ଆଜି ୯ ଜୁନ୍ | ୫ ଜିଲ୍ଲା କାଳବୈଶାଖୀ, ୫ ଜିଲ୍ଲା ଗ୍ରୀଷ୍ମପ୍ରବାହ |

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜୁନ୍ ମାସ ୯ ତାରିଖ ଶୁକ୍ରବାର ଅର୍ଥାତ୍ ଆଜି । ଶେଷରେ କେରଳ ଛୁଇଁଲା ମୌସୁମୀ । ଦୁଇଦିନ ଭିତରେ ଦକ୍ଷିଣ ଭାରତକୁ ବ୍ୟାପିବ । ଏପଟେ ରାଜ୍ୟରେ ଖରା, ତାତି, ଗୁଳୁଗୁଳି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାହ ପାଇଁ ଆଜି ପାଇଁ ହିଟ୍ ୱେବ୍ ୱାର୍ଣ୍ଣଂ ଜାରି କଲା ପାଣିପାଗ ବିଭାଗ । ହିଟ୍ ୱେବ୍ ପାଇଁ ୫ଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣଂ ଜାରି କରାଯାଇଥିବା ବେଳେ ୫ଟି ଜିଲ୍ଲାକୁ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ୟଲୋ ୱାର୍ଣ୍ଣଂ ଜାରି କରାଯାଇଛି ।

ପ୍ରତୀକ୍ଷାର ଅବସାନ ଘଟାଇ ୭ଦିନ ବିଳମ୍ବରେ କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆଉ କେରଳର ଅଧିକାଂଶ ସ୍ଥାନକୁ ମୌସୁମୀ ବାୟୁ ଗତକାଲି ସ୍ପର୍ଶ କରିଥିବା ବେଳେ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି । ସାଧାରଣତଃ ମୌସୁମୀ ଜୁନ୍ ମାସ ୧୨ ତାରିଖ ପାଖାପାଖି ପ୍ରବେଶ କରିଥାଏ । ଆଉ ୭ଦିନ ବିଳମ୍ବରେ କେରଳରେ ପ୍ରବେଶ ହୋଇଥିବା ବେଳେ ୧୯ ତାରିଖ ପୂର୍ବରୁ ଓଡିଶାରେ ମୌସୁମୀ ପ୍ରବେଶ ନେଇ ଅନିଶ୍ଚିତତା ଦେଖା ଦେଇଛି ।

rains

ଏପଟେ ରାଜ୍ୟରେ ଖରା, ତାତି ଆଉ ଗୁଳୁଗୁଳି ଅତ୍ୟଧିକ ରହିଥିବା ବେଳେ ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ଜାରି ରହିଛି । ଆଉ ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟର ପଶ୍ଚିମ ଜିଲ୍ଲା ଗୁଡିକରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାହ ପାଇଁ ହିଟ୍ ୱେବ୍ ୱାର୍ଣ୍ଣଂ ଜାରି କରାଯାଇଛି । ଆଜି ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର, ଆଉ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ଆଉ ଖରା ପାଇଁ ହିଟ୍ ୱେବ୍ ଜନିତ ୟଲୋ ୱାର୍ଣ୍ଣଂ ଜାରି କରାଯାଇଛି ।

ଆଉ ଏଥିସହିତ ଆଜି ରାତି ଆଡକୁ ରାଜ୍ୟର ୫ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବିଜୁଳି, ଘଡ଼ଘଡ଼ି, ବର୍ଷା ପାଇଁ ମଧ୍ୟ ୟଲୋ ୱାର୍ଣ୍ଣଂ ଜାରି କରାଯାଇଛି । ସେସବୁ ଜିଲ୍ଲା ଗୁଡିକ ହେଲା- ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଜପତି ଆଉ ଗଞ୍ଜାମ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *