8 ବର୍ଷ ତଳେ ଥିଲା 450 ଟଙ୍କା ଏବଂ ଏବେ 1,148 ଟଙ୍କା । କେବେ ଆସିବ ଅଚ୍ଛେ ଦିନ୍

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଗ ଚାଉଳ କାଟିଲେ ଏବେ ବଢିଲା ଗ୍ୟାସ ଦର । 8 ବର୍ଷ ତଳେ ଥିଲା 450 ଟଙ୍କା ଏବଂ ଏବେ 1,145 ଟଙ୍କା । କୁଆଡେ ଗଲା ଅଚ୍ଛା ଦିନ୍ ଉଜ୍ୱଳା ଯୋଜନା ରେ କେମିତି ଜଳିବ ଚୁଲି ଏହି ଫୋଟ କୁ ଦେଖନ୍ତୁ 2011 ରେ ଗ୍ୟାସ ସିଲିଣ୍ଡର ଯେତେ ବେଳେ 400 ରୁ କମ୍ ଥିଲା ସେତେ ବେଳେ ସିଲିଣ୍ଡର ରାସ୍ତାରେ ରଖି ବକ୍ଷବ କରିଥିବା ସ୍ମୃତି ଇରାନୀ । ଏବେ ଯେତେ ବେଳେ ଦର 12 ଶହ ଟଙ୍କା ଛୁଇଁବା ବେଳେ କେନ୍ଦ୍ରରେ ମନ୍ତ୍ରୀ ରହିଛନ୍ତି ।

ଏବେ ଇରାନୀ ଚୁପ୍ ଅଛେ ଦିନ ର ସ୍ୱପ୍ନ ଦେଖେଇ ଥିବା ମୋଦି ଙ୍କ କେନ୍ଦ୍ର ସରକାର ବି ଚୁପ୍ 2014 ରେ ପ୍ରଧାନ ମନ୍ତ୍ରୀ ମୋଦି ସରକାର । ସତ୍ତା କୁ ଆସିଲା ପରେ ଉଜ୍ୱଳା ଯୋଜନା ର ଶୁଭାରମ୍ଭ ହୋଇଥିଲା । ତଥ୍ୟ କହୁଛି ଆଗରୁ ରାଜ୍ୟରେ 21 ଲକ୍ଷ ପରିବାର ଗ୍ୟାସ ଉପଭୋକ୍ତା ଥିବା ବେଳେ ଉଜ୍ୱଳା ଯୋଜନା ଆରମ୍ଭ ପରେ ଏବେ 4 ଗୁଣ ବଢି 88 ଲକ୍ଷ ରେ ପହଁଚିଛି । ଆଗରୁ 20 ପ୍ରତିଶତ ରେ ଗ୍ୟାସ ଚୁଲା ଜଳୁଥିବା ବେଳେ ଏବେ ଏହା 80 ପ୍ରତିଶତ କୁ ବୃଦ୍ଧି ପାଇଛି ।

BJP

ତେବେ 2014 ରେ ଗ୍ୟାସ ସିଲିଣ୍ଡର ର ଦାମ୍ 450 ଟଙ୍କା ଥିଲା ଏବେ ତାହା 1,145 ଟଙ୍କାରେ ପହଁଚିଛି । ଲୋକ ମାନଙ୍କ ଆଖିରୁ ଲୁହ ଦୂର କରିବାକୁ ଯେଉଁ ଯୋଜନା ହୋଇଥିଲା ତାହା ଏବେ ଲୋକଙ୍କୁ କନ୍ଦେଇଲାଣି ଏହି ଦୁଇ ବର୍ଷରେ ସିଲିଣ୍ଡର ଦର 1 ହଜାର ଟପିଛି ସିଲିଣ୍ଡର ପିଛା ପାଖା ପାଖି 300 ଟଙ୍କା ବଢିଛି । ନଗଦ ବଢିଲା ପୁଣି 50 ଟଙ୍କା ସେପଟେ ଖାଇଟି ସାମଗ୍ରୀ ର ଦର ବୃଦ୍ଧି ଆଉ ଏବେ ଗ୍ୟାସ ସିଲିଣ୍ଡର ର ଦର ବଢିବା ଲୋକଙ୍କ ହାଣ୍ଡି ସାଳ ର ସ୍ଥିତି କୁ ବିଗାଡି ଦେଇଛି ।

ବଡ କଥା ହେଲା ଦର ବୃଦ୍ଧି ବିରୋଧ ରେ ନାରା ବାଜି ଦେଇ ଗରିବ ଙ୍କୁ ଅଚ୍ଛେ ଦିନ ର ସ୍ୱପ୍ନ ଦେଖେଇ ଶାସନ କୁ ଆସିଥିବା କେନ୍ଦ୍ର ର ମୋଦି ଙ୍କ BJP ସରକାର ଏବେ ସାଧାରଣ ଏବଂ ଗରିବ ଲୋକ ଙ୍କ ସ୍ୱାର୍ଥ ପ୍ରତି ଆଖି ବୁଜି ଦେଇଛନ୍ତି । ସ୍ଥିତି ଏମିତି ହୋଇଛି ଯେ ଅନେକ ଲୋକ ମାନେ ଗ୍ୟାସ ସିଲିଣ୍ଡର କୁ ରୋଷେଇ ଘରେ ସାଜସଯ୍ୟା ଜିନିଷ ଭାବେ ରଖିଛନ୍ତି । ଆଉ ଏବେ କାଠ ଆଡକୁ ମୁହାଇଲେଣି ।

ସେପଟେ କେନ୍ଦ୍ର ସରକାର ରାଜ୍ୟରେ ଗରିବ ଲୋକ ମାନଙ୍କ ଚାଉଳ କାଟିଲେ ଆଉ ଏବେ ଗ୍ୟାସ ଦର ବୃଦ୍ଧି କଲେ ଏହାକୁ ନେଇ ସାଧାରଣ ରେ BJP ସରକାର ବିରୋଧରେ ଜନ ଅସୋନ୍ତୋଷ ତୀବ୍ର ହେବାରେ ଆଶଂକା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *