ଭଲ ପାଇଲା ହେଲେ କିଏ ଜାଣିଥିଲା ତା ସହ ଧୋକା ହେବ ବୋଲି… ଘରକୁ ଡାକିଲା ପ୍ରେମିକା.. ତା ପରେ ଯାହା କଲା …..

love 2

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜୁନ୍ ୧୩ତାରିଖରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ପଞ୍ଚାୟତ କିଆଁମୁଣ୍ଡ ଜଙ୍ଗଲରେ ମୃ-ତ ଦେହ ଉନ୍ଧାର ଘଟଣାରେ ରବିବାର ହ-ତ୍ୟା ସମ୍ପ୍ରକ୍ତ ଅଭିଯୋଗରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଫିରିଙ୍ଗିଆ ପୋଲିସ । ଗତ ୧୩ତାରିଖରେ କିଛି ଲୋକ କିଆଁମୁଣ୍ଡ ଜଙ୍ଗଲରେ ଯୁବକଙ୍କ ମୃ-ତ ଦେହ ଥିବା ଦେଖିବାକୁ ପାଇଁଥିଲେ । ପରେ ଘଟଣା ପ୍ରଚାର ହେବା ପରେ ଯୁବକ ଜଣକ ମଲା ଗ୍ରାମର ରମେଶ ତିଆଲାଙ୍କ ସାନପୁଅ ବଷିଆନନ୍ଦ ଦିଗାଲ ବୋଲି ଜଣା ପଡିଥିଲା ।

ପରେ ମୃ-ତ ଯୁବକଙ୍କ ପିତା ଫିରିଙ୍ଗିଆ ଥାନାରେ ପୁଅକୁ ହ-ତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ଏ ଘଟଣାରେ ଫିରିଙ୍ଗିଆ ପୋଲିସ ଘଟଣା ସ୍ଥଳକୁ ଯାଇ ସବୁ ଖୋଳତାଡ କରିବା ସହ ଗୋଡରେ ଆଘାତ ଓ ବିଭିନ୍ନ ପାରିପାର୍ଶ୍ୱିକ ସ୍ଥିତିରୁ ହ-ତ୍ୟା କରାଯାଇଥିବା ସନ୍ଦେହ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା । ଦୀର୍ଘ ୧୫ଦିନ ପରେ ପୋଲିସ ତ୍ରିକୋଣୀୟ ପ୍ରେମ ଜନିତ କାରଣରୁ ହ-ତ୍ୟା କରାଯାଇଥିବା ଜାଣିବାକୁ ପାଇଁଥିବା ବେଳେ ହ-ତ୍ୟାରେ ସଂମ୍ପୂକ୍ତ ସାବୁଳ, କାଠଫାଳିଆ ଯବତ କରିଥିବା ବେଳେ ହ-ତ୍ୟାରେ ସଂମ୍ପୂକ୍ତ ଥିବା ୫ଜଣକୁ ଗିରଫ କରିଛି ପୋଲିସ ।

love 2

ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ମୃ-ତ ଯୁବକଙ୍କ ପ୍ରେମିକାର ଭାଇ ସମ୍ଭୁନାଥ ଦିଗାଲ, ପ୍ରେମିକା ଚନ୍ଦ୍ରିକା ଦିଗାଲ, ପ୍ରେମିକାର ବାପା ଗୋଚାରା ଦିଗାଲ ଜଣାପଡିଥିବା ବେଳେ ତିନିଜଣ କିଆଁମୁଣ୍ଡା ଗାଁ ପାଖ ଗୋଚାକ୍ରାଡୁ ସାଇଁ ଫିରିଙ୍ଗିଆ ଅଞ୍ଚଳ ଅନ୍ତର୍ଗତ ବୋଲି ଜଣାପଡିଛି । ଅନ୍ୟ ଦୁଇ ଜଣକ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପ୍ରମିକାର ନୂଆ ପ୍ରେମିକ ଜୋତିନବଡସେକ୍ ପାରିଗର ଗାଁ କଟୁଗଟା ଗାଁ ଏବଂ ଅନ୍ୟଜଣେ ପ୍ରେମିକାର ଭିଣେଇ ଅନନ୍ତ ମଲ୍ଲିକ ସରୁପଡା ଗାଁର ବାଲିଗୁଡା ଥାନା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି ।

ପୋଲିସର ସୂଚନା ଅନୁସାରେ ଗିରପ ହୋଇଥିବା ମୃ-ତ ଯୁବକ ବ୍ୟାସବନ୍ତ ଦିଗାଲ ବିବାହ ହୋଇଥିବା ଜାଣି ସୁଧା ଗିରପ ହୋଇଥିବା ତାର ପ୍ରମିକା ଚନ୍ଦ୍ରିକା ଦିଗାଲ ଦୀର୍ଘ ୪ବର୍ଷ ହେଲା ଭଲ ପାଇଁ ଆସୁଥୁଲେ । କିଛିଦିନ ତଳେ ଚନ୍ଦ୍ରିକା ଅନ୍ୟ ଜଣେ ଯବକଙ୍କୁ ନୂଆ ନୂଆ ପ୍ରେମ କରିବାରୁ ମୃ-ତ ବ୍ୟାସବନ୍ତଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ । ବ୍ୟାସବନ୍ତ କିନ୍ତୁ ତାର ପ୍ରମିକା ଚନ୍ଦ୍ରିକାକୁ ବିବାହ କରିବା ପାଇଁ ବାଧ୍ୟ କରିଥିଲା ।

ଏହି କଥାକୁ ନେଇ ବ୍ୟାସବନ୍ତଙ୍କ ସହ ପ୍ରେମିକା ଚନ୍ଦ୍ରିକାର ମୋଟ ପରିବାର ଲୋକଙ୍କ ସହ ଚନ୍ଦ୍ରିକାର ନୂତନ ପ୍ରେମିକ ଓ ତାର ଭେଣେଇ ସହ ଝଗଡ଼ା ହୋଇଥିଲା । ପରେ ବ୍ୟାସବନ୍ତଙ୍କୁ ରାସ୍ତାରୁ ହଟେଇବା ପାଇଁ ସମସ୍ତେ ଏକ ପ୍ଲାନ କରିଥିଲେ । ରାତିରେ ପ୍ରମିକା ବ୍ୟାସବନ୍ତଙ୍କୁ ନିଜେ ଫୋନ କରି ତାଙ୍କ ଘରକୁ ଡାକିଥିଲେ । ପ୍ଲାନ ଅନୁସାରେ ବ୍ୟାସବନ୍ତଙ୍କୁ ପ୍ରେମିକାର ଘରେ ସମସ୍ତେ ମିଶି ହ-ତ୍ୟା କରିସାରିବା ପରେ ଘର ପାଖ ଜଙ୍ଗଲକୁ ନେଇ ଫିଙ୍ଗି ଦେଇଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *