ମୁଁ ମନା କରୁଥିଲି ମତେ ବାନ୍ଧନି, ମତେ ବାନ୍ଧିଲ, ଏବେ 40 ଲକ୍ଷ ଭୁତକୁ ସମ୍ଭାଳ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମୋତେ ବାନ୍ଧିଲ ଏବେ ସମ୍ଭାଳିବ । ୪୦ ଲକ୍ଷ ଭୂତ ଆସିବ ଏ ଥାନା ପାଚେରୀକୁ ଉଡାଇଦେବ । ମୋତେ ବାନ୍ଧିଛ ଏବେ ସମ୍ଭାଳିବ । ତମେ ମାନେ ଜାଣିଛ ତ କାହାକୁ ବାନ୍ଧିଛ? ମୁଁ ହେଉଛି ଭୂତ ମାନଙ୍କର ସଭାପତି । ନୀତି ଆତ୍ମା ପ୍ରେତ ଆତ୍ମାଙ୍କ ସହ କଥା ହେଉଛି । ଭୂତ ମାନଙ୍କର ମିଟିଂ ରେ ମୁଁ ସଭାପତି ସାଜୁଛି ।

ମୁଁ ଯାହା କହୁଛି ସେହା ହେଉଛି । ଯେତେବେଳେ ଚାହିଁବି ସେତେବେଳେ କଳାହାଣ୍ଡିଆ ମେଘ ଘୁଟାଇ ଆଣିବି । ଯେତେବେଳେ ଚାହିଁବି ସେତେବେଳେ ଏକାସାଙ୍ଗରେ ୪୦ ଲକ୍ଷ ଭୂତଙ୍କୁ ଡାକି ଏକାଠି କରିଦେବି । ରାଜ ରାସ୍ତାରେ ହଇଚଇ ସୃଷ୍ଟି କରିଦେବି । ସମସ୍ତଙ୍କୁ ଡରାଇ ଭୟଭୀତ କରାଇଦେବି । ମୁଁ ହେଉଛି ବିପୀନ ବାବା । ଭୂତ ମାନଙ୍କର ସଭାପତି ।

bpini

୪୦ ଲକ୍ଷ ଭୂତଙ୍କୁ ପାଠ ପଢାଉଥିବା ବିପୀନ ରାଉତ ଏବେ ଜେଲ୍ ର ଚାରି କାନ୍ଥ ଭିତରେ । ଆଉ କୁଆଡେ ଜେଲ୍ ର ଚାରି କାନ୍ଥ ଭିତରେ ଚିତ୍କାର କରୁଛି ବାବା ବିପୀନ ରାଉତ । ଠିକ୍ ଯେମିତି ଗଣ ମାଧ୍ୟମର ବୁମ୍ ଆଗରେ ଚିତ୍କାର କରେ । ଚିତ୍କାର କରି କହୁଛି ମୁଁ ଚାହିଁଲେ ବର୍ତ୍ତମାନ ୪୦ ଲକ୍ଷ ଭୂତଙ୍କୁ ଡାକି ଆଣିବି । ଆଉ ଏଠି ଏ ଥାନା ପାଚେରୀ ଏ ଲୁହା ବାଡ ସବୁକିଛି ଉପାଡି ଦେବି ।

ଏହିସବୁ ଭିତରେ କର୍ତ୍ତବ୍ୟରେ ଥିବା ପୋଲିସ ବାବୁ ମାନେ କହୁଛନ୍ତି ହଁ ଡାକିଲୁ ଦେଖିବା । ଏହି ସବୁ ଭିଚରେ ଫଣା ଟେକିବା ବନ୍ଦ କରିନି ବାବା ବିପୀନ ରାଉତ । କାଲି ଯେଉଁ କଥା କହୁଥୁଲା ଆଜି ବି ସେ କଥା କହୁଛି । କୁଆଡେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଆତ୍ମା ତାଙ୍କ ପାଖକୁ ଆସୁଛି ଆଉ ତାଙ୍କ ସହ କୁଆଡେ କଥାବାର୍ତ୍ତା ହେଉଛି । ୪୦ ଲକ୍ଷ ଭୂତଙ୍କୁ କଣ୍ଟ୍ରୁଲ ରେ ରଖିଥିବା ବାବା ଏବେ କହୁଛନ୍ତି ଏବେ ଦେଖ ୪୦ ଲକ୍ଷ ଭୂତକୁ ଆଣିବି । ମୋତେ ଯେଉଁ ଥାନାରେ ରଖିଛ ସେ ଥାନାର ପାଚେରୀ ଉଡେଇ ଦେବି । ଲୋକେ ଶୁଣି ହସୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *