ଆଜି ୨୧ ମାର୍ଚ୍ଚ | ଆଜି ୧୯ ଜିଲ୍ଲାକୁ ବର୍ଷା ସତର୍କ |

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୧ ତାରିଖ ମଙ୍ଗଳବାର ଅର୍ଥାତ୍ ଆଜି, ଆଜିବି ରାଜ୍ୟରେ ବର୍ଷା ସମ୍ଭାବନା । ଆଜି ରାଜ୍ୟର ୧୯ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବାରୁ ଉକ୍ତ ଜିଲ୍ଲା ଗୁଡିକ ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ତେବେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଥିବା ବେଳେ କିଛି ସ୍ଥାନରେ କୂଆ ପଥର ବର୍ଷା ହୋଇଯାଇଛି ।

କଟକ, ଖୋର୍ଦ୍ଧା ଆଉ ବଲାଙ୍ଗିର ଆଦି ଜିଲ୍ଲାରେ କୂଆ ପଥର ବର୍ଷା ମଧ୍ୟ ସୋମବାର ଦିନ ରେକର୍ଡ କରିଛି । ଗତକାଲି ଭୋରରୁ ରାଜ୍ୟର ବିଭିନ୍ନ ସ୍ଥାନ ଯଥା- ମୟୁରଭଞ୍ଜ, ବୌଦ୍ଧ, ସୋନପୁର, ଝାରସୁଗୁଡା, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର, ନୟାଗଡ଼, କଟକ ଆଉ ଖୋର୍ଦ୍ଧା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଥିଲା । ତେବେ ଗତ ୬ଦିନ ହେଲା ରାଜ୍ୟରେ ପାଗ ମେଘୁଆ ରହିଥିବା ବେଳେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି ରହିଥିଲା ।

rains

ଆଜି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବା ପରେ ଆସନ୍ତା କାଲି ଠାରୁ ବର୍ଷା କମିବ । ପାଗ ଶୁଖିଲା ରହିବା ସହ ଖରା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାପମାତ୍ରାରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ । ଏହାପରେ ରାଜ୍ୟରେ ଖରା ବଢିବା ସହ ଗରମ ବଢିବ । ଆଉ ଆଜି ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ଦିନର ତାପମାତ୍ରା ୨୮ ଡିଗ୍ରୀ ଆଉ ରାତିର ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରୀ ରହିବ ।

ଆକାଶ ଆଂଶିକ ମେଘୁଆ ରହିବ ଆଉ ଅପରାହ୍ନ ଆଡକୁ ବର୍ଷା ସମ୍ଭାବନା ରହିଛି । ତେବେ ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଆଜି ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଆଉ କୋରାପୁଟ ରେ କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *