ମନ୍ତ୍ର ପଢୁଥିଲେ ପୁରୋହିତ ଶୋଇପଡ଼ିଲେ କନିଆଁ । ଦେଖନ୍ତୁ ମଜାଦାର ଭିଡିଓ

bara

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହରେ ମନ୍ତ୍ର ପଢୁଥିଲେ ପୁରୋହିତ ମଣ୍ଡପରେ ଶୋଇପଡିଲେ କନିଆଁ । ଯାହାର ଭିଡିଓ ହେଉଛି ଭାଇରାଲ । ବିବାହ ହେଉଛି ପ୍ରତ୍ୟେକ ଝିଅ, ପୁଅ ପାଇଁ ସ୍ୱପ୍ନ । ପ୍ରତ୍ୟେକ ଯୁବକ ଯୁବତୀ ଉତ୍ସାହର ସହିତ ଏହି ଦିନକୁ ଅପେକ୍ଷା କରିଥାନ୍ତି । ବିବାହର ରୀତିନୀତି ଅନେକ ଦିନ ପୂର୍ବରୁ ଆରମ୍ଭ ହୋଇଯାଇଥାଏ । ତେଣୁ ବିବାହ ଦିନ ଆସିବା ପରେ କନ୍ୟା ଏବଂ ବର ଥକି ଯାଇଥାନ୍ତି ।

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଏମିତି ଏକ ମଜାଳିଆ ଦୃଶ୍ୟ ଦେଖିବାକୁ ମିଳିଛି । ଯାହା କ୍ୟାମେରାରେ କଏଦ ହୋଇଯାଇଛି । ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓଟି ସେୟାର କରାଯାଇଛି । ଭିଡିଓରେ ବିବାହ ରୀତିନୀତି ଅନୁଷ୍ଠିତ ହେଉଥୁବା ଦେଖିବାକୁ ମିଳିଛି । ପୁରୋହିତ ମନ୍ତ୍ର ପଢୁଥିବା ସମୟରେ କନିଆଁ ଆଖି ବୁଜୁବୁଜୁ ଶୋଇ ପଡିଛନ୍ତି ।

girl

ଏହି ସମୟରେ ତାଙ୍କ ପାଖରେ ବସିଥିବା ବର ତାଙ୍କୁ ଶୋଇଥିବାର ଦେଖି ତାଙ୍କୁ ଡାକୁଛନ୍ତି । କନିଆଁଟି ହଠାତ୍ ଉଠିପଡି ଏମିତି ପ୍ରତିକ୍ରିୟା ଦେଲେ ଯେ ଯିଏ ଦେଖୁଛି ସିଏ ହସୁଛି । ଇଉଜରସ ମାନେ ମଧ୍ୟ ଏହି ଭିଡିଓକୁ ବହୁତ ଉପଭୋଗ କରିଛନ୍ତି । ଜଣକ ପରେ ଜଣେ ମଜାଳିଆ କମେଣ୍ଟ ମଧ୍ୟ ଦେଇ ଚାଲିଛନ୍ତି ।

ଜଣେ ଇଉଜରସ ଲେଖିଛନ୍ତି ମ୍ୟାଡମ୍ ତୁମ ପାଇଁ ବିବାହ ଶୋଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଅନ୍ୟ ଜଣେ ଲେଖିଛନ୍ତି ଦୁର୍ଭାଗ୍ୟ ବସତ ସେ କ’ଣ କରିବେ । ଶୁଭ ମହୁରତ ରାତି ୨ ରୁ ୩ଟା ଥିବ । ତେଣୁ ଏମିତି ହେବା ସ୍ୱଭାବିକ । ଅନ୍ୟ ଜଣେ ଲେଖିଛନ୍ତି ସକାଳ ବିବାହ ଏହିପରି । ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *