ଆଜି ୨୬ ଜୁନ୍ ସୋମବାର | ୧୧ ଜିଲ୍ଲା ପ୍ରବଳ ଓ ୯ ଜିଲ୍ଲା ଭୀଷଣ ବର୍ଷିବ |

heavy rains

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜୁନ୍ ମାସ ୨୬ ତାରିଖ ସୋମବାର ଅର୍ଥାତ୍ ଆଜି । ଆଜି ବି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଆଜି ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣିଂ ଜାରି କରାଯାଇଥିବା ବେଳେ ୯ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଓଡିଶା ଆଉ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଆଜି ସକ୍ରିୟ ରହିଛି । ଆଉ ଏହା ସହିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିଲୋମିଟର ଯାଏ ବ୍ୟାପିଛି । ଆଉ ଏହାର ପ୍ରଭାବରେ ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି ।

rains

ତେବେ ସକ୍ରିୟ ଥିବା ମୌସୁମୀ ଏବଂ ସକ୍ରିୟ ଥିବା ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା ରହିଛି । ଆଉ ସହରାଞ୍ଚଳରେ ତୀବ୍ର ବର୍ଷା ସମୟରେ ଟ୍ରାଫିକ ଜନିତ ସମସ୍ୟା ଉପୁଜି ପାରେ । ତେବେ ଆଜି ପାଇଁ ରାଜ୍ୟରେ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣିଂ ଜାରି କରାଯାଇଥିବା ବେଳେ ଅତି ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଅନୁଗୁଳ, କଟକ, ଢେଙ୍କାନାଳ, ଦେବଗଡ, ସୁନ୍ଦରଗଡ, କେନ୍ଦୁଝର, ଆଉ ମୟୁରଭଞ୍ଜ ।

ଏଇ ୧୧ଟି ଜିଲ୍ଲାକୁ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣିଂ ଜାରି କରାଯାଇଛି । ଆଉ ତା ସହିତ ଏହି ସମୟ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେସବୁ ଜିଲ୍ଲା ଗୁଡିକ ହେଲା ନବରଙ୍ଗପୁର, କଳାହାଣ୍ଡି, ଗୋଆପଡା, ବଲାଙ୍ଗିର, ବରଗଡ଼, ସୋନପୁର, ବୌଦ୍ଧ, ସମ୍ବଲପୁର, ଆଉ ଝାରସୁଗୁଡା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *