ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣି ବଳୟ ମଙ୍ଗଳବାର ହୋଇପାରେ ଅବପାତ 10ରୁ ନେଇପାରେ ବାତ୍ୟା ରୂପ । ଓଡ଼ିଶାରୁ ଆଡ଼େଇ ଯାଇପାରେ ବାତ୍ୟା । ବାଂଲଦେଶ ମିଆଁମାର ମୁହାଁ ବାତ୍ୟା । ଲଘୁଚାପରେ ପରିଣତ ହେଲା ବଙ୍ଗପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ମଙ୍ଗଳବାର ସୁଧା ଅବପାତରେ ପରିଣତ ହୋଇପାରେ ।
ଏହାପରେ 10 ତାରିଖ ବେଳକୁ ଅଧିକ ଘନିଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । 12 ତାରିଖରେ ବାତ୍ୟାର ଗତିପଥ ପରିବର୍ତ୍ତନ ହେବା ସହ ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତିପଥ ବଦଳାଇବା ସମ୍ଭାବନା ରହିଛି ।
ତେବେ ଗତିପଥ ବଦଳାଇ ବାଂଲଦେଶ ମିଆଁମାର ମୁହାଁ ହେବାର ସମ୍ଭାବନା ରହିଥିବା କହିଛନ୍ତି IMDରେ ଜିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେହିପରି ଓଡ଼ିଶା ପାଇଁ ଏବେ କୌଣସି ୱାର୍ଣ୍ଣିଂ ନଥିବା ସେ କହିଛନ୍ତି । ତେବେ ଓଡ଼ିଶା , ଆନ୍ଧ୍ର ଏବଂ ତାମିଲଲାଡୁ ପାଇଁ କୌଣସି ୱାର୍ଣ୍ଣିଂ ଜାରି ହୋଇ ନଥିବା ବେଳେ ଓଡ଼ିଶାରେ ତାପମାତ୍ରା ବଢିବାର ସମ୍ଭାବନା ରହିଛି ।
ସେପଟେ ସମୁଦ୍ର ଅସାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସଜୀବିଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛଇ ଏବଂ ଯେଉଁମାନେ ସମୁଦ୍ର ଭିତରେ ରହିଛନ୍ତି ତାଙ୍କୁ ତୁରନ୍ତ ବାହାରିବା ପାଇଁ କୁହାଯିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।