ଆଜି ୨୯ ଜୁନ୍ | ପୁଣି ଆସୁଛି ବଡ଼ ଲଘୁଚାପ | ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା…

Heavy rain

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜୁନ୍ ମାସ ୨୮ତାରିଖ ଗୁରୁବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଏବେ ନିଷ୍କ୍ରିୟ ରହିବ ମୌସୁମୀ । ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ଗତ ୨୪ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ଆଉ ଆଗାମୀ ୨୪ ଘଣ୍ଟା ମଧ୍ୟ ଅଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ଆଉ ସେହିପରି ଆସନ୍ତା ୫ଦିନ ପର୍ଯ୍ୟନ୍ତ ଓଡିଶାର ପାଗ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଜି ରାଜ୍ୟର ଦୁଇଟି ଜିଲ୍ଲାରେ ସୁନ୍ଦରଗଡ ଆଜି ଝାରସୁଗୁଡା ଏହି ଦୁଇଟି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଉ ବାକି ଜିଲ୍ଲା ଗୁଡିକରେ ପାଗ ମେଘୁଆ ରହିବା ସହ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆଉ ଆସନ୍ତା ୨ ରୁ ୩ଦିନ ଯାଏ ବର୍ଷା କମ୍ ରହିବ ।

rain

ଏହାପରେ ଉପକୂଳ ଓଡିଶାରେ ବର୍ଷା ପରିମାଣ ପୁଣିଥରେ ବଢିବାର ସମ୍ଭାବନା ରହିଛି । ଏପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛି ପୂର୍ବାନୁମାନ ଅନୁଯାୟୀ ବର୍ଷା ହୋଇଛି । ଆଉ ଆସନ୍ତା ୬ଦିନ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ସକ୍ରିୟ ରହିବ ନାହିଁ ବୋଲି ଆକଳନରୁ ଜଣା ପଡିଛି । ତେବେ ଆଜିଠାରୁ ତାପମାତ୍ରା ବଢିବ ପାଗ ଆଂଶିକ ମେଘୁଆ ରହିବ ।

ତେବେ ଆଗାମୀ ୬,୭ଦିନ ପରେ ଅର୍ଥାତ୍ ଜୁଲାଇ ଦ୍ୱିତୀୟ ସପ୍ତାହରୁ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଉ ଏହାର ପ୍ରଭାବରେ ପୁଣି ମୌସୁମୀ ସକ୍ରିୟ ହେବ ଆଉ ଭାରି ବର୍ଷା ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *