କାଳିଆ ଯୋଜନା ହିତାଧିକାରୀ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର । ଏବେ ହିଁ ଦେଖନ୍ତୁ…

Kalia Yojana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନାରେ ହିତାଧିକାରୀ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର । ରାଜ୍ୟର ପ୍ରତି ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ କାଳିଆ ସେଣ୍ଟର । କାଳିଆ ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟଗ ଯୋଜନା , ଗୋ ସୋଗମ ସଫଲ କୃଷକ ଯୋଜନାର ଲାଭ ପାଇବା ପାଇଁ ନେଇ ଚାଷୀମାନେ କୌଣସି ସମସ୍ୟାର ସମ୍ମୁଖୀନ ହେଉଥିଲେ ଚାଷୀମାନେ ଏହି ଜରିଆରେ ସମାଧାନର ରାସ୍ତା ମିଳିବ ବୋଲି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ତେବେ ଏଥିପାଇଁ ଉପଯୁକ୍ତ ଗୃହର ବ୍ୟବସ୍ଥା କରିବା ପାଇଁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ପତ୍ର ଲେଖିଛନ୍ତି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ମୁଖ୍ୟ । ତେବେ କାଳିଆ ସେଣ୍ଟରର ପ୍ରତ୍ୟେକ ସରକାରୀ କାର୍ଯ୍ୟ ଦିବସର ସକାଳ ୧୦ଟା ରୁ ଅପରାହ୍ନ ୫.୩୦ ପର୍ଯ୍ୟନ୍ତ ଖୋଲା ରହିବ । ଏଠାରେ ଚାଷୀ ମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବା ନିମନ୍ତେ ପ୍ରତି କେନ୍ଦ୍ରରେ ବୈଷୟିକ କର୍ମଚାରୀ ନିୟୋଜିତ ହେବେ ।

money

ତେବେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯାଳୟ ପକ୍ଷରୁ ନୀତିଦିନିଆ କାର୍ଯ୍ୟର ତଦାରଖ ନିମନ୍ତେ ଜଣେ ନୋଡାଲ ଅଧିକାରୀଙ୍କୁ ନିୟୋଜିତ କରାଯିବ । ତେବେ କେନ୍ଦ୍ରକୁ ଆସୁଥିବା କୃଷକ ମାନଙ୍କର ସମସ୍ୟା ଓ ଏ ଦିଗରେ ଗ୍ରହଣ କରାଯାଉଥୁବା କାର୍ଯନୁଷ୍ଠାନ ରିପୋର୍ଟ ଓ ପରାମର୍ଶ ଏକ ନିର୍ଦ୍ଦିଷ୍ଟ ଫରମାର୍ଟରେ ରେକର୍ଡ କରାଯିବ ଯାହା ଫଳରେ ଆପଣଙ୍କ କାଳିଆ ଯୋଜନା ସମ୍ଭନ୍ଧୀୟ ଯେକୌଣସି ସମସ୍ୟାର ସମାଧାନ ମଧ୍ୟ ମିଳିପାରିବ ।

ଏମିତିକି ନୂଆ ଆପଲାଇ କରିବା ପାଇଁ ଏହାଛଡା ଗୋ ସୋଗମ , ସଫଲ ପୋଟାଲ, କୃଷକ ଓଡିଶା ଯୋଜନାରେ ଯେକୌଣସି ସହାୟତା ପାଇଁ ଏଣିକି ଆପଣ କାଳିଆ ସେଣ୍ଟର ଲାଭ ମଧ୍ୟ ପାଇଁ ପାରିବେ । ଏହାଛଡା ଏଥିରେ ଜାରି ରହିଛି ଆଉ କିଛି ନୂଆ ଲିଷ୍ଟ ଯାହା ମଧ୍ୟ ଆପଣମାନେ ଚାହିଁଲେ ଚେକ୍ କରିପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *