହା ସହିତ ସୁପରିମକୋର୍ଟଙ୍କ ନିର୍ଦ୍ଦେଶର ମଧ୍ୟ ଉଲଘଂନ ହେଉଥିବା ଦର୍ଶାଇଛନ୍ତି ଅନୁଭବଙ୍କ ଓକିଲ । ବର୍ଷାଙ୍କ ଅହେତୁକ ଅନୁକମ୍ପା ଦର୍ଶାଉଥିବା ଅନୁଭବ ହାଇକୋର୍ଟରେ ଅଭିଯୋଗ କରିଥିଲେ ।
ତେଣୁ ସମସ୍ତ ମାମଲାକୁ ବିଚାର କରି ଯଥା ଶୀଘ୍ର ମାମଲାର ଉପଯୁକ୍ତ ରାୟ ଶୁଣେଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୩ମାସ ମଧ୍ୟରେ ଏହି ଷ୍ଟାର କଳିକୁ ଶେଷ କରିବା ପାଇଁ ଫ୍ୟାମିଲି କୋର୍ଟକୁ ମିଳିଛି କଡା ନିର୍ଦ୍ଦେଶ । ବର୍ଷା ଅନୁଭବଙ୍କ ଏହି ଛାଡପତ୍ର ମାମଲାରେ ପୂର୍ଣ୍ଣଛେଦ ପକାଇବା ପାଇଁ ମାତ୍ର ୩ମାସର ସମୟ ଦେଇଛନ୍ତି ହାଇକୋର୍ଟ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।