ମୋ ସହିତ ଏମିତି କାହିଁକି ହେଲା ,ଟଙ୍କା ସବୁ ଯୋଗାଡ଼ ହେଲା ହେଲେ ମୁଁ ବଞ୍ଚି ପାରିଲିନି

pintu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋ ସହ ଏମିତି କାହିଁକି ହେଲା ମୁଁ କିଛି ବି ବୁଝିପାରୁନି । ଟଙ୍କା ଯୋଗାଡ ହେଲା ତଥାପି ମୁଁ କ’ଣ ପାଇଁ ମରିଗଲି । ମୋର ତ ନୂଆ ଲିଭର ଲାଗିଥାନ୍ତା । ମୁଁ ପୁଣିଥରେ ସୁସ୍ଥ ହୋଇ ଯାଇଥାନ୍ତି । ଡାକ୍ତର ଖାନାରୁ ଘରକୁ ଯାଇ ମୁଁ ପୁଣିଥରେ ଅଭିନୟ କରିଥାନ୍ତି । ମୋତେ ଲିଭର ଦେବାପାଇଁ ଡୋନର ବି ପୁରା ପ୍ରସ୍ତୁତ ଥିଲେ । ତାଙ୍କ ଦେହରୁ ଅଧା ଲିଭର ଆସି ମୋ ଦେହରେ ଲାଗିଥାନ୍ତା । ଯେଉଁ ଟଙ୍କା ଅଭାବ ଥିଲା ତାଙ୍କୁ ମୋ ଓଡ଼ିଶାବାସୀ ପୂରଣ କରିଦେଇଥିଲେ ।

ମୋ ଭାଇର ଆକାଉଣ୍ଟରେ ଓଡ଼ିଶାର ଦର୍ଶକମାନେ ଲକ୍ଷ ଲକ୍ଷ ଟଙ୍କା ଗଦା କରିଦେଲେ । କିନ୍ତୁ ଲିଭର ଲାଗିବା ଦିନ କ’ଣ ପାଇଁ ଡାକ୍ତର ମନା କରିଦେଲେ । ମୋତେ ଦିଲ୍ଲୀରୁ ହାଇଦ୍ରାବାଦକୁ କ’ଣ ପାଇଁ ନିଆଁଗଲା । ଏମିତି ମୋ ସହ କ’ଣ ପାଇଁ ଆଉ କାହିଁକି ହେଲା । ମୁଁ କ’ଣ ପାଇଁ ବଞ୍ଚୁ ବଞ୍ଚୁ ମରିଗଲି । ଏମିତି କିଛି ଭାବନା ପିଣ୍ଟୁ ନନ୍ଦ ଉପରେ ରହି ଭାବୁଥିବେ ।

Pintu Nanda a

ସବୁକିଛି ପ୍ରସ୍ତୁତ ଥିଲା ହେଲେ ଜାଗା ମୁଣ୍ଡରେ ମନା କରିଦେଲେ ଡାକ୍ତର । ଯେଉଁ ଡାକ୍ତର କହୁଥୁଲେ ଲିଭର ଲାଗି ପାରିବ ସେହି ଡାକ୍ତର ଲିଭର ଲାଗି ପାରିବ ନାହିଁ ବୋଲି ଡାକ୍ତର ମନା କରିଦେଲେ । ଯିଏ ଲିଭର ଦେବେ ବୋଲି କହୁଥିଲେ ଠିକ୍ ସମୟରେ ତାଙ୍କ ଲିଭର ମ୍ୟାଚ କଲାନି । ମୋ ସହ ଏମିତି କ’ଣ ପାଇଁ ହେଲା । ଏହା ଉପରାବାଲା ର ଖେଳ ନାଁ ମୋତେ ମିଳିଥିବା ଟଙ୍କା ମୁଖ୍ୟ କାରଣ ।

କିନ୍ତୁ ପିଣ୍ଟୁ ନନ୍ଦଙ୍କ ଯିବା ପରେ ଏବେ ଅନେକ କଥା ଉଠିଲାଣି । କିଏ କହୁଛି ପିଣ୍ଟୁ ନନ୍ଦଙ୍କ ମରିବା ପଛରେ ବିରାଟ କାରଣ ରହିଛି ପୁଣି କିଏ କହୁଛି ପିଣ୍ଟୁ ନନ୍ଦଙ୍କ ମୃ-ତ୍ୟୁର କାରଣ ତାଙ୍କୁ ମିଳିଥିବା ଟଙ୍କା ବୋଲି । ଯାହାକୁ ଅଭିନେତା ବବି ମିଶ୍ର ଏମିତି କିଛି ପ୍ରତିକ୍ରିୟା ରଖିଥିଲେ । ଯଦି ଏମିତି କିଛି ହୋଇଥାଏ ତେବେ ଉପରେ ରହି ପିଣ୍ଟୁ ନନ୍ଦଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥୁବ । ଯାହା ସିଏ କେବେ ତାଙ୍କ ଭାଇଙ୍କୁ କି ଆଉ କାହାକୁ ପଚାରି ପାରୁନଥିବେ । କେବଳ ସେ ଯାହା ଉପରେ ରହି ସବୁକିଛି ଦେଖି ପାରୁଥୁବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *