ଆଜି ଓଡିଶା ଛୁଇଁବ ମୌସୁମୀ, 14 ଜିଲ୍ଲାରେ ପ୍ରବଳ ବର୍ଷା ହେବ, ଘଡଘଡି ବିଜୁଳି ମାରିପାରେ, ପବନର ବେଗ ଅଧିକ ରହିବ

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତାତି ସରିବ ମଣିଷ ଟିକେ ଶାନ୍ତିରେ ନିଶ୍ୱାସ ମାରିବ । ଆଜି ଓଡିଶା ଛୁଇଁବ ମୌସୁମୀ । ଆଜି ୧୪ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ବିଜୁଳି ଚମକି ମାରିପାରେ ଘଡଘଡି ମାରିପାରେ କୂଆ ପଥର ବର୍ଷା ହୋଇପାରେ କାଳବୈଶାଖୀ ପ୍ରଭାବରେ ପବନର ବେଗ ଅଧିକରୁ ଅଧିକ ହୋଇପାରେ । ସେ ୧୪ଜିଲ୍ଲା ହେଉଛି ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, କଟକ, ଖୋର୍ଦ୍ଧା ଆଦି ଜିଲ୍ଲାରେ ଆଜି ବିଜୁଳି ସହ ଘଡଘଡି ବର୍ଷା ହୋଇପାରେ ।

ଏସବୁ ଜିଲ୍ଲାରେ ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଆଉ ଏହି ସମୟରେ ପବନ ବୋହିପାରେ । ତତଲା କଢେଇରେ ଯେତେବେଳେ ଭାଜି ହେଉଥୁଲା ସାରା ଓଡିଶା ସେତେବେଳେ ସମସ୍ତେ ତ୍ରାହି ତ୍ରାହି ଡାକୁଥୁଲେ । କିନ୍ତୁ ଆଜି ବର୍ଷା ହେବ । ଏମିତି କିଛି ଅନୁମାନ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଶୁକ୍ରବାର ଠାରୁ ଅତି ପ୍ରବଳ ବର୍ଷା ହେବ ।

rains

ରାଜ୍ୟରେ ପ୍ରତ୍ୟେକ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ଜାରି ରହିଛି । ମଙ୍ଗଳବାର ଠାରୁ ଏହି ବର୍ଷା ଆରମ୍ଭ ହୋଇଥିବା ବେଳେ ବୁଧବାର ବର୍ଷାର ବିସ୍ତୃତି ବୃନ୍ଧି ପାଇଛି । ବର୍ଷାର ପରିମାଣ ତାପମାତ୍ରାର ହ୍ରାସ ପବନର ଦିଗ ଆଦି ମୌସୁମୀ ଓଡିଶା ପ୍ରବେଶ ସମ୍ଭାବନାକୁ ବ୍ରୁନ୍ଧି କରୁଛି । ଆସନ୍ତା ୨୪ଘଣ୍ଟା ଅର୍ଥାତ୍ ଗୁରୁବାର ସୁଧା ଆଜି ସଂନ୍ଧ୍ୟା ସୁଧା ଓଡିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଥମେ ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶାର କିଛି ଜିଲ୍ଲାକୁ ସ୍ପର୍ଶ କରିପାରେ। ଏଥିସହ ୨୪ ଘଣ୍ଟା ମଧ୍ଯରେ ଏହି ସବୁ ଅଞ୍ଚଳରେ ବର୍ଷା ଜାରି ରହିଛି। ପାଣିପାଗ କେନ୍ଦ୍ରର ଅନୁସାରେ ଗତ ୩୬ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ୧୦ମିଲିମିଟର ହୋଇଥିବା ବେଳେ ବାଲେଶ୍ଵରରେ ୪ମିଲିମିଟର, ସୁନ୍ଦରଗଡରେ ୨୧,ଭବାନୀପାଟନାରେ ୨୫, କୋରାପୋଟରେ ୮, ଦାରିଙ୍ଗବାଡିରେ ୧୦, ଭଦ୍ରକରେ ୭ ଓ ନବରଙ୍ଗପୁରରେ ୨୦ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

rain

ଏଥିସହିତ ଅନ୍ୟ ଜିଲ୍ଲା ଗୁଡିକରେ ବୁଧବାର ସଂନ୍ଧ୍ୟା ପରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଅନେକ ସ୍ଥାନ ମେଘାଛନ୍ନ ରହିଛି । ସେହିପରି ଭାବରେ ଆଜି ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, କଟକ ଓ ଖୋର୍ଦ୍ଧା ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *