ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅସମ୍ଭବ ହେଲା ସମ୍ଭବ । ଯୋଡା ହେଲା ଦେହରୁ ଅଲଗା ହୋଇଯାଇଥିବା ମୁଣ୍ଡ । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଇଜରାଇଲର ଡାକ୍ତର ମାନେ ଏହି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ।
ସାଇକେଲ ଚଳାଉଥିବା ବେଳେ ଏକ କାର ଧକ୍କାରେ ଜଣେ ୧୨ବର୍ଷିୟ ବାଳକର ମେରୁଦଣ୍ଡରୁ ମୁଣ୍ଡ ସଂପୂର୍ଣ୍ଣ ଅଲଗା ହୋଇଯାଇଥିବା ବେଳେ ଇଜରାଇଲର ଡାକ୍ତର ମାନେ ଅତ୍ୟନ୍ତ ଅସ୍ୱାଭାବିକ ଏବଂ ଜଟିଳ ଅସ୍ତ୍ର ପ୍ରଚାର କରି ବାଳକର ମୁଣ୍ଡକୁ ପୁଣିଥରେ ମେରୁଦଣ୍ଡରେ ସଫଳତା ପୂର୍ବକ ଯୋଡି ଦେଇଛନ୍ତି ।
ତେବେ ସୂଚନା ଅନୁଯାୟୀ ସୁଲେମାନ ହାସ ନାମକ ଏହି ବାଳକ ଜଣକ ରାସ୍ତାରେ ସାଇକେଲ ଚଳାଉଥିବା ବେଳେ କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । କାର୍ ସହିତ ଦୁର୍ଘଟଣା ଘଟିବା ପରେ ତାଙ୍କ ମେରୁଦଣ୍ଡର ଉପର ଭାଗରେ ଅର୍ଥାତ୍ ବେକରୁ ମୁଣ୍ଡ ସଂପୂର୍ଣ୍ଣ ଭାବରେ ଅଲଗା ହୋଇଯାଇଥିଲା ।
ତେବେ ଦୁର୍ଘଟଣା ଘଟିବା ପରେ କାଳବିଳମ୍ବ ନକରି ବାଳକ ଜଣକୁ ଏୟାର ଲିଫ୍ଟ କରି ହାରସା ମେଡିକାଲ ସେଣ୍ଟରକୁ ନିଆଁ ଯାଇଥିଲା । ସେଠାରେ ଡାକ୍ତର ମାନେ ବାଳକଟିର ଜରୁରୀ କାଳୀନ ଅସ୍ତ୍ର ପ୍ରଚାର କରିଥିଲେ । ଅନ୍ୟପଟେ ବିରୋଳ ଅସ୍ତ୍ର ପ୍ରଚାର ତଦାରଖ କରୁଥୁବା ଅସ୍ତି ଶରୀର ବିଶେଷଜ୍ଞ ଡାକ୍ତର ଅହାତ ଆଇନପ କହିଛନ୍ତି ଏଥିପାଇଁ ଅନେକ ଘଣ୍ଟା ସମୟ ନେଇଥିଲା ।
ଅନ୍ୟପଟେ ଏହି ଅସ୍ତ୍ର ପ୍ରଚାର ସଫଳ ହେବା ପରେ ସରଜର ମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ ଏହି ଆରୋଗ୍ୟ ବାଳକ କୌଣସି ଚମତ୍କାର ଠୁ କମ୍ ନୁହେଁ । କାରଣ ପିଲାଟିର ବଞ୍ଚିବାର ମାତ୍ର ୫୦ପ୍ରତିଶତ ହିଁ ସମ୍ଭାବନା ଥିଲା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।