ସରକାର କଲେ ବଡ଼ ଘୋଷଣା । ପୁଣି ୨୧ ବଢିବ ସ୍କୁଲ ଛୁଟି…

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ସ୍କୁଲ ଛୁଟିକୁ ନେଇ ଜାରି ହେଲା ଆଉ କିଛି ବଡ଼ ଘୋଷଣା । ପୂର୍ବସୂଚୀ ଅନୁସାରେ ୧୯ ତାରିଖ ପରିବର୍ତ୍ତେ ୨୧ ତାରିଖରେ ସ୍କୁଲ ଖୋଲିବା ନେଇ ସରକାର ଘୋଷଣା କରିଥିଲେ । ତେବେ ଏହି ମଧ୍ୟରେ ଗ୍ରୀଷ୍ମ ପ୍ରଭାହକୁ ଦୃଷ୍ଟିରେ ରଖି ପୁଣି ସ୍କୁଲ ଅବଧି ବଢାଇବାକୁ ଯାଉଛନ୍ତି ଜିଲ୍ଲାପାଳ ।

ଖରା ଛୁଟି ପରେ ସ୍କୁଲ ଖୋଲିବ ନା ବନ୍ଦ ରହିବ ନିଷ୍ପତ୍ତି ନେବେ ଜିଲ୍ଲାପାଳ । ୨୧ତାରିଖରେ ଖରା ଛୁଟି ଖୋଲିବ କିନ୍ତୁ ଏହାରି ପାଣିପାଗ ରିପୋର୍ଟ କହୁଛି ରାଜ୍ୟରେ ଆହୁରି ତିନିଦିନ ଗ୍ରୀଷ୍ମ ପ୍ରଭାହ ଜାରି ରହିବ । ଅଧିକାଂଶ ଦିନ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୪୫ଂ ରହୁଥୁବା ବେଳେ ଅସହ୍ୟ ଗୁଳୁଗୁଳି ସ୍ଥିତିକୁ ଆହୁରି ଜଟିଳ କରିଦେଉଛି ।

school

ଏହିଭଳି ପରସ୍ଥିତିରେ ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳ ନେବେ ବୋଲି ରାଜ୍ୟ ସରକାର କହିଛନ୍ତି । ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ ସରକାର ଏହା ପୂର୍ବରୁ ଛୁଟିକୁ ଦୁଇଦିନ ବଢାଇ ଦେଇଥିଲେ । ସ୍କୁଲ ଗୁଡିକୁ ଜୁନ୍ ୨୧ରେ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତଥାପି ରାଜ୍ୟର କେତେକ ସ୍ଥାନରେ ଅତ୍ୟଧିକ ତାପମାତ୍ରା ଅନୁଭୂତ ହେଉଛି ।

ତେବେ ମନ୍ତ୍ରୀ କହିଛନ୍ତି ଜିଲ୍ଲାପାଳ ମାନେ ନିଜେ ନଜ ଜିଲ୍ଲାର ଗ୍ରୀଷ୍ମ ପ୍ରଭାହ ସ୍ଥିର ସମୀକ୍ଷା କରିବେ ଏବଂ ନିର୍ଧାରିତ ଦିନରେ ବିଦ୍ୟାଳୟ ଖୋଲିବା ପାଇଁ ଚୁଡାନ୍ତ ନିଷ୍ପତ୍ତି ନେବେ । ଗ୍ରୀଷ୍ମ ପ୍ରଭାହ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ଛୁଟି ବଢାଇବାକୁ ସେମାନଙ୍କର ଅଧିକାର ରହିଛି । ତେବେ ବଡ଼ ଅପଡେଟ୍ ମୁତାବକ ୨୧ ତାରିଖରୁ ଜିଲ୍ଲାପାଳ ଚାହିଁଲେ ଏହାକୁ ଆଗକୁ ବଢାଇପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *