ମେଷ ରାଶି-ଆଜି ଆପଣଙ୍କ ଦିନ ଆତ୍ମବିଶ୍ୱାସରେ ଭରି ରହିବ, ପୁଜା ପାଠରେ ଆପଣଙ୍କ ଅଧିକା ମନ ଲାଗିବ, ଆପଣ ନିଜ ମନକୁ ଶାନ୍ତ ରଖିକରି ବିବାଦକୁ ସମାଧାନ କରିବାରେ ପ୍ରୟାସ କରିବେ । ବେପାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ନିଜ କ୍ଷେତ୍ରରେ ଧନ ଲାଭ ମିଳିବାର ଯୋଗ ହେଉଛି, ଦୈନିକ କାର୍ଯ୍ୟରେ ସଫଳତା ମିଳିବାର ନଜର ଆସୁଛି, ଜୀବନସାଥୀଙ୍କ ସହ ଆପଣଙ୍କ ସଂବନ୍ଧ ମଧୁର ହେବ , ପରିବାର ଲୋକଙ୍କ ସହ ନିଜ ହୃଦୟର କଥା ସେୟାର୍ କରିବେ, ରୋଜଗାରର ଦିଗରେ କରାଯାଇଥିବା ପ୍ରୟାସ ସଫଳ ହେବ, ଆଜି ଆପଣଙ୍କ ସବୁ ମନୋକାମନା ପୁରା ହେବାର ସଂମ୍ଭାବନା ଅଛି ।
ବୃଷ ରାଶି- ଆଜି ଆପଣଙ୍କ ଦିନ ଖୁସିରେ ଭରପୁର୍ ରହିବ । କେଉଁ ସଂମ୍ପର୍କୀୟଙ୍କ ଠାରୁ ଖୁସିଖବର ଶୁଣିବାକୁ ମିଳିପାରେ । ଯାହାଦ୍ୱାରା ଘରର ମାହୋଲ୍ ଭଲ ରହିବ । ଧନ ପ୍ରାପ୍ତିର ନୁଆ ସ୍ରୋତ ମିଳିବ, ଏହି ରାଶିର ବିଦ୍ୟାର୍ଥୀଙ୍କୁ ମନ ପୁରା ପାଠପଢାରେ ଲାଗିବ । କେଉଁ ପ୍ରତିଯୋଗିତା ପରୀକ୍ଷାରେ ଭଲ ରେଜଲ୍ଟ ମିଳିବ । ସ୍ୱାସ୍ଥ୍ୟର ଦୃଷ୍ଟିରୁ ଆଜିର ଦିନ ଭଲ ରହିବ, ଆପଣ ନିଜକୁ ଉର୍ଜାବାନ ଅନୁଭବ କରିବେ । ଆଜି ମନପସନ୍ଦର ଭୋଜନ ଆନନ୍ଦ ନେଇପାରନ୍ତି । ଆର୍ଥିକ ସ୍ଥିତିରେ ସୁଧାର ହେବ । ବହୁତ ଦିନରୁ ଅଟକିଥିବା ପଇସା ଫେରିପାରିବେ ।
ମିଥୁନ ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର୍ ଆସୁଛି । ଆପଣ ନିଜ ସବୁ ଅଧୁରା କାମ ପୁରା କରିପାରିବେ । ବନ୍ଧୁଙ୍କ ପୁରା ସହଯୋଗ ମିଳିପାରିବ । ଅଫିସ୍ ରେ ମାନ ସମ୍ମାନ ପ୍ରାପ୍ତି ହେବ । ବଡ ଅଧିକାରୀଙ୍କ କୃପା ଦୃଷ୍ଟି ରହିବ , ଆଜି ଆପଣ ସାମ୍ନାରେ ଆସୁଥିବା ସବୁ ଚ୍ୟାଲେଞ୍ଜକୁ ଆରାମରେ ମୁକାବଲା କରିପାରିବେ । କିଛି ମହତ୍ତ୍ୱପୁର୍ଣ୍ଣ ଫଇସଲା ନେବା ସମୟରେ ଭାବିଚିନ୍ତି କାର୍ଯ୍ୟ କରନ୍ତୁ ।
କର୍କଟ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରୁପରେ କଟିବ । ପରିବାର ଲୋକଙ୍କ ସହ ଅଧିକା ସମୟ କଟାଇବାକୁ ଚେଷ୍ଟା କରିବେ । ବନ୍ଧୁଙ୍କସହ କେଉଁଠିକୁ ପିକନିକ୍ ରେ ଯିବାର ଯୋଜନା ହୋଇପାରେ, ଏହି ରାଶିର ବିଦ୍ୟାର୍ଥୀଙ୍କୁ କଠିନ ବିଷୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି, ଆପଣଙ୍କ ପଢାରେ ମନ ଭଟକିପାରେ । ଜୀବନସାଥୀଙ୍କ ସହ ଉତଥାନ ପତନ ସ୍ଥିତି ରହିଛି, ଯାହାର କାରଣରୁ ଆପଣ ଚିନ୍ତିତ ହୋଇପାରନ୍ତି । ଅଫିସ୍ କାମରେ ଅଧିକା ପ୍ରେସର୍ ହେବା କାରଣରୁ ଆପଣ ଚିନ୍ତିତ ରହିବେ , ଆପଣ ସବୁ କାର୍ଯ୍ୟକୁ ସମୟରେ ପୁରା କରିବାରେ ଚେଷ୍ଟା କରିବେ ।
ସିଂହ ରାଶି- ଆଜି ଆପଣଙ୍କ ଦିନ କିଛି ପରିଣାମରେ ଭଲ ରହିବ । ମାଙ୍କ ଆଶିର୍ବାଦରୁ କରିଥିବା କାମରେ ସଫଳତା ମିଲିବାର ଯୋଗ ଅଛି । ଏହା ସହ ଲୋକଙ୍କ ମନରେ ଭଲ ଛବି ରହିବ, ସ୍ୱାସ୍ଥ୍ୟରେ ଉତଥାନ ପତନ ଦେଖାଦେବ, ବାହାର ଖାଦ୍ୟରୁ ଦୁରେଇ ରୁହନ୍ତୁ, ପରିବାରର କେଉଁ ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ, ଯାହାର କାରଣରୁ ମନ ଚିନ୍ତିତ ରହିବ, ଆପଣଙ୍କୁ ନିଜ ବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ହେବ । ଜୀବନସାଥୀଙ୍କ ସହ ମହତ୍ତ୍ୱପୁର୍ଣ୍ଣ ମାମଲାକୁ ନେଇକରି କଥାବାର୍ତ୍ତା ହୋଇପାରେ , ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢିବ । ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ୱାସ କରନ୍ତୁ ନାହିଁ ।
କନ୍ୟା ରାଶି-ଆଜି ଆପଣଙ୍କ ଦିନ ଶାନଦାର୍ ନଜର ଆସୁଛି। କେଉଁ ମହତ୍ତ୍ୱପୁର୍ଣ୍ନ କାମ ପୁରା ହେବାରୁ ମନ ପ୍ରସନ୍ନ ରହିବ, କିଛି ନୁଆ ମଉକା ଓ ନୁଆ ବିଚାର ସାମ୍ନାରେ ଆସିବ , ଯାହାକୁ ଆପଣ ଖୋଲା ମନରେ ସ୍ୱୀକାର କରିନେବେ, ଅଧିକାଂଶ ମାମଲାରେ ଆପଣ ନିଜକୁ ଭାଗ୍ୟଶାଳୀ ମାନିବେ, ଛୋଟ ମୋଟ ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧାରୁ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର କରିଲେ ଫାଇଦା ହେବ, ଆଜି ଆପଣ ମନ୍ଦିରରେ ଫଳ ଦାନ କରନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ବିବାହର ଭଲ ପ୍ରସ୍ତାବ ମିଳିପାରିବ ।
ତୁଳା ରାଶି-ଆଜି ଆପଣଙ୍କ ଦିନ ନିଶ୍ଚିତ ରୁପରେ ଫଳଦାୟକ ହେବ, ବେପାର କରୁଥିବା ବ୍ୟକ୍ତିଙ୍କୁ ବରିଷ୍ଠ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପ୍ରାପ୍ତି ହେବ, ଯଦି ଧନ ପ୍ରାତ୍ପି ମାର୍ଗରେ କିଛି ବାଧା ଉତ୍ପନ୍ନ ହେଉଛି, ତେବେ ତାହା ଶେଷ ହୋଇଯିବ, ଶଶୁରଘର ପକ୍ଷରୁ ମାନ ସମ୍ମାନ ମିଳିବ, ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା କାମକୁ ପ୍ରଶଂସା ମିଳିବ, ଯାହାଦ୍ୱାରା ଆତ୍ମବିଶ୍ୱାସରେ ବୃଦ୍ଧି ହେବ, ମାନସିକ ଚିନ୍ତାଗୁଡିକ ଦୁର ହେବ ।
ବିଛା ରାଶି- ଆଜି ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବାର ଯୋଗ ହେଉଛି । ସହକର୍ମୀଙ୍କ ସହାୟତା କରିବେ , ଖାଦ୍ୟପେୟରେ ରୁଚି ବଢିବ , ପରିବାର ଲୋକଙ୍କ ସହ ମିଶିକରି ମନ ପସନ୍ଦର ଭୋଜନର ଆନନ୍ଦ ନେଇପାରନ୍ତି, ଯଦି ଆପଣଙ୍କ କୋର୍ଟ କଚେରି ସହ କିଛି ମାମଲା ଚାଲୁଛି ତେବେ ଫଇସଲା ଆପଣଙ୍କ ପକ୍ଷରେ ଆସିବ, ବେପାରୀଙ୍କ ଲାଭ ମିଳିବ, ସରକାରୀ ଚାକିରି କରୁଥିବା ବ୍ୟକ୍ତିଙ୍କୁ ମନମୁତାବିକ ଜାଗାକୁ ଟ୍ରାନ୍ସଫର୍ ମିଳିପାରିବ, ଏହା ସହ ପ୍ରମୋସନ୍ ମିଳିବ, କେଉଁ ମହିଳା ବନ୍ଧୁଙ୍କ ସହଯୋଗରେ ଲାଭ ମିଳିବାର ଆଶା ଅଛି, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ଛୁଆଙ୍କ ତରଫରୁ ଟେନସନ୍ ଦୁର ହେବ , ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ ।
ଧନୁ ରାଶି- ଆଜି ବେପାର ସହ ଯୋଡି ହୋଇଥିବା ବ୍ୟକ୍ତି ନୁଆ ଯୋଜନାର ସହ କାମ କରିପାରନ୍ତି । ଯାହାଦ୍ୱାରା ଆପଣଙ୍କୁ ଭଲ ଫାଇଦା ଦେଖିବାକୁ ମିଳିବ । ଘରର ଛୋଟ ଛୁଆଙ୍କ ସହ ହସଖୁସି ସମୟ ବ୍ୟତିତ କରିବେ । ପରିବାରବାଲାଙ୍କ ସହ କେଉଁ ଭଲ ଜାଗା ବୁଲିବାକୁ ଯୋଜନା କରିପାରନ୍ତି ।ଘରର କେଉଁ ବଡ ବୟସ୍କଙ୍କ ଉପଦେଶ ଆପଣଙ୍କ ପାଇଁ ଫାଈଦାଦାୟକ ହେବ । ପ୍ରେମ ସଂବନ୍ଧରେ ମଜବୁତି ଆସିବ । ଦାମ୍ପତ୍ୟ ଜୀବନରେ ଭଲ ତାଳମେଳ ରହିବ । ଆପଣ ନିଜ ଜୀବନସାଥୀଙ୍କ ସହ ନିଜ ହୃଦୟର କଥା ସେୟାର୍ କରିବେ । ଦୁର ସଂଚାର ମାଧ୍ୟମରେ କିଛି ଖୁସିଖବର ଶୁଣିବାକୁ ମିଳିପାରେ ।
ମକର ରାଶି- ଆଜି ଆପଣ ନିଜ ଜରୁରୀ କାମକୁ ପୁରା କରିବାରେ ବ୍ୟସ୍ତରହିବେ । ଯେଉଁଥିରେ ସଫଳତା ମିଲିବାର ଯୋଗ ହେଉଛି, ଘର ପରିବାର ସହ ଯୋଡି ହୋଇଥିବା ଚିନ୍ତାଗୁଡିକ ଦୁର ହେବ, ମାନସିକ ରୁପରେ ହାଲକା ଅନୁଭବ କରିବେ । କାମକାର୍ଯ୍ୟରେ ଜରୁରି କାମରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ଅଛି, ଇଲେକ୍ଟ୍ରିକ୍ ଇଞ୍ଜିନିୟର ପାଇଁ ଦିନ ଭଲ ନଜର ଆସୁଛି ।
କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର ଆସୁଛି, ଜୀବନସାଥୀଙ୍କ ସାହାଯ୍ୟରେ କାମ ପୁରା ହୋଇଯିବ, ଏହା ସହ ତାଙ୍କ ଉପଦେଶରେ ଆପଣଙ୍କୁ ପଇସା କମାଇବାର ଜରିଆ ମିଲିପାରିବ ,, ଶିକ୍ଷକଙ୍କ ପାଇଁ ଦିନ ଭଲ ନଜର ଆସୁଛି, କେଉଁ କାମରେ ସଫଳତା ପ୍ରାପ୍ତି ହୋଇପାରେ, ଆପଣ ନିଜକୁ ଉର୍ଜାବାନ ଅନୁଭବ କରିବେ । କେଉଁ ପୁରୁଣା ରୋଗରୁ ମୁକ୍ତି ମିଳିପାରିବ । ଜରୁରୀ ମାମଲାରେ ଫଇସଲା ନେବାରେ ସକ୍ଷମ ହେବେ
ମୀନ ରାଶି-ଆଜି ଆପଣଙ୍କ ଦିନ ମଧ୍ୟମ ଧରଣର ରହିବ । ଆଜି ମାଙ୍ଗଳିକ ଯୋଜନାର ରୁପରେଖା ହେବ, କମର୍ସ ଛାତ୍ରଙ୍କ ପାଇଁ ଶିକ୍ଷକଙ୍କ ସହ ଯୋଗ ମିଳିପାରିବ, କିଛି ଦିନରୁ କିଛି ବିଷୟରେ ଆସୁଥିବା ସମସ୍ୟା ସହଜରେ ସମାଧାନ ହୋଇଯିବ, ଆପଣଙ୍କୁ ବ୍ୟବସାୟରେ ଲାଭ ମିଳିବ , ସାମାଜିକ ସ୍ତରରେ ଲୋକପ୍ରିୟତା ମିଲିପାରିବ । କାର୍ଯ୍ୟସ୍ଥଳରେ ଭଲ ପ୍ରଦର୍ଶନ କରିବେ । ସମାଜରେ ଆପଣଙ୍କ ମାନସମ୍ମାନ ବଢିବ, ଆପଣଙ୍କ କିଛି ଅଧୁରା ଇଚ୍ଛା ପୁରା ହୋଇପାରେ, ଯାହାଦ୍ୱାରା ମନଖୁସି ହେବ , ଆପଣଙ୍କ ଭଲ ବ୍ୟବହାରକୁ ଲୋକେ ପ୍ରଶଂସା କରିବେ ।