ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସରକାର କଲେ ବଡ଼ ଘୋଷଣା ।

school

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ଆସିଲା ଆଉ କିଛି ବଡ ଖବର । ନିର୍ଧିଷ୍ଟ ଶ୍ରେଣୀ ଓ ବୟସର ପିଲା ମାନଙ୍କ ପାଇଁ ପିଲାମାନଙ୍କ ପାଇଁ ସ୍କୁଲ ବ୍ୟାଗର ଓଜନ କେତେ ରହିବ ସେନେଇ ନୂଆ ନିୟମ ଆଣିଛନ୍ତି କର୍ଣ୍ଣାଟକ ସରକାର । ସରକାରଙ୍କ ପକ୍ଷରୁ ରାଜ୍ୟର ବିଦ୍ୟାଳୟ ଗୁଡିକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି ।

ବିଜ୍ଞପ୍ତି ଅନୁଯାୟୀ ପିଲାମାନେ ସ୍କୁଲକୁ ନେଉଥୁବା ବ୍ୟାଗର ଓଜନ ସେମାନଙ୍କ ଓଜନର ୧୫ପ୍ରତିଶତରୁ ଅଧିକ ହେବା ଉଚିତ୍ ନୁହେଁ । ପ୍ରଥମ ଦ୍ୱିତୀୟ ଶ୍ରେଣୀର ପିଲାମାନେ ସେମାନଙ୍କ ସ୍କୁଲ ବ୍ୟାଗର ଓଜନ ଦେଢ କେଜିରୁ ୨କେଜି ଭିତରେ ରହିବା ଆବଶ୍ଯକ। ସେହିପରି ତୃତୀୟରୁ ପଞ୍ଚମ ଶ୍ରେଣୀର ପିଲାମାନଙ୍କର ସ୍କୁଲ ବ୍ୟାଗର ଓଜନ ୨ ରୁ ୩ କେଜି ଭିତରେ ରହିବ ।

school

ଷଷ୍ଠ ରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୩ ରୁ ୪ କେଜି ମଧ୍ୟରେ ସ୍କୁଲ ବ୍ୟାଗ ନେଇପାରିବେ । ଶେଷରେ ନବମ ଓ ଦଶମ ଶ୍ରେଣୀର ପିଲାମାନଙ୍କ ମଧ୍ୟ ସରକାର ଏହି ନିୟମ ଅନୁସାରେ ୪ ରୁ ୫ କିଲୋର ବ୍ୟାଗ ସ୍କୁଲକୁ ଆଣିପାରିବେ ବୋଲି କୁହାଯାଇଛି ।

ସପ୍ତାହରେ ଗୋଟିଏ ଦିନ ସ୍କୁଲରେ ନୋ ବ୍ୟାଗ ଡେ ପାଳନ କରାଯିବ । ବିଶେଷ କରି ଶନିବାର ଦିନ ଏହି ଦିବସ ସ୍କୁଲରେ ପାଳନ କରାଯିବ ବୋଲି ସୂଚନା ରହିଛି । ଆଉ ଏହି ନିୟମ ଖୁବ୍ ଶୀଘ୍ର ଅନ୍ୟାନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ଲାଗୁ ହେବାକୁ ଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *