ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଫେଲସିପ୍ସ ସ୍କିମ୍ । ଛାତ୍ରଛାତ୍ରୀଙ୍କୁ ବାର୍ଷିକ ମିଳିବ ୩୦ହଜାର ଟଙ୍କା । ତେବେ ଯାହାକି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଛାତ୍ରବୃତ୍ତିର ଶୁଭାରମ୍ଭ କରିଛନ୍ତି । ଯାହା ଜରିଆରେ ଛାତ୍ରଛାତ୍ରୀଙ୍କୁ ମିଳିବ ବାର୍ଷିକ ୩୦ହଜାର ଟଙ୍କାର ଛାତ୍ରବୃତ୍ତି ବା ସ୍କିମ୍ । ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବାକୁ ଯାଉଛି ନୂଆ ମୁଖ୍ୟମନ୍ତ୍ରୀ ଫେଲସିପ୍ସ ସ୍କିମ୍ ବା ଛାତ୍ରବୃତ୍ତି ଯୋଜନା ।
ରାଜ୍ୟର ବିଶ୍ୱ ବିଦ୍ୟାଳୟ ଗୁଡିକରେ ପିଏଚଡି କରୁଥିବା ତଥା ଗବେଷଣା କରୁଥିବା ଛାତ୍ରଛାତ୍ରୀମାନେ ଏହା ଦ୍ୱାରା ଉପକୃତ ହେବେ । ଓଡିଶା ବିଶ୍ୱ ବିଦ୍ୟାଳୟ ଅନୁସନ୍ଧାନ ଓ ଅଭିନବ କରଣ ପ୍ରହତ୍ସନ ଯୋଜନାକୁ ଉନ୍ନତି କରି ଏହି ଯୋଜନା କରାଯାଇଛି । ରାଜ୍ୟରେ ପିଏଚଡି କରୁଥିବା ୩୦୦ ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ । ସେମାନେ ୫ବର୍ଷ ପର୍ଯ୍ୟନ୍ତ ଏହି ସୁବିଧା ପାଇବେ ।
ବିଜ୍ଞାନରେ ପିଏଚଡି କରୁଥିବା ପିଲାଙ୍କୁ ୫୦ହଜାର ଓ ସାମାଜିକ ବିଜ୍ଞାନରେ ପିଏଚଡି କରୁଥିବା ପିଲାଙ୍କୁ ବର୍ଷକୁ ୩୦ହଜାର ଟଙ୍କା ପ୍ରଦାନ କରାଯିବ । ଯେଉଁ ପିଏଚଡି ଧାରୀ ବିଶ୍ୱର ଶ୍ରେଷ୍ଠ ୨୫ଟି ଜନାଲରେ ନିଜ ନିବନ୍ଧ ପ୍ରକାଶ ପାଇଁ ରିସର୍ଚ୍ଚ କରୁଥୁବେ ସେମାନଙ୍କୁ ୫୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କୁ ମାସିକ ୩୦ହଜାର ଟଙ୍କା ଷ୍ଟାଇପେଣ୍ଟ ଆକାରରେ ଦିଆଯିବ ।
ଏହା ସହିତ ପିଏଚଡି ସହିତ ଜଡିତ ଥିବା ୬୦ଜଣ ଅଧ୍ୟାପକଙ୍କୁ ପ୍ରତି ବର୍ଷ ଆର୍ଥିକ ସହାୟତା ପ୍ରଦାନ କରାଯିବ । ସେହିପରି ଶ୍ରେଷ୍ଠ ପ୍ରଦଷଣ କରୁଥୁବା ବିଶ୍ୱ ବିଦ୍ୟାଳୟର ଉତ୍କଷ କେନ୍ଦ୍ରକୁ ମଧ୍ୟ ଅନୁଦାନ ପ୍ରଦାନ କରାଯିବ । ତେବେ ଯାହାକି ବଡ ଅପଡେଟ୍ ମୁତାବକ ପିଏଚଡି ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଫେଲସିପ୍ସ ସ୍କିମ୍ ବା ଛାତ୍ରବୃତ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।