21 ଜିଲ୍ଲାକୁ ସତର୍କ ସୂଚନା, ଆଜି 40ରୁ 50 ବେଗରେ ପବନ ବହିବା ସହ ଖସିବ କୂଆପଥର

Warning

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ସତର୍କ ରୁହ ୨୧ଟି ଜିଲ୍ଲା ଆଜି ୨୧ଟି ଜିଲ୍ଲାରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବୋହିପାରେ । ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ତାର ପ୍ରଭାବ ଦେଖାଇଛି । ବିଜୁଳି ଘଡ଼ଘଡ଼ି ସହ ଝଡ ତୋଫାନ୍ ହୋଇଛି । ବିଜୁଳି ଚମକିଛି ଘଡ଼ଘଡ଼ି ମାରିଛି, ଆକାଶରୁ କୂଆ ପଥର ବର୍ଷା ହୋଇଛି ପବନର ବେଗ ଅଧିକ ହୋଇଛି ।

ଠିକ୍ ଏତିକିବେଳେ ତାପମାତ୍ରା ଟିକେ କମିଛି । କିନ୍ତୁ ଗୁଳୁଗୁଳି କମି ନାହିଁ । ଏହାରି ଭିତରେ ଆଜି ୨୧ଟି ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କନ୍ଦ୍ର । ୨୧ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଅଛି । କାଳବୈଶାଖୀ ସମୟରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ଅଛି । କିଛି କିଛି ସ୍ଥାନରେ କୂଆଁ ପଥର ବର୍ଷା ହେବାର ସମ୍ଭାବନା ରହିଛି , ବିଜୁଳି ଘଡ଼ଘଡ଼ି ମାରିବାର ସମ୍ଭାବନା ଅଛି ଏମିତି କିଛି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

rains

ଆଜି ନୁହେଁ ଆଗାମୀ ଚାରି ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି । ଏହି ସମୟରେ ଅପରାହ୍ନରେ ଆକାଶ ମେଘୁଆ ରହିବ । ସ୍ଥାନେ ସ୍ଥାନେ ବିଜୁଳି ଘଡ଼ଘଡ଼ି ସହ ଝଡ ତୋଫାନ୍ ହେବ ମଙ୍ଗଳବାର ସର୍ବାଧିକ ବର୍ଷା ୫୧.୯ମିଲି. ମିଟର ରେକର୍ଡ କରାଯାଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆଭ୍ୟନ୍ତରଣୀୟ ଓଡିଶାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।

ଆଉ ୨୧ ଜିଲ୍ଲା ଭିତରେ ରହିଛି- ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ଏବଂ ମାଲାକାନଗିରି । ଏହି ୨୧ ଜିଲ୍ଲାର କିଛି ଅଞ୍ଚଳରେ ବଜ୍ରାପାତ ହେବାର ଆଶଙ୍କା ରହିଛି ।

ଆଉ ଏହି ସମୟରେ ଘରୁ ପଦାକୁ ନବାହାକିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। । ଆଉ ଏହାରି ଭିତରେ ଗତକାଲି ବିଜୁଳିରେ ଏକ ଛୋଟ ପିଲାର ଜୀବନ ଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *