ଆଜି ୧୯ ଜୁନ୍ | କାଳବୈଶାଖୀ ପାଇଁ ୧୫ ଜିଲ୍ଲାକୁ ସତର୍କ |

rain

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜୁନ୍ ମାନ ୧୯ ତାରିଖ ସୋମବା ଅର୍ଥାତ୍ ଆଜି। ଆଜି ବି ରାଜ୍ୟ ବାସୀଙ୍କୁ ତାତିରୁ ମିଳିବନି ତ୍ରାହି । ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରଭାହକୁ ନଜରରେ ରଖି ଅଂଶୁଘାତ ଜନିତ ସତର୍କତା ଅବଲମ୍ବନ କରିବା ପାଇଁ ଅରେଞ୍ଜ ୱାର୍ଣିଂ ଜାରି କରାଯାଇଥିବା ବେଳେ ୮ଟି ଜିଲ୍ଲାରେ ଅଂଶୁଘାତ ଜନିତ ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଆଉ ସେପଟ ଅପରାହ୍ନରୁ ମଧ୍ୟରାତ୍ର ସୁଧା କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନାକୁ ନେଇ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୦ ତାରିଖରୁ ରାଜ୍ୟରେ ତାତି କମିବ ଆଉ ୨୧ ତାରିଖରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ । କିନ୍ତୁ ସୋମବାର ଅର୍ଥାତ୍ ଆଜି ରାଜ୍ୟବାସୀ ଗରମ ଓ ଗୁଳୁଗୁଳି ରେ ସନ୍ତୁଳି ହେବେ । କାରଣ ଆଜି ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ଅନୁଗୁଳ ଆଉ ଦେବଗଡ ଆଦି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାହ ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଆଉ ଏଥିସହ ନୂଆପଡା, କଳାହାଣ୍ଡି, ନୟାଗଡ, ଖୋର୍ଦ୍ଧା, କଟକ, ଢେଙ୍କାନାଳ ଆଉ କେନ୍ଦୁଝର ଆଦି ଜିଲ୍ଲାରେ ଅଂଶୁଘାତ ଜନିତ ୟେଲୋ ୱାର୍ଣିଂ ଜାରି କରାଯାଇଛି । ତେବେ ଆଜିପାଇଁ ପଶ୍ଚିମ ଓଡିଶା ସମେତ ଓଡିଶାର ବିଭିନ୍ନ ସ୍ଥାନରେ ଅଂଶୁଘାତ ଜନିତ ୱାର୍ଣିଂ ଜାରି ହୋଇଥିବା ରୁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

rains

ଆଉ ଏପଟେ ଅପରାହ୍ନରୁ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନାକୁ ନେଇ ରାଜ୍ୟର ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେସବୁ ଜିଲ୍ଲା ଗୁଡିକ ହେଲା- ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ଅନୁଗୁଳ, କଟକ, ଯାଜପୁର, ଢେଙ୍କାନାଳ, ବାଲେଶ୍ୱର, ମୟୁରଭଞ୍ଜ ଆଉ କେନ୍ଦୁଝର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *