ଆଜି ୩୦ ଜୁନ୍ | ଆସୁଛି ଲଘୁଚାପ | ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା…

rain 4

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜୁନ୍ ମାସ ୩୦ତାରିଖ ଶୁକ୍ରବାର ଅର୍ଥାତ୍ ଆଜି । ପୁଣି ଆରମ୍ଭ ହୋଇଯିବ ବର୍ଷା । ତେବେ ବର୍ତ୍ତମାନ ରାଜ୍ୟରେ ପାଣିପାଗରେ ସେମିତି କିଛି ନିର୍ଧିଷ୍ଟ ପ୍ରଭାବ ନାହିଁ । ଦିନରେ ଗୁଳୁଗୁଳି ଅନୁଭୂତ ହେବ । ଜଳୀୟ ବାଷ୍ପ ଯଥେଷ୍ଟ ଅଧିକ ରହିଛି । ଯାହା ଫଳରେ ଆଦ୍ରତା ଅଧିକ ରହିଛି ।

ଏବର୍ଷ ମୌସୁମୀ ଓଡିଶାକୁ ବିଳମ୍ବରେ ଆସିଥିଲେ ମଧ୍ୟ ଆଗାମୀ ଦିନରେ ବର୍ଷା ସ୍ୱଭାବିକ ରହିବ । ତେବେ ଆସନ୍ତା ୨ ଆଉ ୩ ତାରିଖ ବେଳକୁ ଦକ୍ଷିଣ ଆଉ ଉପକୂଳବର୍ତ୍ତୀ ଓଡିଶାରେ ଘଡଘଡି ସହ ପ୍ରବଳ ବର୍ଷା ହୋଇପାରେ ଏନେଇ ପାଣିପାଗ ବିଭାଗ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ତେବେ ୨ତାରିଖରୁ ବର୍ଷା ଆରମ୍ଭ ହୋଇଯିବ ।

rains

କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଆଉ କନ୍ଧମାଳ ଜିଲ୍ଲାରେ ଜୁଲାଇ ୨ତାରିଖରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବାରୁ ଏସବୁ ଜିଲ୍ଲା ଗୁଡିକ ପାଇଁ ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଜୁଲାଇ ୩ତାରିଖ ପାଇଁ ୧୭ଟି ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୟେଲୋ ୱାର୍ଣିଂ ଜାରି କରାଯାଇଛି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜୁଲାଇ ୪ତାରିଖରେ ପୁଣି ଲଘୁଚାପ ଆଶଙ୍କା ରହିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ୩ତାରିଖରୁ ବର୍ଷାର ପରିମାଣ ବଢିବ । ଆଇଏମଡି ର ସୂଚନା ଅନୁସାରେ ଏହି ସମୟରେ ଉପକୂଳ ଆଉ ଦକ୍ଷିଣ ଓଡିଶାରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *