୨ଦିନ ପ୍ରବଳ ଢାଳିବ ବର୍ଷା, ୧୧ଜିଲ୍ଲାକୁ ସତର୍କ ସୂଚନା ଜାରିକଲା ପାଣିପାଗ ବିଭାଗ

2 days

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଠିକ୍ ସେତିକିବେଳେ ଆଜି ୧୧ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ଯେତେବେଳେ ସକ୍ରିୟ ମୌସୁମୀ ରହିଛି ଆଉ ଠିକ୍ ସେତିକିବେଳେ ସକ୍ରିୟ ଲଘୁଚାପ ଓ ନିମ୍ନ ଚାପରେଖା ପ୍ରଭାବରେ ସୋମବାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିଲା ।

ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଯାହା ସୂଚନା ମିଳିଛି ଲଘୁଚାପ ପ୍ରଭାବରୁ ଆଗାମୀ ଦୁଇଦିନ ଅର୍ଥାତ୍ ଆଜି ଆଉ ଆସନ୍ତାକାଲି ଏହି ଦୁଇଦିନ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବର୍ଷା ହେବ । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କେତେକ ସ୍ଥାନରେ ତ ଘଡଘଡି ସହ ବିଜୁଳି ମାରିବାର ଯଥେଷ୍ଟ ସମ୍ଭାବନା ଅଛି । ପବନର ବେଗ ମଧ୍ୟ ଅଧିକ ହେବାର ଯଥେଷ୍ଟ ସମ୍ଭାବନା ଅଛି ।

rains

ଯାହାକୁ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ କେନ୍ଦ୍ରର ବିଲେଟିନ ଅନୁଯାୟୀ ୨୭ ତାରିଖ ଅର୍ଥାତ୍ ଆଜିର ଦିନରେ ନୂଆପଡା, ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ଦେବଗଡ, ମୟୁରଭଞ୍ଜ ଓ ବାଲେଶ୍ଵରରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆଉ ଏ ୧୧ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହୋଇପାରେ ।

ଠିକ୍ ସେହିପରି ଆସନ୍ତାକାଲି ଅର୍ଥାତ୍ ୨୮ତାରିଖ ବେଳକୁ ସୁନ୍ଦରଗଡ, କେନ୍ଦୁଝର, ଓ ମୟୁରଭଞ୍ଜରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଯେଉଁଥି ପାଇଁ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରାଯାଇଛି ।

ଏଇ ଦୁଇଦିନ ପାଇଁ ଯେଉଁ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରାଯାଇଛି ସେ ଜିଲ୍ଲା ଗୁଡିକ ହେଉଛି ନୂଆପଡା, ବଲାଙ୍ଗିର, ବରଗଡ, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ଦେବଗଡ, ମୟୁରଭଞ୍ଜ ଓ ବାଲେଶ୍ଵର । ୨୮ ତାରିଖ ପାଇଁ ସୁନ୍ଦରଗଡ, କେନ୍ଦୁଝର, ଓ ମୟୁରଭଞ୍ଜ । ଆଉ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରାଯାଇଛି । କାରଣ ଆଜି ଆଉ ଆସନ୍ତାକାଲି ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *