ଆଜି ୨୪ ମାର୍ଚ୍ଚ | ୬ ଜିଲ୍ଲାକୁ ବର୍ଷା ସତର୍କ | ଏହି ଜିଲ୍ଲାକୁ ବିପଦ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୪ ତାରିଖ ଗୁରୁବାର ଅର୍ଥାତ୍ ଆଜି, ଆଜି ରାଜ୍ୟରେ ୬ଟି ଜିଲ୍ଲାରେ ବର୍ଷା ସମ୍ଭାବନା । ଆଉ ଏଭଳି ସ୍ଥିତି ଆଉ ୪ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆଜିଠାରୁ ଆସୁଛି ପୁଣି ଏକ ପଶ୍ଚିମା ଝଡ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜିଠାରୁ ଆସୁଛି ଆଉ ଏକ ପଶ୍ଚିମା ଝଡ । ଏହାର ପ୍ରଭାବରେ ୨୫ ତାରିଖ ଯାଏ ସାରା ରାଜ୍ୟରେ ବର୍ଷା ଜାରି ରହିବ । ତେବେ ଗତକାଲି ଦିନ ତମାମ ଖରା ଆଉ ଛାଇର ଲୁଚକାଳି ଖେଳ ଚାଲିଥିବା ବେଳେ କିଛି ଅଞ୍ଚଳରେ ବର୍ଷା ମଧ୍ୟ ହୋଇଯାଇଛି ।

rains

ବିଶେଷ କରି କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, କେନ୍ଦୁଝର, ଆଉ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଯାଇଛି । ଆଉ ଆଜିଠାରୁ ରାଜ୍ୟର ପାଗ ବଦଳିବ । ରାଜ୍ୟର କିଛି ସ୍ଥାନରେ କାଳ ବୈଶାଖୀ ଜନିତ ବର୍ଷା ହୋଇପାରେ ।

ଆଉ ରାଜ୍ୟର ୬ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନାକୁ ନେଇ ପାଣିପାଗ ବିଜ୍ଞାନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ସେସବୁ ଜିଲ୍ଲା ଗୁଡିକ ହେଲା- କୋରାପୁଟ, ମାଲକାନଗିରି, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ ଆଉ ବାଲେଶ୍ଵର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *