ମୋ ଘର ଯୋଜନାରେ ଆସିଯାଇଛି ନୂଆ ଖୁସି ଖବର । ଏହି କାମ କଲେ ମିଳିବ ୩ଲକ୍ଷ ଟଙ୍କା…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋ ଘର ଯୋଜନାରେ ଆସିଯାଇଛି ନୂଆ ଖୁସି ଖବର । ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ପାଇଁ ପାରିବେ । ପ୍ରଥମ ଗାର୍ଡ ଲାଇନ୍- ଲକ୍ଷ୍ୟ । ଲକ୍ଷ୍ୟ ହେଉଛି ଆର୍ଥିକ ସହାୟତା ଯୋଗାଇ ଦେଇ ଗ୍ରାମାଞ୍ଚଳରେ କଞ୍ଚା ଘରେ ବସବାସ କରୁଥୁବା ପ୍ରତିଟି ପରିବାରଙ୍କ ପାଇଁ ଏକ ଯଥଜିତ ଆକାରରେ ପକ୍କାଘର ନିର୍ମାଣ କରିବା ଏହି ଯୋଜନାର ଲକ୍ଷ୍ୟ ।

ନିମ୍ନ ଓ ନିମ୍ନ ମଧ୍ୟମିତ ଆୟକାରୀ ପରିବାରଙ୍କ ଆଶା ଆଙ୍କାକ୍ଷାକୁ ପୂରଣ କରିବା ପାଇଁ ଗୃହର ନିର୍ମାଣ ସଂମ୍ପ୍ରସାରଣ , ଉନ୍ନତିକରଣ, ଓ ସଂମ୍ପୂର୍ଣ୍ଣ କରଣ ପାଇଁ ଆପଣ ଏହି ଲୋନକୁ ପାଇଁ ପାରିବେ । ଗୃହ ନିର୍ମାଣ ସମ୍ପ୍ରସାରଣ ସମୟରେ କେବଳ କଙ୍କରିଟ ଛାତ ବେଶି ଷ୍ଟ୍ରଙ୍ଗ ପକ୍କା ଘର ନିର୍ମାଣ ହୋଇଥାଏ । ସେହିଭଳି ଉନ୍ନତି କରଣ ବିଭିନ୍ନ ପ୍ରକାର କଞ୍ଚା ଛାତକୁ କଙ୍କରିଟ ଛାତରେ ପରିଣତ କରିବା ଓ ଛାତ ପରିବର୍ତ୍ତନ ଜନିତ ଆନୁସାଙ୍ଗିକ ମରାମତି କରିବ ।

Mo Ghara Yojana

ତାପରେ ପୂରଣ ସଂମ୍ପୂର୍ଣ୍ଣ କରଣ ହେଉଛି ବିଭିନ୍ନ ଯୋଜନାରେ ସଂମ୍ପୂର୍ଣ୍ଣ ଥିବା ଗୃହର କଙ୍କରିଟ ଛାତ ନିର୍ମାଣ ଝରକା, କବାଟ, ଚଟାଣ, ପାାଲଷ୍ଟାର ଏବଂ ରଙ୍ଗ ଲଗାଇବା ଇତ୍ୟାଦି କାର୍ଯ୍ୟ କାର୍ଯ୍ୟ ଶେଷ କରି ଗୃହକୁ ବାସ ଉପଯୋଗୀ କରିବା । ତେବେ ଏହି ଯୋଜନାରେ ହିତାଧିକାରୀ ୩ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇଁ ପାରିଥାନ୍ତି ।

ଯାହା ଏକ ବର୍ଷର ରିହାତି ସମୟକୁ ବାଦ୍ ଦେଇ ପରବର୍ତ୍ତୀ ୧୦ବର୍ଷ ମଧ୍ୟରେ ପରିଶୋଧ ହୋଇଥାଏ । ତେବେ ଏହି ଯୋଜନାରେ ୧ଲକ୍ଷ, ୧.୫୦ଲକ୍ଷ,୨ଲକ୍ଷ, ୩ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ରହିଛି । କୌଣସି ଗୋଟିଏକୁ ଆବେଦନକାରୀକୁ ବାଛିବାକୁ ହୋଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *