ଆଜି ପ୍ରବଳ ବର୍ଷିବ, ଘଡ଼ଘଡ଼ି ମାରିବ, ବିଜୁଳି ଚମକିବ, ପବନ ବୋହିବ I ସତର୍କ କରାଇଲା ପାଣିପାଗ ବିଭାଗ

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଲି ବର୍ଷା ଦେଇଥିଲା ଧୋକା ହେଲେ ଆଜି ନୁହେଁ । ହଁ ବନ୍ଧୁଗଣ ଆଜି 12 ଜିଲ୍ଲା କୁ ବର୍ଷା ସତର୍କତା ଜାରି ହୋଇଛି । ଆଉ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବନ୍ଧୁଗଣ ଏଠି କହି ରଖିବାକୁ ଚାହିଁବୁ କାଲି ଦିନ ତମାମ କୋହଲା ପାଗ ଆଉ ତା ସାଙ୍ଗକୁ କୋହଲା ପବନ କେଉଁଠି କେଉଁଠି ଝିପି ଝିଫି ବର୍ଷା ପଶ୍ଚିମା ଝଡ ପ୍ରଭାବରେ ବୁଧବାର ସାରା ରାଜ୍ୟରେ ଏହି ଭଳି ସ୍ଥିତି ସୃଷ୍ଟି ହୋଇଥିଲା ।

କୋହଲା ପାଗ ଯୋଗୁଁ ଉପର ମୁହାଁ ଥିବା ତାପମାତ୍ରା ଟିକେ କମିଛି ହଁ ଟିକେ ଗରମ କମିଛି । ତେବେ ଆଗାମୀ 3 ରୁ 4 ଦିନ ପର୍ଯ୍ୟନ୍ତ ପଶ୍ଚିମା ଝଡ ର ପ୍ରଭାବ ରହିବାକୁ ଥିବା ବେଳେ ଆହରୁ 2 ରୁ 3 ଡୀଗ୍ରି ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ହଁ ବନ୍ଧୁଗଣ କାଲି ଥିଲା ବର୍ଷା ହେବାକୁ ଘଡଘଡି ବିଜୁଳୀ ସହିତ ପବନ ବହିଥାନ୍ତା ଏବଂ ବର୍ଷା ହୋଇଥାନ୍ତା କିନ୍ତୁ ବର୍ଷା ଧୋକା ଦେଇଛି ।

rains

ଆଉ ଆଜି କୁଆଡେ ପ୍ରବଳ ବର୍ଷା ହେବ ଘଡଘଡି ସହିତ ବର୍ଷା ହେବ । ବିଜୁଳୀ ସହିତ ବର୍ଷା ହେବ ବିଜୁଳୀ ମାରିବ ଆଉ ଏହିଥି ପାଇଁ 12 ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ସେହି ଜିଲ୍ଲା ଗୁଡିକ ହେଲା କୋରାପୁଟ, ମାଲକାନାଗିରି , ନବରଙ୍ଗପୁର , ରାୟଗଡା , କଳାହାଣ୍ଡି , କନ୍ଧମାଳ , ବୈଦ୍ଧ , ଅନୁଗୁଳ , ଦେଓଗଡ , ସୁନ୍ଦରଗଡ , କେଉଁଝର ଏବଂ ମୟୁରଭଞୀ ଆଦି ଜିଲ୍ଲାରେ ଆଜି ବର୍ଷା ହୋଇ ପାରେ ।

ଘଡଘଡି ସହିତ ବିଜୁଳୀ ମାରିପାରେ ଆଉ ଏହି ଜିଲ୍ଲା ଗୁଡିକ ରେ ପବନ ର ବେଗ ମଧ୍ୟ ବୃଦ୍ଧି ହୋଇ ଘଣ୍ଟା ପ୍ରତି 40 ରୁ 50 କିଲୋମିଟର ବେଗରେ ବହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଉ ଏହାକୁ ଦୃଷ୍ଟିରେ ରଖି ଏହି ସବୁ ଜିଲ୍ଲା ଗୁଡିକୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ଶୁକ୍ରବାର ଏବଂ ଶନିବାର ମଧ୍ୟ ବିଭିନ୍ନ ଜିଲ୍ଲାରେ ସମାନ ସ୍ଥିତି ଜାରି ରହିବ ବୋଲି ପୂ୍ର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ଏହାରି ଭିତରେ କିନ୍ତୁ ଟିକେ ପାଗରେ ପରିବର୍ତନ ଆସିଛି । ଗରମ ରେ ସିଥିଳତା ପଡିଛି ଟିକେ ଏବେ ଗରମ କମିଛି । ଗରମ ରୁ ଆଶ୍ୱସ୍ତି ପାଇଛି ସାରା ଓଡିଶା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *