ଆରମ୍ଭ ହେଲା ପିଏମ ପ୍ରଣାମ ଯୋଜନା । ପୁଣି ଚାଷୀଙ୍କୁ ମିଳିବ ଟଙ୍କା…

PM Pranam Yojana

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଚାଷୀଙ୍କ ପାଇଁ ୩ଲକ୍ଷ ୭୦ହଜାର କୋଟି ଟଙ୍କାର ପ୍ୟାକେଜ ମଜୁରୀ । ଆରମ୍ଭ ହେଲା ପିଏମ ପ୍ରଣାମ ଯୋଜନା । ପିଏମ ପ୍ରଣାମ ଯୋଜନାକୁ କେନ୍ଦ୍ରର ମଜୁରୀ । ଚାଷୀକୁ ମିଳିବ ଫାଇଦା। ବୁଧବାର କେନ୍ଦ୍ର ମନ୍ତ୍ରୀ ମଣ୍ତଳ ବୈଠକରେ ଚାଷୀଙ୍କ ପାଇଁ ପିଏମ ପ୍ରଣାମ ଯୋଜନାକୁ ମଜୁରୀ ଦିଆଯାଇଛି ।

ଏହି ଯୋଜନା ଅନୁଯାୟୀ କ୍ୟାବିନେଟ ୩ଲକ୍ଷ ୬୮ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ଯୋଜନାରେ ରାସାୟନିକ ସାର ବଦଳରେ ଜୈବିକ ସାରକୁ ବିକଳ୍ପ ଭାବରେ ବ୍ୟବହାର କରିବାକୁ ପ୍ରହସନ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ଅନୁଯାୟୀ ରାଜ୍ୟକୁ ରାସାୟନିକ ସାରର ବ୍ୟବହାର କମ୍ କରିବାକୁ ପ୍ରସହିତ କରାଯିବ ।

Pranam Yojana

ପିଏମ ପ୍ରଣାମ ଅର୍ଥ ହେଉଛି ପିଏମ ପ୍ରମର୍ଶନ ଅଫ୍ ଅଲଟାନେଟିଭ୍ ନ୍ୟିଟ୍ରିଏଣ୍ଟ ଅଫ୍ ଏଗ୍ରିକଲଚର ମ୍ୟାନେଜମେଣ୍ଟ । ପ୍ରସ୍ତାବିତ ଯୋଜନାର ଉଦ୍ଦେଶ୍ୟ ରାସାୟନିକ ସାର ଦିଆଯାଉଥିବା ସବସିଡ ବୋଝକୁ କମ୍ କରିବା । ଅର୍ଥ ମନ୍ତ୍ରୀ ନିର୍ମଳା ସିତରମଣ ଫେବୃଆରୀରେ ୨୦୨୩- ୨୪ର ବଜେଟରେ ଯୋଜନା ଲାଗୁ କରିବା ପାଇଁ ଘୋଷଣା କରିଥିଲେ ।

ତେବେ ମନ୍ତ୍ରୀ ମଣ୍ତଳ ବୈଠକ ପରେ ଯୋଜନା ଅନୁଯାୟୀ କେନ୍ଦ୍ର ରାଜ୍ୟଙ୍କୁ ଜୈବିକ ସାରକୁ ପ୍ରହସନ ଦେବା ପାଇଁ ରାସାୟନିକ ସାରର ବ୍ୟବହାରକୁ କମ୍ କରିବା ପାଇଁ ପ୍ରହସନ ଦେବେ । ସେ ଉଦାହରଣ ଦେଇଛନ୍ତି ଯଦି କୌଣସି ରାଜ୍ୟ ୧୦ଲକ୍ଷ ଟନ୍ ସାର ବ୍ୟବହାର କରୁଛନ୍ତି ଏବଂ ସେହି ପରିମାଣକୁ ୩ଲକ୍ଷ ଟଙ୍କା କମ୍ ପରିମାଣରେ ସଫଳ ହେଉଛନ୍ତି ତେବେ ୩ହଜାର କୋଟି ଟଙ୍କାର ସବସିଡ ବଞ୍ଚିବ ।

ଆଉ ଏହି ବଳକା ସବସିଡ ମଧ୍ୟରୁ ୫୦ପ୍ରତିଶତ ଅର୍ଥାତ୍ ୧୫ଶହ କୋଟି ଟଙ୍କା ସେହି ରାଜ୍ୟକୁ ଜୈବିକ ସାରର ଉପଯୋଗ ଏବଂ ଅନ୍ୟ ବିକାଶ ପାଇଁ ଦିଆଯିବ । ତେବେ ଖୁବ୍ ଶୀଘ୍ର ଏହି ପିଏମ ପ୍ରଣାମ ଯୋଜନା ଲାଗୁ ହେବାକୁ ଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *