ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଧୋକା ଦେଇଥିବା ଅଭିଯୋଗରେ ପ୍ରେମିକ ର ଘର ଦ୍ୱାରରେ ଧାରଣାରେ ବସିଲା ପ୍ରେମିକା । ଗଞ୍ଜାମ ରେ ଜଣେ ମହିଳା ନ୍ୟାୟ ପାଇଁ ସ୍ୱାମୀ ଙ୍କ ଘର ଆଗରେ ଧାରଣା ଦେଇ ବସିଛନ୍ତି । ହିଞ୍ଜେଇ ଥାନା ଅନ୍ତର୍ଗତ ଗଇଦାସପୁର ଗ୍ରାମରେ ସୁଲି ପ୍ରଧାନଙ୍କ ଘର ଆଗରେ ଜଣେ ଯୁବତୀ ସଙ୍ଖା ସିନ୍ଦୁର ପିନ୍ଧି ସ୍ତ୍ରୀ ର ଅଧିକାର ଦାବି ନେଇ ଧାରଣ ଦେଇଛନ୍ତି ।
ତେବେ ତାଙ୍କ କହିବା ଅନୁସାରେ ସେ ସୁଲି ପ୍ରଧାନ ଙ୍କ ପୁଅ ନବକିଶୋର ପ୍ରଧାନଙ୍କୁ ପ୍ରଥମେ ପ୍ରେମ ଓ ପରେ ବିବାହ କରିଥିଲେ ଏବଂ ଉଭୟ ମୁମ୍ବାଇରେ ଶାଖିନାକା ରେ ବର୍ଷେ ହେବ ଘର ଭଡା ନେଇ ରହୁଥିଲେ । ଏବଂ ଦହେଁ କର୍ଟ ମେରେଜ୍ ଓ ଶିବ ମନ୍ଦୀରରେ ବିବାହ ମଧ୍ୟ କରିଥିଲେ ।
କିନ୍ତୁ ଏବେ ତାଙ୍କର ଶଶୁର ତାଙ୍କ ସ୍ୱାମୀଙ୍କୁ ଅନ୍ୟତ୍ର ବିବାହ କରିବା ଚକ୍ରରେ ସ୍ୱାମୀଙ୍କୁ କେଉଁ ଆଡେ ଫେରାର କରିଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ତ୍ରୀ । ତେବେ ବର୍ତ୍ତମାନ ସ୍ୱାମୀଙ୍କୁ ପାଇବା ଆସାରେ ଦୁଇ ଦିନ ହେଲା ଶଶୁର ଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ମହିଳା ଜଣକ ।
ତେବେ ସମାଜ ସେବି ପ୍ରମିଳା ତ୍ରୀପାଠି ମଧ୍ୟ ମହିଳାକୁ ସାହାଯ୍ୟର ହାତ ବଢାଇଛନ୍ତି । ଏବଂ ସେ ମଧ୍ୟ କହିଁଛନ୍ତି ଯେ ପର୍ଯ୍ୟନ୍ତ ସନ୍ଧ୍ୟାରାଣୀ କୁ ନ୍ୟାୟ ନମିଳିଛି ସେ ପର୍ୟ୍ୟନ୍ତ ସାହାୟ୍ୟ କରିବେ ବୋଲି ସେ କହିଁଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।