ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଁ ବଞ୍ଚିବାକୁ ଚାହେଁ । ପୁଣିଥରେ ଆପଣ ମାନଙ୍କୁ ହସାଇବାକୁ ଚାହେଁ । ଠାକୁରଙ୍କ ପାଖରେ ପ୍ରାର୍ଥନା କରନ୍ତୁ ମୁଁ ଖୁବ୍ ଶୀଘ୍ର ଭଲ ହୋଇ ଫେରି ଆସିବି । ଏମିତି କିଛି କଥା ଦେଇଥିଲେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ପରିବାରଙ୍କ ଠାରୁ ଆରମ୍ଭ କରି ପ୍ରଶାସକ ପର୍ଯ୍ୟନ୍ତ ସମସ୍ତେ ଠାକୁରଙ୍କ ନିକଟରେ ଗୁହାରି କଲେ କିନ୍ତୁ ନିଜ କଥା ରଖିଲେନି ପିଣ୍ଟୁ ନନ୍ଦ । ସମସ୍ତଙ୍କୁ ଆଶା ଦେଇ ଦୂରେଇ ଚାଲିଗଲେ ଆଉ ଏମିତି ଏକ ରାସ୍ତା ଆପଣେଇଲେ ଯେଉଁ ରାସ୍ତାରୁ କେହି କେବେ ହେଲେ ଫେରି ଆସି ପାରିବ ନାହିଁ ।
କାନ ତ ଶୁଣୁଛି ଆଖି ତ ଦେଖୁଛି କିନ୍ତୁ ମନ ବୁଝୁନି ଲାଗୁଛି ଯେମିତି ପିଣ୍ଟୁ ନନ୍ଦ ଏବେବି ଅଛନ୍ତି । ମନକୁ ଏପରି କହି ଅନେକ ବୁଝାଇଥିଲେ ବି ସତ କେବେ ମିଛ ହୁଏନା କି ପିଣ୍ଟୁ ନନ୍ଦ କେବେବି ଫେରି ଆସି ପାରିବେ ନାହିଁ । ଓଡ଼ିଆ ଆଲବମ୍ ହେଉ ବା ଫିଲ୍ମ , କମେଡିଆନ ହେଉ କି ଖଳ ନାୟକ ପିଣ୍ଟୁ ନନ୍ଦଙ୍କ ଅଭିନୟ ସବୁବେଳେ ଦର୍ଶକଙ୍କ ମନକୁ ବେଶ୍ ଛୁଇଁ ଥିଲା । ନିଜର ନିଆରା ଠାଣି ପାଇଁ ଚର୍ଚ୍ଚିତ ପିଣ୍ଟୁ ନନ୍ଦ ସବୁବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ହୋଇଥାନ୍ତି ।
ହେଲେ ମାତ୍ର ୪୫ ବର୍ଷ ବୟସରେ ଆଖି ବୁଜି ଦେଇଛନ୍ତି ପିଣ୍ଟୁ ନନ୍ଦ । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପିଣ୍ଟୁ ନନ୍ଦଙ୍କ ପରଲୋକରେ ଆଉ ଗୋଟିଏ ତାରକାକୁ ହରାଇ ସାରିଛି ଓଡିଆ ଚଳଚ୍ଚିତ୍ର ଜଗତ । ପିଣ୍ଟୁ ନନ୍ଦ ଗୁରୁତର ଯକୃତ କିମ୍ବା ଲିଭର ସିରସିସ୍ ରୋଗରେ ପିଡୀତ ଥିଲେ ।
ପ୍ରଥମେ ତାଙ୍କର ଚିକିତ୍ସା ଭୁବନେଶ୍ଵରରେ ଏକ ଘରୋଇ ଡାକ୍ତର ଖାନାରେ ହୋଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତରଣ କରାଯାଇଥିଲା । ଦିଲ୍ଲୀ ରୁ ପୁଣି ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ ନିଆଯାଇଥିଲା । ଡାକ୍ତର ପିଣ୍ଟୁଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ କରିବାକୁ ପରାମର୍ଶ ଦେଇଥିଲେ । ଏଥିପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କା ଦରକାର ହେଉଥିଲା । ଚିକିତ୍ସା ପାଇଁ ଚାରିଆଡ଼େ ସହାୟତା ନିବେଦନ କରାଯାଇଥିଲା ।
ଏମିତିକି ତାଙ୍କ ପରିବାରର ଜଣେ ସଦସ୍ୟ ତାଙ୍କୁ ଲିଭର ଦାନ କରିବାର ଥିଲା । ତାଙ୍କର ବ୍ଲଡ ଗ୍ରୁପ ମ୍ୟାଚ ନକରିବା ଓ ଅନ୍ୟାନ୍ୟ କାରଣ ପାଇଁ ତାହା ଫଳପ୍ରଦ ହୋଇପାରି ନଥିଲା । ଆଉ ଶେଷରେ ଜୀବନ ସହ ସଂଘର୍ଷ କରି ଚାଲିଗଲେ ପିଣ୍ଟୁ ନନ୍ଦ । ଆଉ ଛାଡି ଚାଲିଗଲେ ତାଙ୍କର ଅଭୁଲା ସ୍ମୃତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।