ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହେଲା ନୂଆ ରିପୋର୍ଟ । ଆଗକୁ ଆସୁଛି ଆଉ ୨ଟି ଲଘୁଚାପ ।

rain h

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ବର୍ଷାରେ ଲାଗିବନି ବ୍ରେକ । ଆଗକୁ ଆସୁଛି ୨ଟି ଲଘୁଚାପ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହେଲା ଆଉ କିଛି ନୂଆ ରିପୋର୍ଟ । ଆଗକୁ ଆସୁଛି ୨ଟି ଲଘୁଚାପ । ତେବେ ଆଜି ସନ୍ଧ୍ୟା ସୁଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତତସଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବ । ପରବର୍ତ୍ତୀ ୨୪ଘଣ୍ଟାରେ ତାହା ଲଘୁଚାପରେ ପରିଣତ ହେବ ।

ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବୃନ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡିଶାର ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରାଯାଉଛି । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, କନ୍ଧମାଳ ଏବଂ କଳାହାଣ୍ଡିର କିଛି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ଏବଂ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

rain

ଏହା ସହ ଆଭ୍ୟନ୍ତରୀଣ ଓଡିଶାର ସମ୍ବଲପୁର, ବରଗଡ଼, ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗିର, ସୋନପୁର, ବୌଦ୍ଧ, ଦେଉଗଡ ଜିଲ୍ଲାର ପ୍ରବଳ ବର୍ଷା ହେବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରାଯାଇଥିବା ବେଳେ ଆଜି ୨୨ଟି ଜିଲ୍ଲାକୁ ସତର୍କ କରାଯାଇଛି ପାଣିପାଗ କେନ୍ଦ୍ର । ସେପଟେ ୨୯ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ।

ପ୍ରଭାବରେ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଭାରି ବର୍ଷା ନେଇ ସତର୍କତା କରାଇଛନ୍ତି । ତେବେ ଗତ ୨୪ଘଣ୍ଟାରେ ରାଜ୍ୟରେ ହାରାହାରି ୧୪. ୨ମିଲି. ଲିଟର ବର୍ଷା ରେକର୍ଡ କରାଯାଇଛି । ସ୍ୱଭାବିକ ବର୍ଷା ୯. ୯ମିଲିମିଟର ତୁଳନାରେ ୪୪ପ୍ରତିଶତ ଅଧିକ ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *