ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ୧୬ ତାରିଖ ଗୁରୁବାର ଅର୍ଥାତ୍ ଆଜି ପଶ୍ଚିମା ଝଡର ପ୍ରଭାବ ରୁ ବଦଳି ଯାଇଛି ପାଗ । ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ବିଜୁଳି ଘଡଘଡି ସହିତ ବର୍ଷାର ସମ୍ଭାବନା । ଆଉ ଆସନ୍ତା କାଲିଠାରୁ ପାଗ ସଂପୂର୍ଣ୍ଣ ବଦଳିଯିବ । ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ପାଗ ମେଘୁଆ ରହିବ । କିଛି ଅଞ୍ଚଳରେ ବର୍ଷା ହେବ ।
ପଶ୍ଚିମା ଝଡ ପ୍ରଭାବରେ ବାୟୁମଣ୍ଡଳର ମଧ୍ୟ ଭାଗର ପଶ୍ଚିମା ନିମ୍ନ ଚାପ ଆଜି ବଙ୍ଗୋପସାଗରରୁ ବାୟୁମଣ୍ଡଳର ନିମ୍ନ ଭାଗରେ ଜଳୀୟ ବାଷ୍ପ ପୂର୍ଣ୍ଣ ପୂର୍ବାଣିବାୟୁ ପରସ୍ପର ସଙ୍ଗ ସ୍ପର୍ଶ ରେ ଆସି ପ୍ରତିକ୍ରିୟା ଶୀଳ ଭାବେ ବିପଦ ଜନକ ବିଜୁଳି ଘଡଘଡି ସହ ଝଡ ପବନ ସୃଷ୍ଟି କରିବାର ସମ୍ଭାବନା ରହିଛି । ତେଣୁ ଆଜିଠାରୁ ବିଜୁଳି ଘଡଘଡି ସହ ଝଡ ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ସମ୍ଭାବନା ହେତୁ ହଳଦିଆ ଚେତାବନୀ କିମ୍ବା ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହି ପଶ୍ଚିମ ଝଡ ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣ ବଢିବ । ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ଆଉ ୧୭ ତାରିଖରୁ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ ଆଉ ତା ସହିତ ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ରହିବ । ଆଉ ଏହା ଫଳରେ ରାଜ୍ୟରେ ତାପମାତ୍ରା ପ୍ରାୟ ୨ ରୁ ୩ ଡିଗ୍ରୀ ଯାଏ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ କୁହାଯାଇଛି ।
ତେବେ ମାର୍ଚ୍ଚ ୧୬ ତାରିଖ ଅର୍ଥାତ୍ ଆଜି ୧୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଆଉ ଏହି ୧୧ଟି ଜିଲ୍ଲାରେ ବିଜୁଳି ଘଡଘଡି ସହିତ ବର୍ଷାର ସମ୍ଭାବନା ଥିବାରୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେ ସବୁ ଜିଲ୍ଲା ଗୁଡିକ ହେଲା- କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଆଉ ମୟୁରଭଞ୍ଜ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।