ଏବେ ଭାରି ଖୁସି ଅନୁଭବ ମହାନ୍ତି, ଆଉ ଡେରି ହେବନି । ଶୀଘ୍ର ଶୀଘ୍ର ହେବ ଛାଡ଼-ପତ୍ର ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଭାରି ଖୁସି ଅନୁଭବ ମହାନ୍ତି, କାରଣ ଆଉ ଡେରି ହେବନି ଶୀଘ୍ର ଶୀଘ୍ର ହେବ ଛାଡପତ୍ର । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଯେ ଅଭିନେତା ଅନୁଭବ ମହାନ୍ତି ଙ୍କୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନି ତାଙ୍କ ବିବାହ ବିଛେଦ ମାମଲା କୁ ନେଇ ଚର୍ଚାରେ ରହି ଆସୁଛନ୍ତି । ବିବାହର ଏତେ ବର୍ଷ ପରେ ମଧ୍ୟ ଦୁଇ ଜଣଙ୍କ ମଧ୍ୟରେ କାହିଁକି ବୈବାହିକ ଜୀବନ ଆରମ୍ଭ ହୋଇପାରିଲାନି ଯାହା ଫଳରେ ଉଭୟଙ୍କ ମଧ୍ୟରେ ପାରିବାରିକ ବିବାଦ ତାଙ୍କୁ ନେଇ ଏବେ ସମସ୍ତଙ୍କ ମନରେ ଏକ ବଡ଼ ପ୍ରଶ୍ନ ।

କୋର୍ଟରେ ବି ଏବେ ଦିନକୁ ଦିନ ଗଡି ଚାଲିଛି ହେଲେ ସମାଧାନର ରାସ୍ତା କୌଣସି ପଟେ ବାହାରି ପାରୁନି । କହିବାକୁ ଗଲେ ବର୍ଷା ଓ ଅନୁଭବଙ୍କ ପାରିବାରିକ ବିବାଦ ମାମଲା ଥମିବାର ନାଁ ଧରୁନି । କଟକ ଫ୍ୟାମ୍ଲି କୋର୍ଟରେ ଉଭୟଙ୍କ ମାମଲା ଏପର୍ଯ୍ୟନ୍ତ ଚାଲୁଛି ଅନୁଭବ ଶୀଘ୍ର ଛାଡପତ୍ର ଚାହୁଁଥିବା ବେଳେ ଏବେ ବିଳମ୍ବ ହେବା ନେଇ ସେ ବ୍ୟସ୍ତ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଆଉ ବର୍ଷା ପ୍ରିୟଦର୍ଶନି ଛାଡପତ୍ର ଦେବାକୁ ଅରାଜି ହେଉଥିଲେ କିନ୍ତୁ ବର୍ତ୍ତମାନ ସମୟରେ କୁଆଡେ ଛାଡପତ୍ର ସମନ୍ଧକୁ ନେଇ ଏକ ବଡ଼ ନିଷ୍ପତି ସୁଣାଇଛି ସୁପ୍ରିମ କୋର୍ଟ ଆଉ ଏସବୁ ପରେ ସହଜ ମନେ ହେଉଛି ଅନୁଭବ ମହାନ୍ତି ଙ୍କ କଥା ।

anubhav 2

ହଁ ବନ୍ଧୁଗଣ ନକଟରେ ଅନୁଭବ ମାହାନ୍ତି ନିଜ ଜନ୍ମଦିନ ପାଳିଥିଲେ ଆଉ କହିଥିଲେ ସେହିଦିନ ମୋ ଜନ୍ମଦିନ ପାଳନ ହେବ ଯେଉଁଦିନ ମୋ ଛାଡପତ୍ର ହେବ । ସୂଚନା ଅନୁସାରେ ଯେ ଏହା ପୂର୍ବରୁ ଅନୁଭବ ମହାନ୍ତି ଟୁଇଟ୍ ମାଧ୍ୟମରେ ଅଭିନେତ୍ରୀ ବର୍ଷା ଙ୍କୁ ହାତ ଯୋଡି ମଧ୍ୟ ଅନୁରୋଧ କରିଥିଲେ ତାଙ୍କ ପିତା ବର୍ତ୍ତମାନ ICUରେ ରହିଥିବାରୁ ଏଭଳି ସ୍ତିତିରେ ମାମଲା ଶେଷ କରିବାକୁ ଅନୁରୋଧ କରି ନିବେଦନ କରିଥିଲେ ।

ତେବେ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନି ଙ୍କ ପାରିବାରିକ ବିବାଦ ବର୍ଷ ବର୍ଷ ଧରି କୋର୍ଟରେ ବିଚାରଧିନ ରହିଛି ଦୁହିଁଙ୍କ ପକ୍ଷରୁ କୋର୍ଟରେ ଏକାଧିକ ମାମଲା ଦାୟର ହୋଇଥିବା ବେଳେ ଦୁହେଁ ଧାର୍ଯ୍ୟ ତାରିଖରେ କୋର୍ଟରେ ହାଜର ହେଉଛନ୍ତି । ପୂର୍ବରୁ ଅନୁଭବଙ୍କ ପୈତୃକ ଘର ତାଙ୍କ ଧର୍ମ ପତ୍ନୀ ବର୍ଷା ଛାଡିବା ପାଇଁ ଅନୁଭବ ଗତ ବର୍ଷ କୋର୍ଟରେ ପିଟିସନ ଦାୟର କରିଥିଲେ ଏବଂ ବର୍ଷା ଘର ଛାଡିବା ପରେ ପ୍ରତି ମାସରେ ଅନୁଭବ ମାହାନ୍ତି ବର୍ଷାଙ୍କୁ 30ହଜାର ଦେବା ପାଇଁ କୋର୍ଟ ମଧ୍ୟ ନିର୍ଦେଶ ଦେଇଥିଲେ ।

ଆଉ ଏବେ ଧାରା 142 ଅନୁସାରେ ଛାଡପତ୍ରକୁ ମଞ୍ଜୁର ଦିଆଯାଇ ପାରିବ ଏବଂ ଏଥିପାଇଁ ଦମ୍ପତିଙ୍କୁ ଅପେକ୍ଷା କରିବା ପାଇଁ ପଡିବ ନାହିଁ ବୋଲି ସୁପ୍ରିମ କୋର୍ଟ କହିଛି । ତେବେ ସୁପ୍ରିମ କୋର୍ଟ ଙ୍କ ଏହି ରାୟ ରେ କେତକ ସର୍ତ ମଧ୍ୟ ରହିଛି ତେବେ ଆଗକୁ କଣ ହେଉଛି ଦେଖିବାକୁ ବାକି ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *