ଆଜି ୮ ଜୁନ୍ | ଏହି ୫ଟି ଜିଲ୍ଲାକୁ ହିଟ୍ ୱେବ ଜାରି | ମୌସୁମୀ ଅପଡେଟ୍

rain 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜୁନ୍ ମାସ ୮ତାରିଖ ଅର୍ଥାତ୍ ଆଜି । ପ୍ରବଳ ଗ୍ରୀଷ୍ମ ପ୍ରଭାହ ଯୋଗୁଁ ଜାରି ହେଲା ୟେଲୋ ୱାର୍ଣିଂ ଜାରି । ରାଜ୍ୟର ୫ଟି ଜିଲ୍ଲାରେ ହିଟ୍ ୱେବ୍ ୱାର୍ଣିଂ ଜାରି କଲା ପାଣିପାଗ ବିଭାଗ । ଏପଟେ ଆସନ୍ତା ୨୪ଘଣ୍ଟା ସୁଧା ଅର୍ଥାତ୍ ୯ତାରିଖ ସୁଧା କେରଳ ଛୁଇଁବ ମୌସୁମୀ । ତେବେ ଓଡିଶାରେ ପହଞ୍ଚିବ । ଦକ୍ଷିମ ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୯ କିମ୍ବା ପରବର୍ତ୍ତୀ ସମୟରେ କେରଳରେ ପ୍ରବେଶ କରିବାର ସମ୍ଭାବନା ରହିଛି । ଜୁନ୍ ୧୭ ତାରିଖରୁ ୨୦ ତାରିଖ ମଧ୍ୟରେ ଦକ୍ଷିଣ ଓଡିଶାରେ ପ୍ରବେଶ କରିବ ।

ଆଉ ଏହା ବ୍ୟତୀତ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଆଉ ନିକଟବର୍ତ୍ତୀ ଅଞ୍ଚଳରେ ସ୍ରୁଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ବାଙ୍ଗଲାଦେଶ ଆଉ ମିଆମାର ଉପକୂଳରେ ଗତି କରିବାର ସମ୍ଭାବନା ରହିଛି । ଆଉ ଏଥିପାଇଁ ଭାରତୀୟ ଭୂଖଣ୍ତରୁ ବଙ୍ଗୋପସାଗର ଆଡକୁ ଗରମ ଆଉ ଶୁଷ୍କ ବାୟୁ ପ୍ରଭାବିତ ହେଉଛି । ତେଣୁ ଓଡିଶା ଆଉ ନିକଟବର୍ତ୍ତୀ ଅଞ୍ଚଳରେ ଜୁନ୍ ୮ତାରିଖରୁ ୧୪ ତାରିଖ ମଧ୍ୟରେ ଉତ୍ତପ୍ତ ପ୍ରଭାହ ଅନୁଭୂତ ହେବାର ସମ୍ଭାବନା ରହିଛି ।

rains

ଏପଟେ ଓଡିଶାରେ ଗ୍ରୀଷ୍ମ ପ୍ରଭାହ ଜାରି ରହିଛି । ଗତକାଲି ସମ୍ବଲପୁରରେ ରାଜ୍ଯରେ ସର୍ବୋଚ୍ଚ ତାପମାତ୍ରା ର ୪୪.୫ଂ ରେକର୍ଡ ହୋଇଛି। ସେହିପରି ସୋନପୁରରେ ୪୪ ଆଉ ଝାରସୁଗୁଡା ଆଉ ହୀରାକୁଦ ରେ ୪୩.୬ , ବଲାଙ୍ଗିର ରେ ୪୩.୫,ତିତିଲାଗଡ ଆଉ ବୌଦ୍ଧରେ ୪୩ ଆଉ ଭୁବନେଶ୍ୱରରେ ୪୧.୨ଂ ରହିଥିଲା । ଆଉ ଗତକାଲି ଅପରାହ୍ନରେ ବାଲେଶ୍ଵର ସମେତ ଗଞ୍ଜାମ, କୋରପୁଟ, ଖୋର୍ଦ୍ଧା, ଯାଜପୁର ଓ ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମୁଳିଥିଲା ।

ଏପଟେ ଆସନ୍ତା ୨ଦିନ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବାରେ ସମ୍ଭାବନା ରହିଛି । ଆଉ ଏଥିସହ କେତେକ ଜିଲ୍ଲାରେ ସ୍ୱଭାବିକ ତାପମାତ୍ରା ୩ ରୁ ୫ଂ ରହିବ । ତେବେ ଲୋକମାନେ ପୂର୍ବାନ ୧୧ଟା ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ତେବେ ଆଜିଠାରୁ ତିନିଦିନ ପର୍ଯ୍ୟନ୍ତ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରଭାହ ଜାରି ରହିବ ।

ତେବେ ଉକ୍ତ ୫ଟି ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ୟେଲୋ ୱାର୍ଣିଂ ଜାରି କରାଯାଇଛି । ସେସବୁ ଜିଲ୍ଲା ଗୁଡିକ ହେଲା – ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ଆଉ ମୟୁରଭଞ୍ଜ ଏସବୁ ଜିଲ୍ଲା ମାନଙ୍କରେ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରଭାହ ଜାରି ରହିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *