ମେଷ ରାଶି:- ଛୋଟ ଛୋଟ କଥାରେ ଆପଣ କ୍ରୋଧିତ ହେବେ।ସେହି କାରଣରୁ କ୍ରୋଧରେ ନିୟନ୍ତ୍ରଣ ନ ରଖିଲେ ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ହେବ।ସ୍ବାସ୍ଥ୍ୟ ଅବସ୍ଥା ସାମାନ୍ୟ ଦୁର୍ବଳ ରହିବ।କୌଣସି ବ୍ୟକ୍ତିଙ୍କ ସହିତ ଅଯଥାରେ ବାଦବିବାଦ ଦେଖା ଯାଇପାରେ।
ବୃଷ ରାଶି:- ପୂଜାପାଠ ଓ ଧାର୍ମିକ କାର୍ଯ୍ୟରେ ଆପଣ ନିଜର ସମୟ ଅତିବାହିତ କରିବେ।ପରିବାର ସହିତ ଧାର୍ମିକ ଅନୁଷ୍ଠାନର ଯୋଜନା କରି ପାରନ୍ତି।ଆପଣ ସଠିକ ଜୀବନସାଥିଙ୍କ ଚୟନ କରିପାରିବେ।ତଥା ଆପଣଙ୍କ ଇଛା ଶକ୍ତି ବୃଦ୍ଧି ପାଇବ।
ମିଥୁନ ରାଶି:- ପୂର୍ବରୁ ଅଟକି ରହିଥିବା ଧନ ଆପଣ ପୁନଃ ଫେରି ପାଇବେ। ଆପଣ ନିଜର ବୁଦ୍ଧି ବଳରେ ଶତ୍ରୁ ମାନଙ୍କୁ ପରାସ୍ତ କରିବେ। ନିଜର ଲୋକଙ୍କ ସାହାଯ୍ୟ ପାଇବେ।ସାମାଜିକ ମାନସମ୍ମାନର ବୃଦ୍ଧି ହେବ ଓ ପରିବାରରେ ହସଖୁସି ଲାଗି ରହିବାର ଦେଖାଯିବ।
କର୍କଟ ରାଶି:- ଶିକ୍ଷା କ୍ଷେତ୍ରରେ ଯାହା ଅଧ୍ୟୟନ କରିବେ ଉତ୍ତମ ପରିଣାମ ପାଇ ପାରିବେ।ମନରେ ସୁ ବିଚାର ଦେଖାଯିବ।ବ୍ୟବସାୟ କ୍ଷେତ୍ରରେ ଉତ୍ତମ ଲାଭ ପରିଣାମ ପ୍ରାପ୍ତ ହେବ ନିଜର ବ୍ୟବହାରର ବିଶେଷ ଧ୍ୟାନ ରଖନ୍ତୁ।ଆପଣ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରନ୍ତୁ।
ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ମାନସିକ ଚିନ୍ତା ଅନୁଭବ କରିବେ। ଭବିଷ୍ୟତ ତଥା ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାଶୀଳ ରହିବେ।ପରିବାରରେ ଖର୍ଚ୍ଚକୁ ନେଇ କିଛି ସମସ୍ୟା ଦେଖାଦେଇପାରେ।
କନ୍ୟା ରାଶିର ବ୍ୟକ୍ତିଙ୍କ କାର୍ଯ୍ୟରେ ଉନ୍ନତି ହେବ। ବ୍ୟବସାୟ କ୍ଷେତ୍ରରେ ସଫଳତା ହାସଲ କରିବେ। ଅଟକିଥିବା କାର୍ଯ୍ୟରେ ଗତି ଆସିବ। ପାରିବାରିକ ବାତାବରଣ ସୃଷ୍ଟି ହେବ।
ତୁଳା ରାଶିର ଲୋକଙ୍କ କାର୍ଯ୍ୟ କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆସିବ। ନୂଆ ଉଦ୍ୟୋଗରୁ ଆପଣ ଲାଭବାନ ହେବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଖ୍ୟାତିର ବିସ୍ତାର ହେବ।
ବିଛା ରାଶିର ବ୍ୟକ୍ତିଙ୍କ ମନୋବଳରେ ବୃଦ୍ଧି ଘଟିବ। ଆପଣଙ୍କ ସମସ୍ତ କାର୍ଯ୍ୟ ସମୟରେ ପୂରଣ ହେବ। ଅଧିକାରୀ ବର୍ଗ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିବେ। ପରିବାର ଲୋକଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ। ପ୍ରେମ ଜୀବନରେ ନୂଆ ଉତ୍ସାହ ଦେଖାଦେବ।
ଧନୁ ରାଶିର ବ୍ୟକ୍ତିମାନେ ନିଜ ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟରେ ସାବଧାନ ରୁହନ୍ତୁ। ଯେକୌଣସି ନିର୍ଣ୍ଣୟ ବୁଝି ବିଚାରି ନିଅନ୍ତୁ। ଜୀବନସାଥିଙ୍କ ସହିତ କିଛି ମତଭେଦର ସମ୍ଭାବନା ରହିଛି। ମାନସିକ ଚିନ୍ତା ଅନୁଭବ କରିପାରନ୍ତି।
ମକର ରାଶିର ବ୍ୟକ୍ତିମାନେ ସମସ୍ତ କାର୍ଯ୍ୟକୁ ସଫଳତା ପୂର୍ବକ ଶେଷ କରିବେ। ସହଯୋଗୀଙ୍କ ସମର୍ଥନ ମିଳିବ। ଜୀବନସାଥିଙ୍କ ସହିତ ସମ୍ପର୍କରେ ମଧୁରତା ଆସିବ। ପ୍ରେମ ଜୀବନ ଭଲ ରହିବ।ଶୁଭ ସମାଚାର ପ୍ରାପ୍ତ ହେବ।
କୁମ୍ଭ ରାଶିର ବ୍ୟକ୍ତିମାନେ ପ୍ରେମ ସମ୍ବନ୍ଧରେ ମଧୁର ସମୟ ଅତିବାହିତ କରିବେ। ଆର୍ଥିକ ସ୍ଥିତି ସୁଦୃଢ ହେବାକୁ ଲାଗିବ। ଋଣରୁ ମୁକ୍ତି ପାଇବେ। ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବ।
ମୀନ ରାଶିର ବ୍ୟକ୍ତି ମାନଙ୍କର ମାନସମ୍ମାନ ଓ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ପରିବାରରେ ସୁଖଦ ବାତାବରଣ ଲାଗି ରହିବ।
ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ, ମନେରଖନ୍ତୁ ସବୁବେଳେ ସତ କର୍ମ କରନ୍ତୁ, ନ୍ୟାୟରେ ରୁହନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ଜୀବନରେ ସଫଳତା ହାସଲ କରିବେ।