ଆଜି ୧୮ ମାର୍ଚ୍ଚ | ୯ ଜିଲ୍ଲା ଝଡବର୍ଷା,ଅରେଞ୍ଜ ୱାର୍ନିଙ୍ଗ ଜାରି |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୧୮ ତାରିଖ ଶନିବାର ଅର୍ଥାତ୍ ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ଥିବା ବେଳେ ୯ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଏବଂ ପବନ ୪୦ ରୁ ୫୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି । ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତିନୋଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ରାଜ୍ୟରେ ଜାରି ରହିଛି ପଶ୍ଚିମା ଝଡର ପ୍ରଭାବ । ରାଜ୍ୟରେ ୨୦ ତାରିଖ ଯାଏ ଏହିପରି ପାଗ ଜାରି ରହିବ । ଆଉ ୧୯ ତାରିଖ ଦିନ ବର୍ଷାର ବିସ୍ତୃତି କମିବ । ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରାରେ ହ୍ରାସ ଦେଖାଦେଇଛି । ରାଜ୍ୟର ଦିନର ତାପମାତ୍ରା ଏବେ ୩୪ ଡିଗ୍ରୀ ରହୁଥୁବା ବେଳେ ଆସନ୍ତା ୪ ରୁ ୫ ଦିନ ଭିତରେ ଏହିଭଳି ତାପମାତ୍ରା ଜାରି ରହିବ ।

rains

ତେବେ ୧୮ତାରିଖ ଶନିବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି, ମୟୁରଭଞ୍ଜ, ସୁନ୍ଦରଗଡ, ଦେବଗଡ, ବୌଦ୍ଧ, କନ୍ଧମାଳ, କୋରାପୁଟ, ମାଲକାନଗିରି ଆଉ ରାୟଗଡ଼ା ଏହି ୧୩ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ ଆଉ ପବନ ମଧ୍ୟ ବହିବ ।

ଆଉ ତାସହିତ ୯ଟି ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ରହିବ । କିଛି ସ୍ଥାନରେ କୂଆ ପଥର ବର୍ଷା ମଧ୍ୟ ହେବ । ସେସବୁ ଜିଲ୍ଲା ଗୁଡିକ ହେଲା- କେନ୍ଦୁଝର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ । ଏହି ୯ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ଝଡ ବର୍ଷା ହେବ । ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ରହିବ ।

ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୩ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଉ ଉକ୍ତ ତିନୋଟି ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେସବୁ ଜିଲ୍ଲା ଗୁଡିକ ହେଲା- ଢେଙ୍କାନାଳ, କଟକ, ଆଉ ଯାଜପୁର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *