ଖୋଲିଲା ଗୁମର ସବୁ ଭିତିରି କଥା କହିଲେ ପ୍ରକୃତି ମିଶ୍ର !!

Pakruti Mishra

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସବୁ ଭିତିରି କଥା କହିଦେଲେ ପ୍ରକୃତି ମିଶ୍ର । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କେଉଁଭଳି କ’ଣ ଚାଲିଛି ରାତି ୧୦ଟା ପରେ କେଉଁ ଅଭିନେତ୍ରୀ ମାନଙ୍କୁ ଡକାଯାଉଛି ପ୍ରଜୋଯକ ମାନେ ଝିଅ ମାନଙ୍କୁ ଶୋଷଣ କରୁଛନ୍ତି ସବୁ ଭିତିରି କଥା କହିଲେ ପ୍ରକୃତି ମିଶ୍ର ଗଣ ମାଧ୍ୟମ ଆଗରେ । ଫିଲ୍ମ ପ୍ରଜୋଯକ ଟୁଟୁ ନାୟକ ଉପରେ ବର୍ଷିଚନ୍ତି ପ୍ରକୃତି ମିଶ୍ର ।

ଓଡିଆ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରବ ଟୁଟୁ ନାୟକ ବିରୋଧରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଆଜି ସିଧାସଳଖ କାଷ୍ଟିଂ କାଉଜ ଅଭିଯୋଗ ଆଣିଛନ୍ତି । ଅନେକ ଝିଅ ମାନଙ୍କୁ ସେ ଶୋଷଣ କରିଛନ୍ତି ବୋଲି ଗଣ ମାଧ୍ୟମ ସମ୍ମୁଖରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ପ୍ରକୃତି । ଫିଲ୍ମରେ କାମ ଦେବାର ପ୍ରଲୋଭନ ଦେଖାଇ ଅନେକ ନବଗତ ଝିଅକୁ ଟୁଟୁ ନାୟକ ଶୋଷଣ କରିଛନ୍ତି । ବହୁ ଅଭିନେତା ଲୋକ ମାନେ ମଧ୍ୟ ଏଥିରେ ସଂପ୍ରୁକ୍ତ ବୋଲି ଅଭିଯୋଗ ମଧ୍ୟ କରିଛନ୍ତି ।

prakruti

ଫିଲ୍ମରେ ଅଭିନୟ ଅନେକ ଝିଅ ଖରାପ ବ୍ୟବହାର ମଧ୍ୟ ଶିକାର ହୋଇଛନ୍ତି । ପିଡୀତା ଝିଅମାନେ କିଭଳି ଟୁଟୁ ନାୟକ ଶିକାରରେ ଶିକାର ହୋଇଛନ୍ତି ଏହାକୁ ନେଇ ମେସେଜ୍ ମଧ୍ୟ କରିଛନ୍ତି । ଟୁଟୁ ନାୟକ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଅଭ୍ୟାସଗତ ଶୋଷଣକାରୀ ଏବଂ ସବୁବେଳେ ନୂଆ ଝିଅ ମାନଙ୍କୁ ଟାର୍ଗେଟ କରିଥାନ୍ତି ଏମିତି କିଛି କହିଛନ୍ତି ଗଣ ମାଧ୍ୟମ ଆଗରେ ।

ଓଡ଼ିଆ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚରେ ସେ ଶିକାର ହୋଇ ନଥିଲେ ମଧ୍ୟ ଟୁଟୁ ନାୟକ କିଭଳି ନବଗତ ଝିଅ ମାନଙ୍କୁ ଶୋଷଣ କରିଛନ୍ତି ତାହା ସମସ୍ତେ ଜାଣିଛନ୍ତି ବୋଲି ପ୍ରକୃତି କହିଛନ୍ତି । ଏପରିକି ତାଙ୍କ ସହିତ ଅତୀତରେ ଦୁଃଖ ଦାୟୀକ ସମୟବେଳେ ଟୁଟୁ ନାୟକ ନିଜେ କହିଥିଲେ ଯେ ଭଲ ପୁଅ ମାନଙ୍କୁ ଫସାଇବା ଝିଅ ମାନଙ୍କର କାମ । ଟୁଟୁ ନାୟକ କିଭଳି ବ୍ୟକ୍ତି ତାହା ଏଭଳି ଛୋଟ ଚିନ୍ତା ଧାରାରୁ ଜଣା ପଡିଯାଉଛି । ଟୁଟୁ ନାୟକ ଓଡ଼ିଆ ଇଣ୍ଡଷ୍ଟ୍ରିରେ ନିଜର ଖେଳ ପଡ଼ିଆ ଭାବି ନିଜର ଏକ ଟିମ୍ ମାଧ୍ୟମରେ ଯାହା ଇଛା ତାହା ମଧ୍ୟ କରୁଛନ୍ତି ।

ଟୁଟୁ ନାୟକ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସୁଥୁବା ନବଗତ ଝିଅ ମାନଙ୍କୁ ଶୋଷଣ କରନ୍ତି ଏବଂ ରାତି ୧୦ଟା ରେ ସେମାନଙ୍କୁ ରୁମ୍ କୁ ମଧ୍ୟ ଡାକନ୍ତି । ଯେଉଁ ଝିଅମାନେ ତାଙ୍କ କଥାରେ ରାଜି ନହୁଅନ୍ତି ତାଙ୍କୁ ରାତି ରାତି ବିଦା ମଧ୍ୟ କରିଦିଅନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି ମଧ୍ୟ ପ୍ରକୃତି ମିଶ୍ର । ଟୁଟୁ ନାୟକ ଏବେ ଲୁଚୁଛନ୍ତି ଏବଂ ତାଙ୍କ ବିରୋଧରେ ଯେଉଁ ସବୁ ଅଭିଯୋଗ ଆଣିଛନ୍ତି ଗଣ ମାଧ୍ୟମ ତାଙ୍କୁ ଡାକି ପଚାରୁ ସବୁ ସତ ଜଣା ପଡିବ ବୋଲି ପ୍ରକୃତି ମିଶ୍ର କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *