ଆକାଶ ଛୁଇଁଲା ସୁନା ଦର । ଆଗକୁ ଆହୁରି ବଢିବ । ଏବେ ହିଁ କିଣି ନିଅନ୍ତୁ

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଖୁବ୍ ଶୀଘ୍ର ସୁନା ଦର ୭୦ ହଜାରରେ ପହଁଚିବ । ବ୍ୟାଙ୍କିଙ୍ଗ ସଙ୍କଟ ପାଇଁ ବଢିବ ସୁନା ଦର । ବିଶ୍ୱ ବଜାରରେ ବଢିଚାଲିଛି ସୁନା ମୂଲ୍ୟ । ଲୋକଙ୍କ ପାଇଁ ସୁନା କିଣିବା ସ୍ୱପ୍ନ ହୋଇଯିବ । ଦିନକୁ ଦିନ ତିବ୍ର ଗତିରେ ବଢି ଚାଲିବ ସୁନା ଦର । ସାଧାରଣ ଲୋକଙ୍କୁ ଏବେ ସୁନା ଦର ଶଙ୍କଟ ଘାରିଛି । ଉଭୟ ଆମେରିକା ୟୁରୋପ ରେ ଦେଖାଦେଇଥିବା ବ୍ୟାଙ୍କଙ୍ଗିଂ ଶଙ୍କଟ ପାଇଁ ବିଶ୍ୱ ବଜାରରେ ସୁନା ଦର ବଢିବାରେ ଲାଗିଛି ।

ତେବେ ଘରୋଇ ସୁନା ବଜାର ଉପରେ ଏହାର ଘୋର ପ୍ରଭାବ ପଡିଛି । ବର୍ତ୍ତମାନ ଘରୋଇ ବଜାରରେ ବିବାହ ଜାରି ରହିଥିବା ବେଳେ ସୁନା ମୁଲ୍ୟରେ ଏଭଳି ଅହେତୁକ ବୃନ୍ଧି ଏବେ ଗ୍ରାହକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଗତ ଏକ ସପ୍ତାହ ହେବ ସୁନା ମୂଲ୍ୟ ବୃନ୍ଧିରେ ବ୍ରେକ୍ ଲାଗୁ ନାହିଁ । ବର୍ତ୍ତମାନ ପରିସ୍ଥିତି ଏଭଳି ହୋଇଛି ଯେ ଘରୋଇ ବଜାରରେ ସୁନା କେତେବେଳେ ୭୦ହଜାର ଟଙ୍କାରେ ପହଞ୍ଚିବ ତାହା ଆଶଙ୍କା କରାଯାଉଛି ।

golds

ଆହୁରି ମଧ୍ୟ ୨୨କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୦,୦୦୦ ଟଙ୍କା ଛୁଇଁବାକୁ ଯାଉଛି । ବର୍ତ୍ତମାନ ରାଜଧାନୀ ନୂଆ ଦିଲ୍ଲୀରେ ୨୨କ୍ୟାରେଟ ସୁନା ମୂଲ୍ୟ ୧୦ଗ୍ରାମ ପିଛା ୫୫,୪୫୦ ଟଙ୍କା ରହିଛି । ତେବେ ୨୪କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ଇତିହାସ ମଧ୍ୟରେ ୬୦,୦୦୦ ଟଙ୍କା ଟପି ୬୦,୪୭୦ ଟଙ୍କା ପହଞ୍ଚିଛି ।

ସେହିଭଳି ଭୁବନେଶ୍ୱରର ୨୨କ୍ୟାରେଟ ସୁନା ମୂଲ୍ୟ ୧୦ଗ୍ରାମ ପିଛା ୫୫,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୬୦,୦୦୦ ଟପି ୬୦,୯୩୦ ଟଙ୍କାରେ ପହଞ୍ଚିଛି । ତେବେ ଭୁବନେଶ୍ୱରରେ ରୂପା ମୁଲ୍ୟ ୭୧,୦୦୦ ଟଙ୍କାରେ ପହଞ୍ଚିଛି । କ୍ଷେତ୍ର ସହିତ ଜଡିତ ବିଶେଷଜ୍ଞ ମାନଙ୍କର କହିବା କଥା ହେଉଛି ଯେ ବିଶ୍ୱ ପୁଞ୍ଜି ବଜାରରେ କାରବାର ମାନ୍ଦା ରହିଥିବା ବେଳେ ଲୋକମାନେ ଏବେ ଷ୍ଟକ ମାର୍କେଟରେ ସୁନାର ଅଧିକ ଅର୍ଥ ନିବେଶ କରୁଛନ୍ତି । ଏହା ଫଳରେ ବଜାରରେ ସୁନା ଦର ଉଚ୍ଚରେ ରହୁଛି । ତେବେ ବ୍ୟବସାୟୀ ଓ ଗ୍ରାହକ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *