ପହଞ୍ଚି ପାରିଲାନି ଶେଷ ଚିଠି… ପ୍ରେମ କାହାଣୀରେ ପୂର୍ଣ୍ଣଚ୍ଛେଦ ପକାଇଲା କରମଣ୍ଡଳ !!

love

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାଲେଶ୍ୱର ରେଳ ଲାଇନରେ ପଡିଛି ପ୍ରେମର ଶେଷ ଚିଠି ଆଇ ଲଭ୍ ଇଉ । ହଜି ଯାଇଛି ସେ ମଣିଷ କିନ୍ତୁ ହଜିନି ତା ପ୍ରେମର ସ୍ମୁତି ଆଉ ସନ୍ତକ । ବାଲେଶ୍ୱର ରେଳ ଲାଇନ ଦୁର୍ଘଟଣା ଅନେକ ଛାତିଥରା ଦୃଶ୍ୟ ଦେଖିଥିବେ । କିନ୍ତୁ ଏ ଦୃଶ୍ୟ ଆପଣଙ୍କୁ ଆବାକ କରିଦେବ । ଆପଣଙ୍କ ମୁହଁରୁ ବି ବାହାରି ପଡିବ ହେ ପ୍ରଭୁ ଏମିତି କାହିଁକି କଲ ।

ଉନ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବାହାନଗା ରେଳ ଟ୍ରାକ ଉପରେ ଏକ ଡାଏରି ନଜର ଆସିଥିଲା । ଉନ୍ଧାରକାରୀ ଦଳ ଏହାକୁ ଖୋଲି ପଢିବାରୁ ଜଣା ପଡିଥିଲା ଇଏ ହେଉଛି ଜଣେ ପ୍ରେମ କାହାଣୀର ମୁକ ସାଖୀ । ଏହି ନୋଟର ପ୍ରତି ପୃଷ୍ଠା ରେ ଲେଖା ହୋଇଥିଲା ହାତ ଲେଖା କବିତା । ଯାହାକୁ ହୁଏତ ସେ ତାଙ୍କ ପ୍ରମୁକାଙ୍କ ପାଇଁ ଲେଖିଥିଲେ ।

Love Letters

ଡାଏରି ଗୋଟିଏ ପୃଷ୍ଠାରେ ଏକ ସୁନ୍ଦର ଚିତ୍ର ସହିତ ଅଙ୍କା ହୋଇଛି ହୃଦୟର ଏକ ଚିତ୍ର । ଆଉ ତା ଭିତରେ ତୀର ଚିହ୍ନ ଦେଇ ଲେଖା ହୋଇଛି ଆଇ ଲଭ ଇଉ । ଏହାପରେ ଡାଏରିରେ ବଙ୍ଗଳା ଭାଷାରେ ଲେଖା ହୋଇଛି ଉପରୋକ୍ତ କବିତାଟି । ଯାହାର ଓଡିଆର ଅର୍ଥ ହେଉଛି ଛୋଟ ଛୋଟ କଥାରୁ ଭଲ ପାଇଁବା ସୃଷ୍ଟି ହୁଏ । ମୁଁ ତୁମକୁ ସବୁବେଳେ ଭଲ ପାଇଁବାକୁ ଚାହେଁ । ତୁମେ ମୋ ହୃଦୟର ଖୁବ୍ ନିକଟତର ।

ତେବେ ପ୍ରେମ ଚିଠି ତ ମିଳିଗଲା କିନ୍ତୁ ଏ ପର୍ଯ୍ୟନ୍ତ ମିଳି ନାହାଁନ୍ତି ସେହି ବ୍ୟକ୍ତି । ଏମିତିକି ଏହି ଡାଏରିରେ ମନର କଥା ଲେଖିଥିବା ବ୍ୟକ୍ତି ଜଣକ ଏବେ ଜୀବିତ କି ମୃ-ତ ତାହା ସ୍ପଷ୍ଟ ହୋଇନାହିଁ । ଉନ୍ଧାର ଦଳରେ ସମ୍ପ୍ରକ୍ତ ବ୍ୟକ୍ତି ପୋଲିସି ଅଧିକାରୀଙ୍କ କହିବା ଅନୁସାରେ ଏହି କବିତାର ପୃଷ୍ଠା ଗୁଡିକ ସୁରକ୍ଷିତ ଭାବରେ ରଖାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କେହି ଏ ସମ୍ପର୍କରେ ଯୋଗାଯୋଗ କରିନାହାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *